ଭଞ୍ଜନଗର : ଏକ ମାଲବାହୀ ଟ୍ରକ୍ ରାସ୍ତାରେ ଓଲଟି ପଡିବା କାରଣରୁ ଏହାର ଡ୍ରାଇଭର ଗୁରୁତର ଆହାତ ହୋଇଛନ୍ତି । ଆଉ ରାସ୍ତା ଉପରେ ଟ୍ରକଟି ଓଲଟି ପଡିଥିବାରୁ ରାତିସାରା ଭଞ୍ଜନଗର -ଦଶପଲ୍ଲା ରାସ୍ତାରେ ଯାନବାହାନ ଚଳାଚଳ ସମ୍ଭବ ହୋଇପାରିନଥିବାରୁ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଯାନବାହନ ଅଟକି ରହିଥିଲା । ତେବେ ଭୋରରୁ ପୁଲିସ ସହାୟତାରେ ରାସ୍ତାରୁ ଟ୍ରାଫିକ୍ ହଟିବାପରେ ଯାନବାହାନ ଚଳାଚଳ ସ୍ୱଭାବିକ ହୋଇଥିଲା । ମିଳିଥିବା ସୁଚନାପ୍ରକାରେ ଏହି ଥାନା ଅନ୍ତର୍ଗତ ଗୋଲାପଡା ଠାରେ ଛତିଶଗଡର ଭିଲାଇରୁ ଏକ ମାଲବାହୀ ଟ୍ରକ୍ ଭଞ୍ଜନଗର ଦେଇ ଯାଉଥିବାବେଳେ ରାସ୍ତାରେ ଗୋଲାପଡା ଠାରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ଫଳରେ ଟ୍ରକ ଡ୍ରାଇଭର ଡି ପି ନାରାୟଣ ଗୁରୁତର ଆହାତ ହୋଇଥିଲେ । ଗୁରୁତର ଅବସ୍ଥାରେ ନାରାୟଣଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ଅପରପକ୍ଷରେ ରାସ୍ତା ଉପରେ ଟ୍ରକଟି ଓଲଟି ପଡିଥିବାରୁ ରାତିସାରା ରାସ୍ତା ଜାମ ହୋଇଥିବାବେଳେ ଭୋରରୁ ଜାମ ହଟିବାସହ ଚଳାଚଳ ସ୍ୱଭାବିକ ହୋଇଥିଲା ।