ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ଶେଷ , ଦୁର୍ନୀତୀ ଓ ଭଷ୍ଟ୍ରାଚାର ଠାରୁ ଦୁରରେ ଥିବା କଂଗ୍ରେସର ପ୍ରାର୍ଥୀ ହିମାଂଶୁ ଭୁଷଣ ମଲ୍ଲିକ , କଂଗ୍ରେସକୁ ଭୋଟ ଦେଲେ ଅଞ୍ଚଳର ବିକାଶ ହେବ : ସୁର ରାଉତରାୟ
ଜଗତସିଂହପୁର : ଆସନ୍ତା ନଭେମ୍ବର ୩ ତାରିଖ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଆଜି ସଂଧ୍ୟା ୬ ଟାରେ ପ୍ରଚାର ସମାପ୍ତ ହୋଇଛି ।ଆଜି ଶେଷ ପ୍ରଚାର ହେତୁ ବିଜେଡି,ବିଜେପି ଓ କଂଗ୍ରେସ ତିନି ଦଳ ପକ୍ଷରୁ ଜୋରାଦାର ପ୍ରଚାର ହୋଇଥିଲା ।କଂଗ୍ରେସ ପକ୍ଷରୁ ରଘୁନାଥପୁର ବ୍ଲକରେ ମାରାଥନ ପ୍ରଚାର କରିଥିଲେ ଜଟଣୀର ବିଧାୟକ ସୁର ରାଉତରାୟ ଓ ପାରାଦ୍ୱୀପ ବିଧାୟକ ପ୍ରାର୍ଥୀ ବାପି ସର୍ଖେଲ ।ଏହି ଦୁଇ ଭେଟେରାନ ନେତା ରଘୁନାଥପୁର ବ୍ଲକର ସିଦ୍ଧଭୁଇଁ ଠାରୁ ଏକ ବାଇକ ଶୋଭାଯାତ୍ରାରେ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଜଗନ୍ନାଥପୁର,ଧରାଧରପୁର,ସାଦେଇପୁର,ପୁରଣ,ଅଢେଇକୁଳ,ଗୁଆଳିପୁର ଦେଇ ଚିକିଣିଆଁ ପଞ୍ଚାୟତରେ ଶେଷ ହୋଇଥିଲା ।
ଏହି ଶୋଭାଯାତ୍ରାରେ ଦୁଇ ପ୍ରମୁଖ ନେତା ସମସ୍ତ ପଞ୍ଚାୟତରେ ପଥପ୍ରାନ୍ତ ସଭା ମାଧ୍ୟମରେ କଂଗ୍ରେସର ହାତ ମୁଠାକୁ ଟାଣ କରିବା ପାଇଁ ଭୋଟରମାନଙ୍କୁ ନିବେଦନ କରିଥିଲେ ।ନବୀନ ସରକାର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା କରି ପ୍ରଶଂସା ପାଉଛନ୍ତି ବୋଲି ବଜେଡି ନେତାମାନେ କହି ବୁଲୁଛନ୍ତି ।ଯଦି ନବୀନ ପଟ୍ଟନାୟକ ଏତେ ଯୋଜନା କରୁଛି ଲୋକମାନେ ତ ସେମିତି ଭୋଟ ବାଡେଇ ଦେଇଯିବେ ।ମାତ୍ର ତାଙ୍କର ଗଣ୍ଡା ଗଣ୍ଡା ନେତା,ମନ୍ତ୍ରୀ ପ୍ରତି ଗାଁରେ ଜଗି କଣ ପାଇଁ ରହୁଛନ୍ତି ବୋଲି ଶ୍ରୀ ରାଉତରାୟ ଭୋଟରମାନଙ୍କୁ ବୁଝାଇଥିଲେ ।ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସରକାରି ସହାୟତା ଦିଆଯିବ କହି ମିଟିଂକୁ ଡାକି ନେଉଛନ୍ତି ।ଶଙ୍ଖକୁ ଭୋଟ ଦେଲେ ନୋଟ ମିଳିବ କହୁଛନ୍ତି ।ସେଠାରେ ଧଳା ଖାମରେ ବିଜେଡିକୁ ଭୋଟ ଦେବାକୁ କହି ନୋଟ ବାଣ୍ଟିବା ବେଳେ ମହିଳାଙ୍କ କଡା ବାଣୀରେ ବିଜେଡି ନେତାଙ୍କ ଦେହରୁ ଝାଳ ବାହାରିଯାଉଛି କଣ ପାଇଁ ବୋଲି ପ୍ରଶ୍ନ କରିିଥିଲେ ।
ଗତକାଲି ବିରିଡି ବ୍ଲକର ଅଢଙ୍ଗଗଡରେ ଟଙ୍କା ବାଣ୍ଟିବା ଭାଇରାଲ ଭିଡିଓ ହେବା ପରେ ବିଜେଡି କୁ ଲଜ୍ଜା ଲାଗୁନାହିଁ ।ଆହୁରି ପୁଣି ତିର୍ତ୍ତୋଲ ବ୍ଲକର ସଅଁରା ପଞ୍ଚାୟତ,ଗରାମ ପଞ୍ଚାୟତ ଆଦିରେ ମହିଳାଙ୍କୁ ଶଙ୍ଖ ଚିହ୍ନରେ ରେ ଭୋଟ ଦେବାକୁ କହି ଟଙ୍କା ଦେଇଥିବା ବେଳେ ଆଜି ମହିଳା ମାନେ ଟଙ୍କା ଦେଇଥିବା ନେତାଙ୍କୁ ଟଙ୍କା ଫେରାଇବା ଘଟଣା ପୁଣି ଭାଇରାଲ ହୋଇଛି ।ଏବେ ଲୋକେ ବିଜେଡି ସରକାରର କଳାକାରନାମାକୁ ଚିହ୍ନି ସାରିଲେଣି ।ଏହି ଉପ ନିର୍ବାଚନରେ ଲୋକମାନେ ଦୁର୍ନୀତୀ ଓ ଭଷ୍ଟ୍ରାଚାର ଠାରୁ ଦୁରରେ ଥିବା କଂଗ୍ରେସର ପ୍ରାର୍ଥୀ ହିମାଂଶୁ ଭୁଷଣ ମଲ୍ଲିକଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବା ପାଇଁ ଶ୍ରୀ ରାଉତରାୟ ନିବେଦନ କରିଥିଲେ ।କଂଗ୍ରେସକୁ ଭୋଟ ଦେଲେ ଅଞ୍ଚଳର ଉନ୍ନତି ହେବ ବୋଲି କହିଥିଲେ ।
ଏହି ଶୋଭାଯାତ୍ରାରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ,ଯୁବ-ଛାତ୍ର ସଂଗଠକ ଦେବ ପ୍ରସାଦ ନାୟକ,ପୁର୍ବତନ ବ୍ଲକ କଂଗ୍ରେସ ସଭାପତି ସର୍ବେଶ୍ୱର ପଣ୍ଡା,ପ୍ରଭାକର ସ୍ୱାଇଁ,ଆର୍ତ୍ତତ୍ରାଣ ପଣ୍ଡା,ବସନ୍ତ ଦାସ,ପ୍ରଭାସ ପଣ୍ଡା,ରାଜ୍ୟ ଯୁବ କଂଗ୍ରେସ ସଂପାଦକ ବିଜୟ କୁମାର ଦାସ,ବିଜନ ସ୍ୱାଇଁ,ବିଷ୍ଣୁ ଖଟୁଆ,ସୋମରାଜ ଦାସ,ସାଇ ପ୍ରଭଞ୍ଜନ ମହାପାତ୍ରଙ୍କ ସମେତ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ ।