Odisha news

ତିର୍ତ୍ତୋଲ : କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଡିକୁ ସହାୟତା

0

ତିର୍ତ୍ତୋଲ :  ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ଗ୍ରାମପଞ୍ଚାୟତ ଶାରଦା ଏକାଡେମୀ କନକପୁରର ୧୯୮୧ ପ୍ରାକ୍ତନ ବିଦ୍ୟାର୍ଥୀ କଲ୍ୟାଣ ପରିଷଦ ତରଫରୁ ମହାମାରୀ କୋଭିଡ-୧୯ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୨୫ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ପରିଷଦର ଉପସଭାପତି ଆଡଭୋକେଟ ବିଭୂତି ଭୂଷଣ ପଣ୍ଡାଙ୍କ ଯୋଗାଯୋଗରେ ତିର୍ତ୍ତୋଲ ବିଡିଓ ଅଟଳ ବିହାରୀ ସ୍ୱାଇଁଙ୍କ ଜରିଆରେ ଏହି ଅର୍ଥ ରାଶି ଡିମାଣ୍ଡ ଡ୍ରାଫ୍ଟ ଆକାରରେ ପ୍ରଦାନ କରାଯାଇଛି । ଏଥିସହିତ କରୋନା ସଂକ୍ରମଣ ରୋକିବାରେ ରାଜ୍ୟସରକାରଙ୍କ ପ୍ରଂଶସା କରିବା ସହ କନକପୁର ଅଞ୍ଚଳରେ ସାମାଜିକ ଦୁରତ୍ୱ, ବାରମ୍ବାର ସାବୁନରେ ହାତ ଧୋଇବା, ମାସ୍କ ପିନ୍ଧିବା, ଜରୁରୀ କାମ ନଥିଲେ ବାହାରକୁ ନବାହାରିବା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା ।

ପରିଷଦର ସଭାପତି ଇଂ ଭକ୍ତରଞ୍ଜନ ମହାନ୍ତିଙ୍କ ଉଦ୍ୟମରେ ସହପାଠୀ ସହପାଠିନୀ ମାନଙ୍କୁ  ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା । ପରିଷଦର ସଦସ୍ୟ ପ୍ରଫେସର ଇଂ ଚିତ୍ତରଞ୍ଜନ ମହାନ୍ତି, ଇଂ ପ୍ରଶନ୍ନ କୁମାର ସାହୁ, କିଶୋର ଚନ୍ଦ୍ର ମନୋହରୀ, ସମେରନ୍ଦ୍ର ସାହୁ, ବିଷ୍ଣୁଚରଣ ସ୍ୱାଇଁ, ଅଚ୍ୟୁତାନନ୍ଦ ବେହେରା, ଅକ୍ଷୟ କୁମାର ତାରେଣିଆ, ସୁଶୀଲ କୁମାର କୁଅଁର, ନରେନ୍ଦ୍ର କୁମାର ନନ୍ଦ, ସାମ୍ବାଦିକ ଭୈରବ ଚନ୍ଦ୍୍ର ବ୍ରହ୍ମା, ଡଃ ନିଗମାନନ୍ଦ ଜେନା, ପୁଷ୍ପଶ୍ରୀ ସାହୁ, ପ୍ରଭାତ କୁମାର ଭୋଇ, ଯଶୋବନ୍ତୀ ପଣ୍ଡା, ଅଞ୍ଜଳି ରାଉତ, କୁନ୍ତଳା ଦାଶ, କୁଞ୍ଜଲତା ବିଶ୍ୱାଳ, ଶକୁନ୍ତଳା ଦାସ, ଜୟଶ୍ରୀ ମହାନ୍ତି, ଝରାଶ୍ରୀ ମହାନ୍ତି, ରଞ୍ଜନ ମହାନ୍ତି, ଶୈଳେନ୍ଦ୍ର ମହାନ୍ତି, ସୂର୍ଯ୍ୟନାରାୟଣ ଦାସ, ଗୋପବନ୍ଧୁ କୁଅଁର, ହରିଚରଣ ରାଉଳ, ଅରବିନ୍ଦ ରାଉଳ, ସରସ୍ୱତୀ ନନ୍ଦ, ଅନୁପମା ବିଶ୍ୱାଳ, ନିର୍ମଳା ପାତ୍ର, ସୁକାନ୍ତ ପରିଜା ପ୍ରମୁଖ ଉପସ୍ଥିତ ରହିଥିଲେ

Leave A Reply