ଜଗତସିଂହପୁର :ଇ-ଗଭର୍ଣ୍ଣାସ୍ କ୍ଷେତ୍ରରେ ସାରା ରାଜ୍ୟରେ ଜଗତସିଂହପୁର ଜିଲ୍ଲା ଏକ ନମ୍ବର ସ୍ଥାନ ଅଧୀକାର କରିଥିବା ବେଳେ ଜନ ସହଯୋଗ କ୍ଷେତ୍ରରେ ମଧ୍ୟ ଜଗତସିଂହପୁର ଜିଲ୍ଲା ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି ।ଇ-ଗଭର୍ଣ୍ଣାସ୍ ଦ୍ୱାରା ଜନ ସହଯୋଗ କ୍ଷେତ୍ରରେ ଜଣେ ସଫଳ ଜିଲ୍ଲାପାଳ ଭାବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅବଦାନ ପାଇଁ ନୁଆ ଦିଲ୍ଲୀର ସ୍କଚ୍ କନସଲଟାନସି ପ୍ରାଇଭେଟ ଲିମିଟେଡ ପକ୍ଷରୁ ଚଳିତ ବର୍ଷର ମର୍ଯ୍ୟାଦା ଜନକ ସ୍କଚ ଆୱାର୍ଡ ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ମିଳିଛି ।
ପ୍ରକୃତ ପକ୍ଷେ ଏହି ସମ୍ମାନ ଜନକ ଆୱାର୍ଡ ସ୍କଚ ଆୱାର୍ଡର ଅଧିକାରୀ ହୋଇଛନ୍ତି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ।ଜିଲ୍ଲାପାଳ ଭାବରେ ଜିଲ୍ଲାରେ ଯୋଗ ଦାନ କରିବା ପରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଉନ୍ନତି ହେବା ସହିତ ସାଧାରଣ ଲୋକେ ବହୁ କମ ସମୟ ମଧ୍ୟରେ ନ୍ୟାୟ ପାଇପାରୁଛନ୍ତି ।
ଏହା ସହିତ ଜିଲ୍ଲାର ସମସ୍ତ ଅଫିସ ଇ-ଅଫିସ ମାଧ୍ୟରେ କାର୍ଯ୍ୟ କରିବାକୁ ନେଇ ସାରା ରାଜ୍ୟରେ ଜଗତସିଂହପୁର ଜିଲ୍ଲା ଏକ ଉଦାହରଣ ସୃଷ୍ଟି କରିଥିବା ବେଳେ ଜିଲ୍ଲାପାଳ ଭାବରେ ସଂଗ୍ରାମ କେଶରୀ ମହାପାତ୍ର ନିଜର ଅନନ୍ୟ ପରିଚୟ ସୃଷ୍ଟି କରିଛନ୍ତି ।ରାଜ୍ୟ ତଥା ଦେଶରେ ପ୍ରଥମ କରି ଜଗତସିଂହପୁର ଜିଲ୍ଲାରେ ଇ-ଅଫିସକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିଛନ୍ତି ଜିଲ୍ଲାପାଳ ।ଏହି ଆୱାର୍ଡ ପାଇବା ପରେ ଜିଲ୍ଲାପାଳ ଶ୍ରୀ ମହାପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନକୁ ତାରିଫ କରିବା ସହିତ ସବୁ ସମୟରେ ତାଙ୍କୁ ମଳିଥିବା ପରାମର୍ଶ ପାଇଁ ଧନ୍ୟବାଦ ଦେଇଛନ୍ତି ।ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଲାଭ ଲାଭ କରୁଥିବା ସଂସ୍ଥା,ବ୍ୟକ୍ତି ବିଶେଷଙ୍କୁ ସ୍କଚ୍ କନସଲଟାନସି ପକ୍ଷରୁ ମର୍ଯ୍ୟାଦାଜନକ ସ୍କଚ୍ ଆୱାର୍ଡରେ ସମ୍ମାନିତ କରାଯାଏ ।