Odisha news

ତୁଳଙ୍ଗରେ କଂଗ୍ରେସର ବୈଠକ : ବିଧାୟକ ସୁରେଶ ରାଉତରାୟ ଓ ରଞ୍ଜୀବ ବିଶ୍ୱାଳ କଂଗ୍ରେସ କର୍ମୀଙ୍କୁ ବିଜୟର ଗୁରୁ ମନ୍ତ୍ର ଦେଲେ

0

ତିର୍ତ୍ତୋଲ :  ଆସନ୍ତା ତିର୍ତ୍ତୋଲ ଉପନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ତରଫରୁ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତୁଳଙ୍ଗ ଗ୍ରାମପଞ୍ଚାୟତ ସ୍ଥିତ ଶ୍ରୀମା ମନ୍ଦିର ପରିସରରେ ନିର୍ବାଚନ ମଣ୍ଡଳୀ ଅଧିନ ତିର୍ତ୍ତୋଲ ବ୍ଲକର ୨୧ଟି ପଞ୍ଚାୟତର କଂଗ୍ରେସ କର୍ମୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ ସଭାପତି ଅକ୍ଷୟ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ଓ ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ କଂଗ୍ରେସ କର୍ମୀ ମାନଙ୍କୁ ବିଜୟର ଗୁରୁମନ୍ତ ଦେଇଥିଲେ ।

ଯାହା ଦ୍ୱାରା କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହକୁ ବୃଦ୍ଧି କରିଛି ।  ବିଧାୟକ ଶ୍ରୀ ରାଉତରାୟ ବକ୍ତବ୍ୟ ପ୍ରଦାନ କରି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କ ସ୍ମୃତି ଚାରଣ କରି ତିର୍ତ୍ତୋଲର ବିକାଶ ତାଙ୍କ ଦ୍ୱାରା ସମ୍ଭବ ହୋଇପାରିଥିଲା । ତାଙ୍କ ପରେ ଦୀର୍ଘ ୨୦ ବର୍ଷ ଧରି ତିର୍ତ୍ତୋଲ ଅବହେଳିତ ଅବସ୍ଥାରେ ରହିଛିା କଂଗ୍ରେସ ଆସିଲେ ହିଁ ତିର୍ତ୍ତୋଲର ବିକାଶ ହେବ ।

କଂଗ୍ରେସକୁ ଜିତାଇବା ପାଇଁ  ଏକଜୁଟ ହୋଇ କାର୍ଯ୍ୟକରିବାକୁ ସମସ୍ତ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ ତାଙ୍କ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଜନମାରଣ ନୀତିର ତୀବ୍ର ସମାଲୋଚନା କରିଥିଲେ ।  ଏଭଳି ପରିସ୍ଥିତିରେ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି କହିଥିଲେ । ଯୁବ ନେତା ଦେବପ୍ରସାଦ ନାୟକ, ପିସିିସି ଉପସଭାପତି ଡ. ଶୁଭେନ୍ଦୁ ମହାନ୍ତି, ମୁଖପାତ୍ର ନାରାୟଣ ପ୍ରସାଦ ଜେନା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ବୈ÷ଠକରେ ପିସିସି ତରଫରୁ ୨୧ଟି ପଞ୍ଚାୟତରେଦଳୀୟ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରାଯାଇଥିଲା ।  ପଞ୍ଚାୟତ ପର୍ଯ୍ୟବେକ୍ଷକ ନିକୁଞ୍ଜ ପଶାୟତ, ବିଶ୍ୱଜିତ ଦାସ, ଉମେଶ ଜେନା, ଗିରିବାଳା ବେହେରା, ସୁସାନ୍ତ କାନୁନ୍ଗୋ, ଶୈ÷ଳବାଳା ଜେନା, ଡ.ସନ୍ତୋଷ ବଳ, ନିର୍ମଳା ସ୍ୱାଇଁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ସଭାପତି ଇଂ ବେଦଦ୍ୟୁତି ପୃଷ୍ଟି, ସରପଞ୍ଚ ବସନ୍ତ ସେଠୀ, ଧନଞ୍ଜୟ ସୂତାର, ଅଜୟ ରାଉଳ, ଭୂଇନ ମହାନ୍ତି, ବସନ୍ତ ପାତ୍ର, ଅନନ୍ତ ଚରଣ ସାହୁ, ଶେଖ ଅବଦୁଲ ମାଲିକ, ଶେଖ ଅବଦୁଲ ୱାହିଦ, ଚିତ୍ତରଞ୍ଜନ ଦାସ, ଲଲାଟ ମହାପାତ୍ର, ନିହାର ରଞ୍ଜନ ନାୟକ, ସାଫି ଆଜମ, ଅମ୍ବିକା ପାଳ, ନୃସିଂହ ସେନାପତି, ଲକ୍ଷ୍ମୀଧର ସ୍ୱାଇଁ, ବ୍ରଜକିଶୋର ମଲ୍ଲିକ, ପ୍ରକାଶ ସାସମଲ, ଖଲିକୁଦ ଜୁମା, ଅଦୈ÷ତ ରାଉତ, ନିତ୍ୟାନନ୍ଦ ଖଣ୍ଡୁଆଳଙ୍କ ସମେତ ବହୁ କର୍ମୀ ଯୋଗଦେଇଥିଲେ ।

 

ପରେ ତେରତାଙ୍ଗସ୍ଥିତ ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ଠାରେ ନିର୍ବାଚନୀ କାର୍ଯ୍ୟାଳୟକୁ ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ ଉଦ୍ଘାଟନ କରିଥିଲେ । ବ୍ଲକ ସଭାପତି ଅକ୍ଷୟ ଦାସ, ଯୁବନେତା ଦେବପ୍ରସାଦ ନାୟକ, ପ୍ରତାପ ଚୌଧୁରୀ, କେଦାର ରଞ୍ଜନ ମହାନ୍ତି, ମାନସ ରଞ୍ଜନ ପରିଜା,  ନବୀନ ନାୟକ, ସରପଞ୍ଚ ବସନ୍ତ ସେଠୀ, ଭୂଇନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply