Odisha news

ବିଜେପି ପକ୍ଷରୁ ବଡଚଣାରେ ରହ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ : ସଭା ଓ ଶୋଭାଯାତ୍ରା ଆୟୋଜିତ

0

ଚଣ୍ଡିଖୋଲ,୯/୮ :  ଆଜାଦିକୀ ଅମୃତ ମହୋତ୍ସବ ଉପଲକ୍ଷେ ବିଜେପି ଯୁବମୋର୍ଚା ପକ୍ଷରୁ ବଡଚଣାରେ ଅଗଷ୍ଟ କ୍ରାନ୍ତି ଦିବସରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା! ଇତ୍ୟବସରରେ ଚଣ୍ଡିଖୋଲ ଛକରେ ସାଧାରଣ ସଭା ଓ ପବିତ୍ର ମହାବିନାୟକ ପୀଠରୁ ଏକ ବଡଧରଣର ମୋଟର ସାଇକେଲ ଶୋଭାଯାତ୍ରା ବାହାରି ଚଣ୍ଡିଖୋଲ ବଜାର ପରିକ୍ରମା କରିଥିଲା! ଜିଲ୍ଲା ଯୁବମୋର୍ଚା ସାଧାରଣ ସମ୍ପାଦକ ପ୍ରିତମକୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ସଭାରେ ବିଜେପି ରାଜ୍ୟ ସମ୍ପାଦକ ତଥା ବଡଚଣାର ବିଜେପି ନେତା ଅମର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆଜାଦିକୀ ଅମୃତ ମହୋତ୍ସବ ପାଳନ ଭାରତବାସୀଙ୍କ ପାଇଁ ଅତି ଗର୍ବ ଓ ଗୌରବର ବିଷୟ ବୋଲି କହିବା ସହ ସଭିଏଁ ଦେଶ ନିକଟରେ ସର୍ବଦା କୃତଜ୍ଞ ରହିବା ସହ ପ୍ରଧାନମନ୍ତ୍ରୀ ମୋଦୀଜୀ ଏହି ମହୋତ୍ସବର ବାର୍ତ୍ତା ପ୍ରତ୍ୟେକ ଘରେଘରେ ପହଞ୍ଚାଇବା ପାଇଁ ଯେଉଁ ପରାମର୍ଶ ଦେଇଛନ୍ତି ତାକୁ ସଫଳ କରିବାକୁ ସେ ଆହ୍ୱାନ ଦେଇଥିଲେ! ରାଜ୍ୟ ଯୁବମୋର୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ସ୍ୱାଧୀନତାର ଗୌରବମୟ ଐତିହ୍ୟ ବିଷୟରେ ଆଲୋକପାତ କରିଥିଲେ!ଏଥିରେ ରାଜ୍ୟ ଯୁବମୋର୍ଚା ପ୍ରଭାରୀ ଶଶାଙ୍କ ରାଜ,ଜିଲ୍ଲା ସଭାପତି ବିଶ୍ୱଜିତ ରାଜ,ଅମୃତ ସ୍ୱାଇଁ,ଅନ୍ୟତମ ରାଜ୍ୟ ସମ୍ପାଦକ ବିକ୍ରମ ବିଶ୍ୱାଳ,ଯୁବମୋର୍ଚା ରାଜ୍ୟ ସଞ୍ଜୋଜକ ସ୍ୱଦେଶ ସ୍ୱଇଁ,ବିଶ୍ୱଜିତ ସିହ,ଦୀପକ ସାମଲ,ପ୍ରଭାକର ମଲ୍ଲିକ, ଓବିସି ମୋର୍ଚ୍ଚା ସଭାପତି ସମରେନ୍ଦ୍ର ପରିଡା,ବିଜେପି ଜିଲ୍ଲା ସାଧାରଣ ସମ୍ପାଦୀକା ଦେବଜାନୀ ପ୍ରଧାନ ପ୍ରମୁଖ ଅଭିଭାଷଣ ପ୍ରଦାନକରି ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ ସମ୍ପର୍କରେ ଆଲୋଚନା କରିଥିଲେ! ପ୍ରବଳ ବର୍ଷା ସତ୍ୱେ ଏହି କାର୍ଯ୍ୟକ୍ରମରେ ବହୁ ସଖ୍ୟକ ଯୁବକର୍ମୀ ଉପସ୍ଥିତ ଥିବା ଦେଖାଯାଇଥିଲା

Leave A Reply