Odisha news

ରାସ୍ତାକଡ଼ ଗଛରେ ପିଟି ହେଲା ବାଇକ , ଯୁବକ ମୃତ ଜଣେ ଗୁରୁତର

0

ଠାକୁରମୁଣ୍ଡା, ୦୯।୦୮ :  ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ନଂ ୫୩ ରାଜ୍ୟ ରାଜପଥ ଠାକୁରମୁଣ୍ଡା – ଆନନ୍ଦପୁର ରାସ୍ତାର ମହୁଲଡ଼ିହା ହାଇସ୍କୁଲ ନିକଟରେ ମଙ୍ଗଳବାର ଦିନ ପ୍ରାୟ ୩ ଟା ସମୟରେ ଏକ ବାଇକ ରାସ୍ତା କଡ ଗଛରେ ପିଟି ହୋଈ ଯିବାରୁ ଘଟଣାସ୍ଥଳରେ ବାଇକ ଚାଳକ ଙ୍କ ମୃତ୍ୟୁ ଘଟିଛି। ବାଇକ ପଛରେ ବସିଥିବା ଅନ୍ୟ ଜଣେ ଯୁବକ ଗୁରୁତର ହୋଈଛନ୍ତି। ଖବର ପାଇ ମହୁଲଡ଼ିହା ଥାନା ଏ ଏସ ଆଇ ସନ୍ତୋଷ ନାଏକ ଘଟଣା ସ୍ଥଳ ରେ ପହଞ୍ଚି ଉଭୟ ଙ୍କୁ ଉଦ୍ଧାର କରି ଥାନା ଗାଡ଼ିରେ ଆଣି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।

ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଗୁରୁତର ଙ୍କୁ ଚିକିତ୍ସା କରିଛନ୍ତି।ଦୁର୍ଘଟଣା ରେ ମୃତ ବାଇକ ଚାଳକ ଯୁବକ ଜଣକ ହେଉଛନ୍ତି ଚନ୍ଦ୍ରକାନ୍ତ ନାୟକ (୩୦)ଘର କରଞ୍ଜିଆ ବ୍ଲକ ଅନ୍ତର୍ଗତ ସିଙ୍ଗିଡା ନିକଟ କପିଳେଶ୍ୱର ସାହିରେ ହୋଈଥିବା ବେଳେ ଗୁରୁତର ଥିବା ଯୁବକ ଜଣକ ହେଉଛନ୍ତି ପାଣ୍ଡୁ ନାୟକ (୩୨) ଘର – କରଞ୍ଜିଆ ନିକଟ ଝୁମୁକାକୁଦର ଗ୍ରାମରେ ବୋଲି ଜଣାଯାଇଛି।ସେମାନେ ଏକ ବାଇକ ନମ୍ବର ଓଡ଼ି ୧୧ ଟି ୮୬୧୭ ଯୋଗେ ଠାକୁରମୁଣ୍ଡା ନିକଟ ବଡ଼ବାଲିପୋଷି ଗ୍ରାମକୁ ଆସି ପରେ ସେଠାରୁ କାମ ସାରି ସାତକୋଶିଆ ଅଞ୍ଚଳ କୁ ଯାଉଥିବା ସମୟରେ ବାଇକ ଭାରସାମ୍ୟ ହରାଇ ରାସ୍ତା କଡ ଏକ କୁସୁମ ଗଛରେ ଯାଇ ପିଟି ହୋଈ ଯାଇଥିଲା। ମହୁଲଡ଼ିହା ଥାନା ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକ କୁ ଜବତ କରିବା ସହ ଶବକୁ ଜବତ କରି ଅଧିକ ତଦନ୍ତ କରୁଛି  ।

Nalco
Leave A Reply