କଟକ, ୧୬/୧ ମାଲବାହୀ ଗାଡି ଠିଆ ହୋଇଥିବା ବେଳେ ପଛରୁ ଏକ ଯାତ୍ରୀବାହୀ ଟ୍ରେନ୍ ଧକ୍କାଦେବା ଫଳରେ ୮ଟି ବଗି ଲାଇନଚ୍ୟୁତ ହୋଇଥିଲା ଓ ଶତାଧିକ ଯାତ୍ରୀ ଆହତ ହୋଇଥିଲେ । ଘଟଣାଟି ଘଟିଛି ଗୁରୁବାର ଭୋର ସାଢେ ୬ଟା ବେଳେ ସ୍ଥାନୀୟ ନିର୍ଗୁଣ୍ଡି ଷ୍ଟେସନର ଶାଳଗାଁ ନିକଟରେ । ମିଳିଥିବା ସୂଚନା ଅନୁଯାୟୀ ମୁମ୍ବାଇରୁ ୧୫ ତାରିଖରୁ ଲୋକମାନ୍ୟ ତିଳକ ଦୂରଗାମୀ ଟ୍ରେନ୍ (୧୨୮୭୯) ପୁର୍ବତଟ ରେଳବାଇର ଶାଳଗାଁ ଓ ନିର୍ଗୁଣ୍ଡି ମଧ୍ୟରେ ସ୍ୱର୍ଦ୍ଦଲା ନିକଟରେ ଦୁର୍ଘଟଣା ଗ୍ରସ୍ତ ହେବା ସହିତ ଲାଇନଚ୍ୟୁତ ହୋଇଥିଲା । ଆଜି ସକାଳ ପ୍ରାୟ ୭ଟା ବେଳେ ଘନ କୁହୁଡିରେ ପୁର୍ବରୁ ଅପ୍ ଲାଇନରେ ରହିଥିବା ଏକ ମାଲ୍ବାହୀ ଟ୍ରେନକୁ ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ ପଛରୁ ଧକାଦେଇ ଲାଇନଚ୍ୟୁତ ହୋଇଥିଲା । ଫଳରେ ଯାତ୍ରୀବାହୀ ଟ୍ରେନ୍ର ୮ଟି ବଗି ଲାଇନଚ୍ୟୁତ ହେବା ସହିତ ଶହେରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିଲେ । ଘଟଣା ସ୍ଥଳରେ ଅଂଚଳର ତଥା ସର୍ଦ୍ଧଳା , ହରିଅନ୍ତା ଓ ନିକଟବର୍ତ୍ତୀ ଗାଁର ଯୁବକମାନେ ପହଂଚି ଆମ୍ବୁଲାନ୍ସ ଡକାଇ ଆହତମାନଙ୍କୁ କଟକ ମେଡିକାଲ ପଠାଇବାର ବ୍ୟବସ୍ଥା କରିଥିଲେ । ଘଟଣାସ୍ଥଳରେ ବହୁ ବିଳମ୍ବରେ ରେଳବାଇ ପୁଲିସ ଓ ବରିଷ୍ଠ ଅଧିକାରୀ ପହଂଚିଥିଲେ । ୨୦ ରୁ ଅଧିକ ଯାତ୍ରୀ ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାମାନ୍ୟ ଆହତ ହୋଇ ଚିକିସ୍ôିତ ହୋଇଥିବା ବେଳେ ରେଳବାଇର ସ୍ୱତନ୍ତ୍ର ଚିକିସ୍ôା ଦଳ ଘଟଣା ସ୍ଥଳରେ ପହଂଚି ୧୦ଜଣଙ୍କୁ ଚିକିସ୍ôା କରିଥିଲେ ଓ ୨୩ ଜଣଙ୍କୁ ଏସସିବିକୁ ପଠାଯାଇଥିଲା । ସେମାନଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ରହିଥିବା ବେଳେ ୯ ଜଣ ମହିଳା ରହିଥିଲେ । ମେଡିକାଲରେ ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ପହଂଚି ଆହତମାନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ସେମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇଦେବାକୁ ଏସସିବି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସମସ୍ତ ଆହତଙ୍କ ସ୍ୱାସ୍ଥ ଅବସ୍ଥା ସ୍ଥିର ରହିଥିବା ବେଳେ ସେମାନଙ୍କୁ ଅବଜରଭେସନରେ ରଖାଯାଇଥିବା ଏସସିବି ଜରୁରୀ କାଳୀନ ଅଧିକାରୀ ଡା. ଈୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ରେଳ ବିଭାଗ ପକ୍ଷରୁ ମେଡିକାଲରେ ପ୍ରତ୍ୟେକ ଆହତମାନଙ୍କୁ ୫ ହଜାର ଟଙ୍କା ଲେଖାଏ କ୍ଷତି ପୂରଣ ଦିଆଯାଉଥିବା ଦେଖାଯାଇଥିଲା ।