Odisha news

ରାଜ୍ୟ ସଂଗୀତ ନାଟକ ଏକାଡେମୀରେ ଧନୁଯାତ୍ରା କଂସ ସମ୍ବର୍ଦ୍ଧିତ

0

ବରଗଡ଼ : ଓଡ଼ିଶା ରାଜ୍ୟ ସଂଗୀତ ନାଟକ ଏକାଡେମୀ କାର୍ଯ୍ୟାଳୟ ପରିସରରେ ଗତ ରବିବାର ବରଗଡ଼ ଧନୁଯାତ୍ରା ମହୋସିବରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଂଗୀତ ନାଟକ ଏକାଡେମୀର ସଭାପତି ତଥା ସାଂସ୍କୃତିକ ବିଭାଗ ଏସିସେଣ୍ଟ ସେକ୍ରେଟେରୀ ରାମକୃଷ୍ଣ ସାହୁ, ସମ୍ପାଦକ ବିଜୟ ଜେନା, ସଂଗୀତ ନାଟକ ଏକାଡେମୀ ସଦସ୍ୟ ଚୈତନ୍ୟ ପାଇକଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶ୍ରୀ ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହିତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ରାଜ୍ୟ ସଂଗୀତ ନାଟକ ଏକାଡେମୀ ଦ୍ୱାରା ପ୍ରଥମଥର ପାଇଁ ବରଗଡ଼ ଧନୁଯାତ୍ରା ମହୋସିବରେ କଂସ ଭୂମିକାରେ ଅଭିନୟ କରୁଥିବା ଅଭିନେତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନକୁ ବରଗଡ଼ ଜିଲ୍ଲା ମିଳିତ କଳାକାର ମଞ୍ଚ ସ୍ୱାଗତ କରିଛି ।

Nalco
Leave A Reply