Odisha news

ମୁଖ୍ୟମନ୍ତ୍ରୀଙ୍କୁ ଆସନ୍ତାବର୍ଷ ଧନୁଯାତ୍ରା ପାଇଁ ଆମନ୍ତ୍ରଣ

0

ବରଗଡ଼ : ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋସିବର ପରିସମାପ୍ତି ପରେ କଂସ ମହାରାଜ ନିଜର ପାପକ୍ଷୟ ପାଇଁ ମହୋଦଧିରେ ବୁଡ଼ ପକାଇବା ପରେ ଗତ ରବିବାର ଓଡ଼ିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନ ନବୀନ ନିବାସକୁ ଯାଇ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତିା ତାଙ୍କସହିତ ରାଜ୍ୟ ସଂଗୀତ ନାଟକ ଏକାଡେମୀ ସଦସ୍ୟ ତଥା ମିଳିତ କଳାକାର ମଞ୍ଚ ସମ୍ପାଦକ ଚୈତନ୍ୟ ପାଇକ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁଥିବା ଧନୁଯାତ୍ରାରେ ଯୋଗଦାନ କରିବା ପାଇଁ ସ୍ୱତନ୍ତ୍ର ଆମନ୍ତ୍ରଣ କରିଥିଲେ । ଏଥିରେ ମୁଖ୍ୟମନ୍ତ୍ରୀ ମହାରାଜକଂସଙ୍କୁ ସମ୍ମତି ପ୍ରଦାନ କରିଥିବା ବେଳେ ତାଙ୍କ ସଫଳ ଅଭିନୟ ପାଇଁ ଅଭିନେତା ଭୁବନେଶ୍ୱର ପ୍ରଧାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ ମଥୁରା ନଗରୀର ହାଲ୍‌ଚାଲ୍‌ ମଧ୍ୟ ମହାରାଜ କଂସଙ୍କ ମୁଖରୁ ଶୁଣିଥିଲେ ।

Leave A Reply

Your email address will not be published.