Odisha news

କର୍କଟ ଚିକିତ୍ସା କରିବ

0

ରୋବୋଟ୍‌ ବୈଜ୍ଞାନିକମାନେ ‘ଜେନୋବୋଟ୍‌ସ’ ନାମରେ ଏକ ନୂଆ ରୋବୋଟ୍‌ ତିଆରି କରିଛନ୍ତି ଯିଏ କ୍ୟାନ୍‌ସର୍‌ ଚିକିତ୍ସା କରିବ । ଏହାକୁ ଲିଭିଙ୍ଗ୍‌ ରୋବୋଟ୍‌ ସଂଜ୍ଞା ଦିଆଯାଇଛି । ସମୁଦ୍ରରୁ ମାଇକ୍ରୋପ୍ଲାଷ୍ଟିକ୍‌ ହଟାଇବା ପାଇଁ ମଧ୍ୟ ଏହି ରୋବୋଟ୍‌ ବ୍ୟବହାର କରାଯାଇପାରିବ । ଆମେରିକାର ବୈଜ୍ଞାନିକମାନେ ରୋବୋଟ୍‌କୁ ବେଙ୍ଗର ଷ୍ଟେମ୍‌ ସେଲ୍‌ରୁ ତିଆରି କରିଛନ୍ତି । ଏହାର ଆକାର ଏକ ମିଲିମିଟର (୦.୦୦୪ ଇଞ୍ଚ)ରୁ ମଧ୍ୟ କମ୍‌ । ଏହା ମଣିଷ ଶରୀର ମଧ୍ୟରେ ସହଜରେ ଚଲାବୁଲା କରିପାରିବ । ଜେନୋବୋଟ୍‌ସ ଅନେକ ସପ୍ତାହ ପର୍ଯ୍ୟନ୍ତ ନ ଖାଇ ବଞ୍ଚିପାରିବ । ଡାକ୍ତରଙ୍କ ମତରେ ଆକାର ଛୋଟ ହୋଇଥିବା ଯୋଗୁ ଶରୀର ମଧ୍ୟରେ ଔଷଧ ପହଞ୍ଚାଇବା ପାଇଁ ଜେନୋବୋଟ୍‌ସକୁ ବ୍ୟବହାର କରାଯାଇପାରିବ । ରୋବୋଟ୍‌ ମଣିଷ ଶରୀରରେ ଭାଙ୍ଗିଗଲେ ମଧ୍ୟ ଆପେ ଆପେ ଯୋଡ଼ି ହୋଇଯିବ । ଆଶ୍ଚର୍ଯ୍ୟର କଥା ବିନା ମସ୍ତିଷ୍କ ଓ ଗୋଡ଼ରେ ଏହି ରୋବୋଟ୍‌ ତିଆରି ହୋଇଛି । ଜେନୋବୋଟ୍‌ସ ଦେଖିବାକୁ ଗୋଲାପି ମାଂସ ପିଣ୍ଡୁଳାର ଛୋଟ ଆକୃତି ଭଳି। ବୈଜ୍ଞାନିକ ଭାଷାରେ ଏହା ଏକ ବାୟୋଲଜିକଲ୍‌ ମେଶିନ୍‌ ।

Leave A Reply