Odisha news

ଟ୍ୱିଟରରେ ଟ୍ରେଣ୍ଡ୍‌ କରୁଛନ୍ତି ଦିଶା

0

କିଛିଦିନ ହେଲା ଟ୍ୱିଟରରେ ବଲିଉଡ୍‌ର ତିନି ଜଣ ଅଭିନେତ୍ରୀ ଶୀର୍ଷ ୩ରେ ଅଛନ୍ତି । ସ୍କୋର୍‌ ଟ୍ରେଣ୍ଡ୍‌ସ ଇଣ୍ଡିଆ ଅନୁଯାୟୀ ପ୍ରିୟଙ୍କା ଚୋପ୍‌ଡ଼ା ଜୋନ୍‌ସ ଓ ଦୀପିକା ପାଦୁକୋନ୍‌ ଏହି ତାଲିକାରେ ଥିଲେ । ହେଲେ ଲୋକପ୍ରିୟତାରେ ଦିଶା ପଟାନୀ ପ୍ରଥମ ଥର ପ୍ରିୟଙ୍କା ଓ ଦୀପିକାଙ୍କୁ ପଛରେ ପକାଇଛନ୍ତି । ସ୍କୋର ଟ୍ରେଣ୍ଡ୍‌ସ ଇଣ୍ଡିଆ ଚାର୍ଟରେ ଦିଶା ୧୦୦ ପଏଣ୍ଟ୍‌ ସହିତ ପ୍ରଥମ, ପ୍ରିୟଙ୍କା ୯୮ ପଏଣ୍ଟ୍‌ ସହିତ ଦ୍ୱିତୀୟ ଓ ଦୀପିକା ୮୪ ପଏଣ୍ଟ୍‌ ସହିତ ତୃତୀୟ ସ୍ଥାନରେ ଅଛନ୍ତି । ଏହି ପଏଣ୍ଟ୍‌ ଆମେରିକାର ମିଡିଆ ଟେକ୍‌ କମ୍ପାନୀ ସ୍କୋର୍‌ ଟ୍ରେଣ୍ଡ୍‌ସ ଇଣ୍ଡିଆ ଦ୍ୱାରା ସଂଶୋଧିତ କରାଯାଇଛି । ଦିଶାଙ୍କ ପ୍ରତ୍ୟେକ
ପୋଷ୍ଟ୍‌ରେ ଆସୁଥିବା ଯୁବପିଢ଼ିଙ୍କ ପ୍ରତିକ୍ରିୟା ଦେଖି ତାଙ୍କ ଲୋକପ୍ରିୟତା ସ୍ପଷ୍ଟ ଜଣାପଡ଼ୁଛି ।

Nalco

Leave A Reply