Odisha news

ଓଡିଶାରୁ ସୁରଟ ଓ ଅହମଦାବାଦକୁ ଆହୁରି ଦୁଇଟି ସ୍ୱତନ୍ତ୍ର ଟ୍ରେନ

0

* ସପ୍ତାହରେ ଦୁଇଦିନ ଆହୁରି ସ୍ୱତନ୍ତ୍ର ଟ୍ରେନ – ଗୁଜରାଟକୁ ସମୁଦାୟ ୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ

* ଓଡିଶାରୁ ଗୁଜରାଟକୁ ସବୁଦିନ ସ୍ୱତନ୍ତ୍ର ଟ୍ରେନ

* ଖୋର୍ଦ୍ଧା ରୋଡ଼ ରୁ ଅହମଦାବାଦ, ଓ଼ଖା, ସୁରଟ ଓ ଗାନ୍ଧୀଧାମକୁ ଏବଂ ଭୁବନେଶ୍ୱର ରୁ ଏକ ଯୋଡ଼ା ଅହମଦାବାଦକୁ ସ୍ୱତନ୍ତ୍ର ଟ୍ରେନ  .

ଓଡିଶାରୁ ସୁରଟ ଓ ଅହମଦାବାଦକୁ ସ୍ୱତନ୍ତ୍ର ଟ୍ରେନ ଗୁଡିକରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଏବଂ ଗୁଜରାଟକୁ ଚଳାଚଳ କରୁଥିବା ଅନ୍ୟ ସ୍ୱତନ୍ତ୍ର ଟ୍ରେନ ଗୁଡିକରେ ମାତ୍ରାଧିକ ପ୍ରତିକ୍ଷ୍ୟା ସୂଚୀକୁ ନଜର ଦେଇ ପୂର୍ବତଟ ରେଳପଥ ଓଡିଶାରୁ ଗୁଜରାଟକୁ ଆହୁରି ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାକୁ ସୁବିଧା ପ୍ରଦାନ କରିଛି I  ଏହି ଟ୍ରେନ ଦ୍ବୟ ହେଲା….

01.     ସମ୍ବଲପୁର-ଟିଟିଲାଗଡ଼-ରାଇପୁର ମାର୍ଗ ଦେଇ ଖୋର୍ଦ୍ଧା ରୋଡ଼-ସୁରଟ-ଖୋର୍ଦ୍ଧା ରୋଡ଼ ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ (02827/02828)

ସେପ୍ଟେମ୍ବର ମାସ ୨୭ ତାରିଖରୁ ଅକ୍ଟୋବର ମାସ ୧୮ ତାରିଖ ମଧ୍ୟରେ ଏହା ଖୋର୍ଦ୍ଧା ରୋଡ଼ ଠାରୁ ପ୍ରତି ରବିବାର ସନ୍ଧ୍ୟା ୮ଘ.୪୦ମି.ରେ ଛାଡିବାକୁ ଥିବା ବେଳେ ସେପ୍ଟେମ୍ବର ମାସ ୨୯ ତାରିଖରୁ ଅକ୍ଟୋବର ମାସ ୨୦ ତାରିଖ ମଧ୍ୟରେ ଏହା ସୁରଟ ଠାରୁ ପ୍ରତି ମଙ୍ଗଳବାର ସକାଳ ୮ଘ.୩୦ମି.ରେ ଖୋର୍ଦ୍ଧା ରୋଡ଼ ଅଭିମୁଖେ ଯାତ୍ରା କରିବ I

ରହଣି  – ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ଼ ଓ ସୁରଟ ମଧ୍ୟରେ ଏହା ଭୁବନେଶ୍ୱର, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି, ରାଇପୁର, ଦୁର୍ଗ, ଗୋଣ୍ଡିଆ, ନାଗପୁର, ଭୁସାବଲ, ଜଳଗାଁ ଓ ଅନ୍ୟାନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ I

02.      ବିଜୟନଗରମ, ଦୁଭାଡା, ବିଜୟୱାଡା, ୱାର୍ଧା ମାର୍ଗଦେଇ ଖୋର୍ଦ୍ଧା ରୋଡ଼-ଅହମଦାବାଦ-ଖୋର୍ଦ୍ଧା ରୋଡ଼ ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ (08407/08408)

ସେପ୍ଟେମ୍ବର ମାସ ୩୦ ତାରିଖରୁ ଅକ୍ଟୋବର ମାସ ୨୧ ତାରିଖ ମଧ୍ୟରେ ଏହା ଖୋର୍ଦ୍ଧା ରୋଡ଼ ଠାରୁ ପ୍ରତି ବୁଧବାର ପୂର୍ବାହ୍ନ  ୧୦ଘ.୪୦ମି.ରେ ଛାଡିବାକୁ ଥିବା ବେଳେ ଅକ୍ଟୋବର ମାସ ୩ ତାରିଖରୁ ୨୪ ତାରିଖ ମଧ୍ୟରେ ଏହା ଅହମଦାବାଦ ଠାରୁ ପ୍ରତି ଶନିବାର ୦୦୧୫ ଘଟିକା (ଶୁକ୍ରବାର ରାତ୍ର ୧୨ଘ.୧୫ମି.) ରେ ଖୋର୍ଦ୍ଧା ରୋଡ଼ ଅଭିମୁଖେ ଯାତ୍ରା କରିବ I

ରହଣି  – ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ଼ ଓ ଅହମଦାବାଦ ମଧ୍ୟରେ ଏହା ବ୍ରହ୍ମପୁର, ଶ୍ରୀକାକୁଲମ ରୋଡ଼, ବିଜୟନଗରମ, କୋଟ୍ଟଭଲସା, ଦୁଭାଡା, ଅଣକାପଲ୍ଲୀ, ରାଜମହେନ୍ଦ୍ରୀ, ଏଲୁରୁ, ବିଜୟୱାଡା, ୱାରାଙ୍ଗଲ, ରାମଗୁଂଡମ, ମଂଚିରୟାଲ, ବାଲହର୍ଷI, ୱାର୍ଧା, ଭୂସବଲ, ସୁରଟ, ବାରୁଚ ଏବଂ ବରୋଦା ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ I

ସୁରଟ ଓ ଅହମଦାବାଦକୁ ଏହି ଟ୍ରେନ ଦ୍ବୟ ଚଳାଚଳ କରିବା ପରେ ଓଡିଶାରୁ ଗୁଜରାଟକୁ ସପ୍ତାହରେ ସବୁଦିନ ସ୍ୱତନ୍ତ୍ର ଟ୍ରେନ ଉପଲବ୍ଧ ହେବ ସହ ସପ୍ତାହରେ ୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ I  ଗୁଜରାଟକୁ ପୂର୍ବରୁ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ ଗୁଡିକ ହେଲା….

03.      ଖୋର୍ଦ୍ଧା ରୋଡ଼-ଅହମଦାବାଦ-ଖୋର୍ଦ୍ଧାରୋଡ଼ସ୍ୱତନ୍ତ୍ର ଟ୍ରେନ (02843/02844)

ଖୋର୍ଦ୍ଧା ରୋଡ଼ ରୁ ସେପ୍ଟେମ୍ବର ୧୨ ତାରିଖ ଠାରୁ ପ୍ରତି ମଙ୍ଗଳ, ଗୁରୁ, ଶୁକ୍ର ଓ ଶନିବାର ଦିନ ମାନଙ୍କରେ ସନ୍ଧ୍ୟା ୬ଘ.୪୦ମି.ରେ ଛାଡିବ ଏବଂ ଅହମଦାବାଦ ଠାରୁ ସେପ୍ଟେମ୍ବର ୧୪ ତାରିଖରୁ ପ୍ରତି  ସୋମ, ଗୁରୁ, ଶନି ଓ ରବିବାର ଦିନମାନଙ୍କରେ ସନ୍ଧ୍ୟା ୬ଘ.୪୦ମି.ରେ ଛାଡିବ  I

ରହଣି  – ଖୋର୍ଦ୍ଧାରୋଡ଼ ଓ ଅହମଦାବାଦ ମଧ୍ୟରେ ବ୍ରହ୍ମପୁର, ଶ୍ରୀକାକୁଲମ, ବିଜୟନଗରମ, ରାୟଗଡା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି, ଖରିଆର ରୋଡ଼, ବାଗବାହାର, ମହାସମୁନ୍ଦ, ରାଇପୁର, ଭିଲାଇ ପାୱାର ହାଉସ, ଦୁର୍ଗ ସହିତ ୱର୍ଧା, ନାଗପୁର, ଭୁଷାବଲ, ସୁରଟ ଓ ବରୋଦା ଇତ୍ୟାଦି ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ରହଣି କରିବ I

04.       ଖୋର୍ଦ୍ଧା ରୋଡ଼-ଓ଼ଖା-ଖୋର୍ଦ୍ଧାରୋଡ଼ସ୍ୱତନ୍ତ୍ର ଟ୍ରେନ (08401/08402)

ଖୋର୍ଦ୍ଧା ରୋଡ଼ ରୁ ସେପ୍ଟେମ୍ବର ୧୩ ତାରିଖ ଠାରୁ ପ୍ରତି ରବିବାର ଦିନ ପୂର୍ବାହ୍ନ ୧୦ଘ.୪୦ମି.ରେ ଛାଡିବ ଏବଂ ଓ଼ଖା ଠାରୁ ସେପ୍ଟେମ୍ବର ୧୬ ତାରିଖରୁ ପ୍ରତି ବୁଧବାର ସକାଳ ୮ ଘ.୩୦ମି.ରେ ଛାଡିବ  I

ରହଣି  – ଖୋର୍ଦ୍ଧାରୋଡ଼ ଓ ଅହମଦାବାଦ ମଧ୍ୟରେ ବ୍ରହ୍ମପୁର, ଶ୍ରୀକାକୁଲମ, ବିଜୟନଗରମ, ବିଶାଖାପାଟଣା, ବିଜୟୱାଡା, ୱର୍ଧା, ସୁରଟ, ବରୋଦା, ରାଜକୋଟ ଓ ଦ୍ଵାରକା ଇତ୍ୟାଦି ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ରହଣି କରିବ I

05.      ଗାନ୍ଧୀଧାମ-ଖୋର୍ଦ୍ଧାରୋଡ଼-ଗାନ୍ଧୀଧାମ ସ୍ୱତନ୍ତ୍ର ଟ୍ରେନ  (02973/02974)

ଗାନ୍ଧୀଧାମ ରୁ ସେପ୍ଟେମ୍ବର ମାସ ୧୬ ତାରିଖ ପ୍ରତି ବୁଧବାର ରାତ୍ର ୧୧ ଘଟିକାରୁ ଛାଡିବ ଏବଂ ଖୋର୍ଦ୍ଧା ରୋଡ଼ ରୁ ସେପ୍ଟେମ୍ବର ମାସ ୧୬ ତାରିଖଠାରୁ ପ୍ରତି ଶନିବାର ପୂର୍ବାହ୍ନ ୧୧ଘ.୪୦ମି.ରେ ଛାଡିବ I

ରହଣି  – ଖୋର୍ଦ୍ଧାରୋଡ଼ ଓ ଗାନ୍ଧୀଧାମ ମଧ୍ୟରେ ବ୍ରହ୍ମପୁର, ଶ୍ରୀକାକୁଲମ, ବିଜୟନଗରମ, ରାୟଗଡା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି, ମହାସମୁନ୍ଦ, ରାଇପୁର, ଦୁର୍ଗ ସହିତ ୱର୍ଧା, ନାଗପୁର, ଭୁଷାବଲ, ସୁରଟ, ବରୋଦା ଓ ଅହମଦାବାଦ ଇତ୍ୟାଦି ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ରହଣି କରିବ I

06. ଭୁବନେଶ୍ୱର-ଅହମଦାବାଦ-ଭୁବନେଶ୍ୱର ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ  (08405/08406)

ସେପ୍ଟେମ୍ବର ମାସ ୧୬ ତାରିଖ ଠାରୁ ଭୁବନେଶ୍ୱର ରୁ ପ୍ରତି ବୁଧବାର ସନ୍ଧ୍ୟା ୬ ଘଟିକାରେ ଛାଡିବ ଓ ସେପ୍ଟେମ୍ବର ମାସ ୧୮ ତାରିଖ ଠାରୁ ଅହମଦାବାଦ ଠାରୁ ପ୍ରତି ଶୁକ୍ରବାର ସନ୍ଧ୍ୟା ୬ ଘ. ୪୦ମି,ରେ ଛାଡିବ I

Leave A Reply