Odisha news

ଏନଡିଏ ଓ ନାଭାଲ ଏକାଡେମୀ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରେନ : ଆସନ୍ତୁ ଜାଣିବା ଟ୍ରେନ କେଉଁ ଜାଗାରୁ କେତେବେଳେ ଛାଡିବ

0

ଆସନ୍ତା ୬ ତାରିଖ ଦିନ ଆୟୋଜିତ ହେଉଥିବା ଏନଡିଏ ଓ ନାଭାଲ ଏକାଡେମୀ ପରୀକ୍ଷା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ପୂର୍ବତଟ ରେଳପଥ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବା ପାଇଁ ସ୍ଥିର କରାଯାଇଅଛି I  ପରୀକ୍ଷାର୍ଥୀ ମାନଙ୍କ ସୁବିଧା ପାଇଁ ଏହି ଟ୍ରେନ ୫ ତାରିଖ ଦିନ ବିଭିନ୍ନ ସ୍ଥାନରୁ ସମ୍ବଲପୁର, କଟକ ଓ ବିଶାଖାପାଟଣା କୁ ଯାତ୍ରା କରିବ ଏବଂ ୬ ତାରିଖ ଦିନ ସେଠାରୁ ଫେରିବ I

ଉତ୍ପତ୍ତି ସ୍ଥଳରୁ ଏହି ଟ୍ରେନ ଗୁଡିକ ୫ ସେପ୍ଟେମ୍ବର ସନ୍ଧ୍ୟା ୫ ଘଟିକାରେ ଛାଡିବ ଏବଂ ସେହିଦିନ ସନ୍ଧ୍ୟା ରେ ଆୟୋଜିତ ପରୀକ୍ଷା କେନ୍ଦ୍ର ନିକଟସ୍ଥ ଷ୍ଟେସନ ମାନଙ୍କ ଠାରେ ପହଞ୍ଚିବ I  ଏହି ଟ୍ରେନ ଗୁଡିକ ହେଲା …

  1. ବ୍ରହ୍ମପୁର-କଟକ ମେମୁ ପରୀକ୍ଷା ସ୍ୱତନ୍ତ୍ର ଟ୍ରେନ

    02. ଅନୁଗୁଳ-କଟକ ମେମୁ ପରୀକ୍ଷା ସ୍ୱତନ୍ତ୍ର ଟ୍ରେନ ଭାୟା ତାଳଚେର

    03. କେନ୍ଦୁଝରଗଡ଼-କଟକ ପରୀକ୍ଷା ସ୍ୱତନ୍ତ୍ର ଟ୍ରେନ

    04. ପାରାଦୀପ-କଟକ ମେମୁ ପରୀକ୍ଷା ସ୍ୱତନ୍ତ୍ର ଟ୍ରେନ

    05. ରାଉରକେଲା-ସମ୍ବଲପୁର ପରୀକ୍ଷା ସ୍ୱତନ୍ତ୍ର ଟ୍ରେନ

    06. କଣ୍ଟାବାଞ୍ଜି-ସମ୍ବଲପୁର ପରୀକ୍ଷା ସ୍ୱତନ୍ତ୍ର ଟ୍ରେନ

    07. ଇଚ୍ଛାପୂରମ-ବିଶାଖାପାଟଣା ପରୀକ୍ଷା ସ୍ୱତନ୍ତ୍ର ଟ୍ରେନ

    08.  ବାଲେଶ୍ୱର-ଭୁବନେଶ୍ୱର ପରୀକ୍ଷା ସ୍ୱତନ୍ତ୍ର ଟ୍ରେନ

ବ୍ରହ୍ମପୁରକଟକ ମେମୁ ସ୍ୱତନ୍ତ୍ର ଟ୍ରେନ 
06834/06833 ବ୍ରହ୍ମପୁର-କଟକ-ବ୍ରହ୍ମପୁର ମେମୁ ପରୀକ୍ଷା ସ୍ୱତନ୍ତ୍ର ଟ୍ରେନ ସେପ୍ଟେମ୍ବର ୫ ତାରିଖ ଅପରାହ୍ନ ୫ ଘଟିକାରେ ବ୍ରହ୍ମପୁର ଠାରୁ ଛାଡି କଟକ ଠାରେ ସେହି ଦିନ ସନ୍ଧ୍ୟା/ରାତ୍ରି ୯ ଘଟିକାରେ ପହଞ୍ଚିବ I  ଫେରିବା ପଥରେ ଏହି ଟ୍ରେନ ସେପ୍ଟେମ୍ବର ୬ ତାରିଖ ସନ୍ଧ୍ୟା ୬ ଘ.୩୦ମି.ରେ କଟକ ଠାରୁ ଛାଡି ବ୍ରହ୍ମପୁର ଠାରେ ରାତ୍ର ୧୦ଘ.୩୦ମି.ରେ ପହଞ୍ଚିବ I  ଏହି ଟ୍ରେନ ବ୍ରହ୍ମପୁର ଓ କଟକ ମଧ୍ୟରେ ଛତ୍ରପୁର, ଖଲିକୋଟ, ଚିଲିକା, ବାଲୁଗାଁ, କାଳୁପଦାଘାତ, ଭୂଷଣ୍ଡପୁର, ନିରାକାରପୁର, ଖୋର୍ଦ୍ଧା ରୋଡ଼ ଏବଂ ଭୁବନେଶ୍ୱର ଠାରେ ଉଭୟ ଦିଗରୁ ରହଣି କରିବ I

ପାରାଦୀପକଟକପାରାଦୀପ ସ୍ୱତନ୍ତ୍ର ଟ୍ରେନ
06801/06802 ପାରାଦୀପ-କଟକ-ପାରାଦୀପ ମେମୁ ପରୀକ୍ଷା ସ୍ୱତନ୍ତ୍ର ଟ୍ରେନ ସେପ୍ଟେମ୍ବର ୫ ତାରିଖ ଅପରାହ୍ନ ୫ ଘଟିକାରେ ପାରାଦୀପ ଠାରୁ ଛାଡି କଟକ ଠାରେ ସେହି ଦିନ ସନ୍ଧ୍ୟା/ରାତ୍ରି ୭ ଘଟିକାରେ ପହଞ୍ଚିବ I  ଫେରିବା ପଥରେ ଏହି ଟ୍ରେନ ସେପ୍ଟେମ୍ବର ୬ ତାରିଖ ସନ୍ଧ୍ୟା ୭ ଘଟିକାରେ କଟକ ଠାରୁ ଛାଡି ପାରାଦୀପ ଠାରେ ରାତ୍ର ୯ ଘଟିକାରେ ପହଞ୍ଚିବ I  ଏହି ଟ୍ରେନ ପାରାଦୀପ ଓ କଟକ ମଧ୍ୟରେ ବଡ଼ବନ୍ଧ,   ରାହାମା, ଝଙ୍କଡ଼ ସରଳ ରୋଡ଼, ଗୋରଖନାଥ, ରଘୁନାଥପୁର, କନ୍ଦରପୁର ଷ୍ଟେସନ ମାନଙ୍କ ଠାରେ ଉଭୟ ଦିଗରୁ ରହଣି କରିବ I

କେନ୍ଦୁଝରଗଡ଼କଟକ ସ୍ୱତନ୍ତ୍ର ଟ୍ରେନ
06825/06826 କେନ୍ଦୁଝରଗଡ଼-କଟକ-କେନ୍ଦୁଝରଗଡ଼ ସ୍ୱତନ୍ତ୍ର ଟ୍ରେନ କେନ୍ଦୁଝରଗଡ଼ ଠାରୁ ୫ ତାରିଖ ସନ୍ଧ୍ୟା ୫ ଘଟିକାରେ ଛାଡି କଟକ ଠାରେ ସେହିଦିନ ସନ୍ଧ୍ୟା ୮ଘ.୪୫ମି.ରେ ପହଞ୍ଚିବ I  ଫେରିବା ପଥରେ ଏହି ଟ୍ରେନ କଟକ ଠାରୁ ୬ ତାରିଖ ସନ୍ଧ୍ୟା ୬ଘ.୪୫ମି.ରେ ଛାଡି କେନ୍ଦୁଝରଗଡ଼ ଠାରେ ରାତ୍ର ୧୦ଘ.୧୫ମି.ରେ ପହଞ୍ଚିବ I  ଏହି ଟ୍ରେନ କେନ୍ଦୁଝରଗଡ଼ ଓ କଟକ ମଧ୍ୟରେ ଉଭୟ ଦିଗରୁ ହରିଚନ୍ଦନପୁର, ସୁକିନ୍ଦା ରୋଡ଼, ଯଖପୁରା, ହରିଦାସପୁର, ଧାନମଣ୍ଡଳ, କପିଳାସ ରୋଡ଼ ଷ୍ଟେସନ ମାନଙ୍କରେ ରହଣି କରିବ I

ଅନୁଗୁଳକଟକ ସ୍ୱତନ୍ତ୍ର ଟ୍ରେନ ଭାୟା ତାଳଚେର ରୋଡ଼

06821/06822 ଅନୁଗୁଳ-କଟକ-ଅନୁଗୁଳ ସ୍ୱତନ୍ତ୍ର ଟ୍ରେନ ଭାୟା ତାଳଚେର ସେପ୍ଟେମ୍ବର ୫ ତାରିଖ ସନ୍ଧ୍ୟା ୫ ଘଟିକାରେ ଛାଡି କଟକ ଠାରେ ସେହିଦିନ ରାତ୍ର ୮ଘ.୧୫ମି.ରେ ପହଞ୍ଚିବ I ଫେରିବା ପଥରେ ଏହି ଟ୍ରେନ କଟକ ଠାରୁ ୬ ସେପ୍ଟେମ୍ବର ଦିନ ସନ୍ଧ୍ୟା ୭ଘଟିକାରେ ଛାଡି ଅନୁଗୁଳ ଠାରେ ରାତ୍ର ୯ଘ.୧୫ମି.ରେ ପହଞ୍ଚିବ I   ଏହି ଟ୍ରେନ କଟକ ଓ ଅନୁଗୁଳ ମଧ୍ୟରେ ଉଭୟ ଦିଗରୁ ତାଳଚେର ରୋଡ଼, ତାଳଚେର, ମେରାମାଣ୍ଡଳୀ, ଢେଙ୍କାନାଳ, ଚରବାଟିଆ ଓ ନିର୍ଗୁଣ୍ଡି ଠାରେ ରହଣି କରିବ I

ବାଲେଶ୍ୱରକଟକ ସ୍ୱତନ୍ତ୍ର ଟ୍ରେନ

୦୮୦୦୫/08006 ବାଲେଶ୍ୱର-ଭୁବନେଶ୍ୱର-ବାଲେଶ୍ୱର ସ୍ୱତନ୍ତ୍ର ଟ୍ରେନ ବାଲେଶ୍ୱର ଠାରୁ ୫ ସେପ୍ଟେମ୍ବର ସନ୍ଧ୍ୟା ୫ ଘଟିକାରେ ଛାଡି ଭୁବନେଶ୍ୱର ଠାରେ ସେହି ଦିନ ରାତ୍ର ୯ଘ.୩୦ମି.ରେ ପହଞ୍ଚିବ I ଫେରିବା ପଥରେ ଏହି ଟ୍ରେନ ଭୁବନେଶ୍ୱର ଠାରୁ ୬ ସେପ୍ଟେମ୍ବର ରାତ୍ର ୯ଘ.୫୦ମି.ରେ ଛାଡି ବାଲେଶ୍ୱର ଠାରେ ରାତ୍ର ୨ଘ.୩୦ମି.ରେ ପହଞ୍ଚିବ I ଏହି ଟ୍ରେନ ବାଲେଶ୍ୱର ଓ ଭୁବନେଶ୍ୱର ମଧ୍ୟରେ ଭଦ୍ରକ, ବୈତରଣୀ ରୋଡ଼, ଯାଜପୁର କେନ୍ଦୁଝର ରୋଡ଼, ହରିଦାସପୁର, ଧାନମଣ୍ଡଳ, ନିର୍ଗୁଣ୍ଡି ଓ କଟକ ଷ୍ଟେସନ ଠାରେ ରହଣି କରିବ I

କଣ୍ଟାବାଞ୍ଜିସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ 
05814/05813 କଣ୍ଟାବାଞ୍ଜି-ସମ୍ବଲପୁର-କଣ୍ଟାବାଞ୍ଜି ସ୍ୱତନ୍ତ୍ର ଟ୍ରେନ କଣ୍ଟାବାଞ୍ଜି ଠାରୁ ୫ ତାରିଖ ସନ୍ଧ୍ୟା ୫ ଘଟିକାରେ ଛାଡି ସମ୍ବଲପୁର ଠାରେ ସେହିଦିନ ରାତ୍ର ୯ଘ.୧୫ମି.ରେ ପହଞ୍ଚିବ I ଫେରିବା ପଥରେ ଏହି ଟ୍ରେନ ସମ୍ବଲପୁର ଠାରୁ ୬ ତାରିଖ ସନ୍ଧ୍ୟା ୬ଘ.୩୦ମି.ରେ ଛାଡି କଣ୍ଟାବାଞ୍ଜି ଠାରେ  ସେହିଦିନ ରାତ୍ର ୧୨ଘ.୩୦ମି.ରେ ପହଞ୍ଚିବ I  ଏହି ଟ୍ରେନ କଣ୍ଟାବାଞ୍ଜି ଓ ସମ୍ବଲପୁର ମଧ୍ୟରେ ଟିଟିଲାଗଡ, ବଡ଼ମାଳ, ସଇଁତଳା, ବଲାଙ୍ଗୀର, ଲୋଇଶିଙ୍ଗା, ବରପାଲି ଏବଂ ବରଗଡ଼ ରୋଡ଼ ଷ୍ଟେସନ ମାନଙ୍କରେ ରହଣି କରିବ I

ରାଉରକେଲାସମ୍ବଲପୁରରାଉରକେଲା ସ୍ୱତନ୍ତ୍ର ଟ୍ରେନ

୦୮୬୦୩/08604 ରାଉରକେଲା-ସମ୍ବଲପୁର-ରାଉରକେଲା ସ୍ୱତନ୍ତ୍ର ଟ୍ରେନ ରାଉରକେଲା ଠାରୁ ୫ ସେପ୍ଟେମ୍ବର ସନ୍ଧ୍ୟା ୫ ଘଟିକାରେ ଛାଡି ସମ୍ବଲପୁର ଠାରେ ସେହି ଦିନ ସନ୍ଧ୍ୟା ୭ ଘ.୪୦ମି.ରେ ପହଞ୍ଚିବ I   ଫେରିବା ପଥରେ ଏହି ଟ୍ରେନ ସମ୍ବଲପୁର ଠାରୁ ୬ ସେପ୍ଟେମ୍ବର ରାତ୍ର ୯ ଘଟିକାରେ ଛାଡି ରାଉରକେଲା ଠାରେ ରାତ୍ର ୧୧ଘ.୪୫ମି.ରେ ପହଞ୍ଚିବ I ଏହି ଟ୍ରେନ ରାଉରକେଲା ଓ ସମ୍ବଲପୁର ମଧ୍ୟରେ ରାଜଗାଙ୍ଗପୁର, ବାମରା, ଝାରସୁଗୁଡା ଓ ରେଙ୍ଗାଲି ଷ୍ଟେସନ ମାନଙ୍କ ଠାରେ ଉଭୟ ଦିଗରୁ ରହଣି କରିବ I

ଇଚ୍ଛାପୂରମବିଶାଖାପାଟଣାଇଚ୍ଛାପୂରମ ସ୍ୱତନ୍ତ୍ର ଟ୍ରେନ
05831/05832 ଇଚ୍ଛାପୂରମ-ବିଶାଖାପାଟଣା-ଇଚ୍ଛାପୂରମ ସ୍ୱତନ୍ତ୍ର ଟ୍ରେନ ଇଚ୍ଛାପୂରମ ଠାରୁ ୫ ସେପ୍ଟେମ୍ବର ସନ୍ଧ୍ୟା ୫ ଘଟିକାରେ ଛାଡି ବିଶାଖାପାଟଣା ଠାରେ ସେହିଦିନ ରାତ୍ର ୯ ଘଟିକାରେ ପହଞ୍ଚିବ I  ଫେରିବା ପଥରେ ଏହି ଟ୍ରେନ ବିଶାଖାପାଟଣା ଠାରୁ ୬ ସେପ୍ଟେମ୍ବର ସନ୍ଧ୍ୟା ୬ ଘ.୩୦ମି.ରେ ଛାଡି ଇଚ୍ଛାପୂରମ ଠାରେ ରାତ୍ର ୧୦ଘ.୩୦ମି.ରେ ପହଞ୍ଚିବ I ଏହି ଟ୍ରେନ ଇଚ୍ଛାପୂରମ ଓ ବିଶାଖାପାଟଣା ମଧ୍ୟରେ ସୋମପେଟା, ପଲାସା, ନୌପଡା, କୋଟାବୋମାଲି, ଶ୍ରୀକାକୁଲମ ରୋଡ଼, ଚିପୁରୁପାଲୀ, ବିଜନଗରମ ଏବଂ କୋଟାଭଲସା ଷ୍ଟେସନ ମାନଙ୍କରେ ରହଣି କରିବ I

 

Leave A Reply