Odisha news

ଟ୍ରେନ ସମ୍ଭଧୀୟ ଗୁରୁତ୍ୱପୂର୍ଣ ସୂଚନା : ପ୍ରଶାନ୍ତି ଏକ୍ସପ୍ରେସ ନିରାକାରପୁର ଠାରେ ରହଣି କରିବ

0

ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ, ପରୀକ୍ଷାମୂଳକ ଭିତ୍ତିରେ ନିରାକାରପୁର ଠାରେ 18463/18464 ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସର ରହଣି ପାଇଁ ରେଳ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି ।

ବେଙ୍ଗାଲୁରୁ ଠାରୁ 29 ଡିସେମ୍ବର ଦିନ ଛାଡି 30 ଡିସେମ୍ବର 2023 ରେ ପହଞ୍ଚିବାକୁ ଥିବା 18464 ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ନିରାକାରପୁର ଠାରେ ରହଣି ପାଇଁ ସ୍ଥିର କରାଯାଇଅଛି |

ଭୁବନେଶ୍ୱରରୁ 31 ଡିସେମ୍ବର, 2023 ଠାରୁ ଛାଡିବାକୁ ଥିବା 18463 ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ ନିରାକାରପୁର ଠାରେ ରହଣି କରିବ  ରହିବ |

ପ୍ରଶାନ୍ତି ଏକ୍ସପ୍ରେସ ପାଇଁ ଅନ୍ୟ ସ୍ଥିରୀକୃତ ରହଣି ଷ୍ଟେସନ ଓ ସମୟ ସାରଣୀ ଅପରିବର୍ତ୍ତିତ ରହିବ |

Nalco
Leave A Reply