Odisha news

ଟ୍ରେନ ସମ୍ଭଧୀୟ ଗୁରୁତ୍ୱପୂର୍ଣ ସୂଚନା : ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ ଭବାନୀପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରିତ

0

● ଏହି ଟ୍ରେନ ସମ୍ପ୍ରସାରଣର ନିୟମିତ ସେବା ବିଶାଖାପାଟନମ୍ ଠାରୁ 27 ଡିସେମ୍ବର, 2023 ଠାରୁ ଏବଂ ଭବାନୀପାଟଣାରୁ 28 ଡିସେମ୍ବର, 2023 ଠାରୁ ଚଳାଚଳ କରିବ |

● ଉଭୟ ପାର୍ଶ୍ୱରୁ ବିଶାଖାପାଟନମ୍ ଏବଂ ରାୟଗଡା ମଧ୍ୟରେ ଏହି ଟ୍ରେନ୍ ପାଇଁ ସ୍ଥିରୀକୃତ ସମୟ ସାରଣୀ ଏବଂ ରହଣି ଷ୍ଟେସନ ଅପରିବର୍ତ୍ତିତ ରହିବ |

● ସମ୍ପ୍ରସାରଣ ମାର୍ଗରେ ଏହି ଟ୍ରେନ ରାୟଗଡା ଓ ଭବାନୀପାଟଣା ମଧ୍ୟରେ ସିଙ୍ଗାପୁର ରୋଡ୍, ଥେରୁବାଲି, ବିଷମକଟକ, ମୁନିଗୁଡା, ଦୋଇକାଲୁ, ଆମ୍ବାଡୋଲା, ଲାଞ୍ଜିଗଡ଼ ରୋଡ୍, ଜି ରାମଚନ୍ଦ୍ରପୁର ପାସେଞ୍ଜର ହଲଟ ଏବଂ ଦେପୁର ଷ୍ଟେସନ ମାନଙ୍କ ଠାରେ ରହଣି କରିବ |
08504/08503 ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲକୁ ଭବାନୀପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ରେଳ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି |
08504 ବିଶାଖାପାଟନମ୍-ରାୟଗଡା ପାସେଞ୍ଜର ସ୍ପେଶାଲ୍ ରାୟଗଡା ଠାରେ ଏହାର ନିର୍ଧାରିତ ସମୟ ରାତ୍ରି 10 ଘଟିକା ସମୟରେ ପହଞ୍ଚିବା ପରେ ଏହା ରାତ୍ରି 10ଘ.05ମି.ରେ ଭବାନୀପାଟଣା ଅଭିମୁଖେ ଯାତ୍ରା କରିବ ଏବଂ ଏହା ରାତ୍ରି 12ଘ.45ମି.ରେ ଭବାନୀପାଟଣାରେ ପହଞ୍ଚିବ | ଫେରିବା ମାର୍ଗରେ, 08503 ଭବାନୀପାଟଣା-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ ଭବାନୀପାଟଣାରୁ ରାତ୍ରି 01ଘ.15ମି.ରେ ଛାଡି ଭୋର 05ଘ.35ମି.ରେ ରାୟଗଡାରେ ପହଞ୍ଚିବ | ଏହି ଟ୍ରେନ୍ ରାୟଗଡା ଓ ଭବାନୀପାଟଣା ମଧ୍ୟରେ ସିଙ୍ଗାପୁର ରୋଡ୍, ଥେରୁବାଲି, ବିଷମକଟକ, ମୁନିଗୁଡା, ଦୋଇକାଲୁ, ଆମ୍ବାଡୋଲା, ଲାଞ୍ଜିଗଡ଼ ରୋଡ୍, ଜି ରାମଚନ୍ଦ୍ରପୁର ପାସେଞ୍ଜର ହଲଟ ଏବଂ ଦେପୁର ଷ୍ଟେସନ ମାନଙ୍କ ଠାରେ ରହଣି କରିବ |
ଉଭୟ ପାର୍ଶ୍ୱରୁ ଏହି ଟ୍ରେନ ବିଶାଖାପାଟନମ୍ ଏବଂ ରାୟାଗଡା ମଧ୍ୟରେ ସ୍ଥିରୀକୃତ ସମୟ ସାରଣୀ ଓ ରହଣି ଷ୍ଟେସନ ଗୁଡିକରେ କୌଣସି ପରିବର୍ତ୍ତନ ହେବନାହିଁ |

Leave A Reply