Odisha news

ଓଡ଼ିଶା ଟ୍ରେନ ଦୁର୍ଘଟଣା : ୫୦ ଡାକ୍ତର ଘଟଣାସ୍ଥଳରେ ପହଞ୍ଚିଥିବାବେଳେ କେବଳ ଏସସିବିରୁ ୨୫ ଜଣିଆ ଡାକ୍ତରୀ ଟିମ

0

ଓଡ଼ିଶାର ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ରାତି ପ୍ରାୟ ସଢ଼େ ୬ଟାରେ ସାଲିମାର – ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସର କେତୋଟି ବଗି ଟ୍ରାକରୁ ଖସି ଯାଇଥିବାବେଳେ ବିପରୀତ ଦିଗରୁ ଆସୁଥିବା ବେଙ୍ଗାଲୁର – ହାୱାଡା ଏକ୍ସପ୍ରେସ ଧକ୍କା ହେବାରୁ ଭୟଙ୍କର ଦୁର୍ଘଟଣା ଘଟିଛି। ଉକ୍ତ ଘଟଣାରେ ପ୍ରାୟ ୫୦ ‌ଲୋକଙ୍କ ମୃତ୍ୟୁ ସୂଚନା ମିଳିଥିବାବେଳେ ପ୍ରାୟ ୩୫୦ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟ ଜାରିରହିଛି। ଲୋକଙ୍କୁ ବଂଚାଇବା ଓ ଆହତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବାକୁ ଘଟଣାସ୍ଥଳରେ ୭୫ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି ବୋଲି ସ୍ବାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ପ୍ରଭାବିତଙ୍କ ଚିକିତ୍ସା ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ଜିଲ୍ଲାରୁ ୫୦ ଡାକ୍ତର ଘଟଣାସ୍ଥଳରେ ପହଞ୍ଚିଥିବାବେଳେ କେବଳ ଏସସିବିରୁ ୨୫ ଜଣିଆ ଡାକ୍ତରୀ ଟିମ ପହଞ୍ଚିଛନ୍ତି। ସେହପରି ଗୁରୁତରମାନେ ଭୁବନେଶ୍ବର ଓ କଟକ ଆସୁଥିବା ଜଣାପଡିବା ପରେ ବିଭିନ୍ନ ଘରୋଇ ଡାକ୍ତରାଖାନାକୁ ପ୍ରସ୍ତୁତ ରଖାଯାଇଥିବା ସେ କହିଛନ୍ତି।

Leave A Reply