ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଭୟାବହ ରେଳ ଦୁର୍ଘଟଣା : ମୃତ୍ୟସଂଖ୍ୟା ୫୦ ଛୁଇଁଲା, ଆହତଙ୍କ ସଂଖ୍ୟା ୩୫୦ ଟପିଲା
ସାରା ରାତି ଜାରି ରହିବ ଉଦ୍ଧାର କାର୍ଯ୍ୟ
ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଆଜି ସନ୍ଧ୍ୟାରେ ଘଟିଛି ଏକ ଭୟାବହ ରେଳ ଦୁର୍ଘଟଣା। କୋଲକାତାରୁ ଶାଲିମାର ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ (୧୨୮୪୧-ଅପ୍) ଦ୍ରୁତଗତିରେ ବାହାନଗା ଷ୍ଟେସନ୍ ପାର କରୁଥିବା ବେଳେ ଲାଇନଚ୍ୟୁତ ହୋଇ ଏକ ମାଲଗାଡ଼ି ସହ ଧକ୍କା ଖାଇଥିଲା । ଏହି ଭୟାବହ ଦୁର୍ଘଟଣାରେ ୩୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଦକ୍ଷିଣପୂର୍ବ ରେଳ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ୨୦୦ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରୁ ୪୭ ଜଣଙ୍କୁ ବାଲେଶ୍ବର ମେଡିକାଲ କଲେଜ ଓ ୧୩୨ ଜଣଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହି ସଂଖ୍ୟା ବୃଦ୍ଧିପାଇବ ବୋଲି ଘଟଣାସ୍ଥଳରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି । ରେଳ ବିଭାଗର ସୂଚନା ଅନୁସାରେ କରମଣ୍ଡଳ ଏକ୍ସପ୍ରେସର ୭ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୭ଟି ବଗି ଲାଇନଚ୍ୟୁତ ହୋଇଛି।
ବର୍ତ୍ତମାନ ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଉଛି। ଆହତ ଏବଂ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ବାହାନଗା, ସୋର ଓ ବାଲେଶ୍ବର ଡାକ୍ତରଖାନାକୁ ଆମ୍ବୁଲାନ୍ସ ମାଧ୍ୟମରେ ନିଆଯାଉଛି। ପ୍ରଥମେ ସ୍ଥାନୀୟ ଲୋକଙ୍କର ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହାପରେ ଘଟଣାସ୍ଥଳରେ ୩ ଏନ୍ଡିଆରଏଫ୍ ଓ ୪ ଓଡ୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଦୁର୍ଘଟଣାସ୍ଥଳରେ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳେ ରେଳବାଇ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି।
ଉକ୍ତ ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ୧୦୦ ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିବାବେଳେ ପ୍ରାୟ ୫୦ ବସକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପ୍ରକାଶ କରିଛନ୍ତି। ସାରା ରାତି ଉଦ୍ଧାର କାର୍ଯ୍ୟ ଚାଲିବ ବୋଲି ସୂଚନା ମିଳୁଛି। ମୃତ୍ୟସଂଖ୍ୟା ୫୦ ଛୁଇଁଲା, ଆହତଙ୍କ ସଂଖ୍ୟା ୩୫୦ ଟପିଲା l ସାରା ରାତି ଜାରି ରହିବ ଉଦ୍ଧାର କାର୍ଯ୍ୟ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟୁଇଟ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତାହତଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କ ଆରୋଗ୍ୟ କାମନା କରଛନ୍ତ।
ଏଭଳି ଭୟାନକ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିବା ସହ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି। ତେବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଘଟଣା ଉପରେ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଆହତଙ୍କୁ ଯଥାସମ୍ଭବ ସହାୟତା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଉକ୍ତ ଘଟଣା ପରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟୁଇଟ କରି ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତାହତଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତମାନଙ୍କ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଗୁରୁତର ଆହତଙ୍କୁ ୨ ଲକ୍ଷ ଏବଂ ସାମାନ୍ୟ ଆହାତ ହୋଇଥିବା ଲୋକଙ୍କୁ ୫୦,୦୦୦ ଟଙ୍କା କ୍ଷତି ପୂରଣ ଦିଆଯିବ ବୋଲି ଘୋଷଣା କରାଯାଇଛି ।