Odisha news

ଟ୍ରେନ ସଂମ୍ବନ୍ଧିୟ ଗୁରୁତ୍ୱ ପୁର୍ଣ ସୂଚନା : ବାତିଲ କରାଯାଇଥିବା ପୂର୍ବ ତଟ ରେଳପଥର ଚାରି ଯୋଡ଼ା ଏକ୍ସପ୍ରେସ ଟ୍ରେନର ସେବାକୁ ପୁନ ପ୍ରଚଳନ କରିବାକୁ ନିଷ୍ପତ୍ତି

0
ପୂର୍ବତଟ ରେଳପଥ ଏହାର ସମସ୍ତ ଏକ୍ସପ୍ରେସ ଟ୍ରେନ ପୁନଃ ଚଳାଚଳ ପାଇଁ ଶେଷ ପର୍ଯ୍ୟାୟରେ :

●       6 ଅଗଷ୍ଟ, 2022 ରୁ ପୁରୀ-ଦିଘା-ପୁରୀ ଏକ୍ସପ୍ରେସ |

●       7 ଅଗଷ୍ଟ  2022 ରୁ ବିଶାଖାପାଟନମ୍-ପାରାଦୀପ-ବିଶାଖାପାଟନମ୍ ଏକ୍ସପ୍ରେସ |

●       13 ଅଗଷ୍ଟରୁ ବିଶାଖାପାଟନମ୍-ଦୁର୍ଗ-ବିଶାଖାପାଟନମ୍ |

●       2 ଅକ୍ଟୋବର, 2022 ରୁ ପୁରୀ-ହାଓଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ |

●       ଖୁବ ଶୀଘ୍ର ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ଗରିବ ରଥ ଚଳାଚଳ ନିଷ୍ପତ୍ତି |

●       ସଂଶୋଧିତ ଟ୍ରେନ୍ ନମ୍ବରରେ ଚାଲିବ କଟକ-ଗୁଣୁପୁର-କଟକ ଟ୍ରେନ |

ଯାତ୍ରୀ ମାନଙ୍କର ଚାହିଦା ଏବଂ ସାଧାରଣ ଜନତାଙ୍କ ସୁବିଧା ପାଇଁ କୋଭିଡ19 ଲକଡାଉନ୍ ଠାରୁ ବାତିଲ କରାଯାଇଥିବା ପୂର୍ବ ତଟ ରେଳପଥର ଚାରି ଯୋଡ଼ା ଏକ୍ସପ୍ରେସ ଟ୍ରେନର ସେବାକୁ ପୁନ ପ୍ରଚଳନ କରିବାକୁ ନିଷ୍ପତ୍ତି ନିଆଯାଇଅଛି | ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ଗରିବ ରଥ ଏକ୍ସପ୍ରେସ ବ୍ୟତୀତ ପୂର୍ବ ତଟ ରେଳ ପରିସୀମା ମଧ୍ୟରୁ ସମସ୍ତ ଉତ୍ପନ୍ନ ଟ୍ରେନ୍ ଗୁଡିକୁ ପୁନଃ ଚଳାଚଳ କରାଯାଇଅଛି |  ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ଗରିବ ରଥ ଏକ୍ସପ୍ରେସ ଶୀଘ୍ର ଚଳାଚଳ କରାଯିବା ପାଇଁ କାର୍ଯ୍ୟ ପ୍ରକ୍ରିୟାକରଣ ଜାରି ରହିଛି |

22890/22889 ପୁରୀ-ଦିଘା-ପୁରୀ ଏକ୍ସପ୍ରେସ ପୁରୀରୁ 06.08.2022 ଠାରୁ ପ୍ରତି ଶନିବାର ରାତ୍ରି ୯ଘ.୦୫ମି.ରେ ଛାଡିବାକୁ ଥିବାବେଳେ ଦିଘାରୁ 07.08.2022 ଠାରୁ ପ୍ରତି ରବିବାର ସନ୍ଧ୍ୟା ୫ଘ.୨୫ମି.ରେ ଛାଡିବ |

22810/22809 ବିଶାଖାପାଟନମ୍-ପାରାଦୀପ-ବିଶାଖାପାଟନମ୍ ଏକ୍ସପ୍ରେସ ବିଶାଖାପାଟନମରୁ 07.08.2022 ଠାରୁ ପ୍ରତି ରବିବାର ରାତ୍ରି ୧୧ଘ.୪୫ମି.ରେ ଛାଡିବାକୁ ଥିବାବେଳେ ପାରାଦୀପରୁ ପ୍ରତି ସୋମବାର ରାତ୍ରି ୧୦ଘ.୨୫ମି.ରେ ଛାଡିବ |

18530/18529 ବିଶାଖାପାଟନମ୍-ଦୁର୍ଗ-ବିଶାଖାପାଟନମ୍ ଏକ୍ସପ୍ରେସ ବିଶାଖାପାଟନମରୁ 13.08.2022 ଠାରୁ ଅପରାହ୍ନ ୪ଘ.୫୫ମି.ରେ ଛାଡିବାକୁ ଥିବାବେଳେ ଦୁର୍ଗରୁ 14.08.2022 ଠାରୁ ସନ୍ଧ୍ୟା ୬ଘ.୩୦ମି.ରେ ଛାଡିବ |

12278/12277 ପୁରୀ-ହାଓଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ 02.10.2022 ଠାରୁ ପୁରୀରୁ ସକାଳ ୦୫ଘ.୪୫ମି.ରେ ଛାଡିବାକୁ ଥିବାବେଳେ ହାଓଡ଼ା ଠାରୁ ଅପରାହ୍ନ ୨ଘ.୧୫ମି.ରେ ଛାଡିବ |

କଟକ-ଗୁଣୁପୁର-କଟକ ଟ୍ରେନ୍ ସଂଶୋଧିତ ନମ୍ବର ସହିତ ଚଳାଚଳ କରିବ :

ଯାତ୍ରୀମାନଙ୍କ ସୁବିଧା ପାଇଁ କଟକ-ଗୁଣୁପୁର-କଟକ ଏକ୍ସପ୍ରେସକୁ ପାସେଞ୍ଜର ସ୍ପେଶାଲ ଭାବରେ ଚଳାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଫଳସ୍ୱରୂପ, ଟ୍ରେନ୍ ନମ୍ବର 18443/18444 କଟକ-ଗୁଣୁପୁର-କଟକ ଏକ୍ସପ୍ରେସକୁ 08421/08422 କଟକ-ଗୁଣୁପୁର-କଟକ ପାସେଞ୍ଜର ବିଶେଷ ଟ୍ରେନ ଭାବରେ ଚଲାଇବା ପାଇଁ ସଂଶୋଧିତ କରାଯାଇଛି | ଏହା 05.08.2022 ଠାରୁ କଟକରୁ ଏବଂ  06.08.2022 ଠାରୁ ଗୁଣୁପୁରରୁ କାର୍ଯ୍ୟକାରୀ କରାଯିବ |

08421 କଟକ-ଗୁଣୁପୁର ପାସେଞ୍ଜର ସ୍ପେଶାଲ କଟକରୁ ଅପରାହ୍ନ ୦୫ଘ.୩୦ମି.ରେ ଗୁଣୁପୁର ଅଭିମୁଖେ ଯାତ୍ରା କରିବ | ପ୍ରତ୍ୟାବର୍ତ୍ତନ ମାର୍ଗରେ ଗୁଣୁପୁରରୁ 08422 ଗୁଣୁପୁର-କଟକ ପାସେଞ୍ଜର ସ୍ପେଶାଲ ରାତ୍ରି ୦୨ଘ.୪୫ମି.ରେ କଟକ ଅଭିମୁଖେ ଯାତ୍ରା କରିବ |

ରାଉରକେଲା-ଭୁବନେଶ୍ୱର ଇଣ୍ଟର ସିଟି ଏବଂ ଇସ୍ପାତ ଏକ୍ସପ୍ରେସରେ ଏସି-3 ଟାୟାର ସଂଯୋଗ :

ଯାତ୍ରୀମାନଙ୍କ ସୁବିଧା ପାଇଁ 15 ଅଗଷ୍ଟ 2022 ରୁ ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ଇଣ୍ଟର ସିଟି ଏବଂ ହାଓଡ଼ା-ଟିଟିଲାଗଡ / କାଣ୍ଟାବାଞ୍ଜୀ-ହାଓଡ଼ା ଇସ୍ପାତ ଏକ୍ସପ୍ରେସରେ ଏସି -3 ଟାୟାର କୋଚର ସୁବିଧା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି |

22839/22840 ରାଉରକେଲା-ଭୁବନେଶ୍ୱର-ରାଉରକେଲା ଇଣ୍ଟର ସିଟି ଏକ୍ସପ୍ରେସ ରେ ଉଭୟ ଦିଗରୁ 15 ଅଗଷ୍ଟ, 2022 ଠାରୁ ଗୋଟିଏ AC-3 ଟାୟାର୍ କୋଚ୍ ସଂଯୋଗ କରାଯିବ |

12871/12872 ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ 15.08.2022 ଠାରୁ ହାଓଡ଼ାରୁ ଏବଂ 16.08.2022 ଠାରୁ ଟିଟିଲାଗଡରୁ ଗୋଟିଏ AC-3 ଟାୟାର୍ କୋଚ୍ ସଂଯୋଗ କରାଯିବ |

22861/22862 ହାଓଡ଼ା-କଣ୍ଟାବାଞ୍ଜି-ହାଓଡ଼ା ଇସ୍ପାତ ଏକ୍ସପ୍ରେସ 16.08.2022 ଠାରୁ ହାଓଡ଼ାରୁ ଏବଂ 17.08.2022 ଠାରୁ କଣ୍ଟାବାଞ୍ଜିରୁ ଗୋଟିଏ AC-3 ଟାୟାର୍ କୋଚ୍ ସଂଯୋଗ କରାଯିବ |

ବିଶାଖାପାଟନମ୍-କୋଲାମ ଏବଂ ବିଶାଖାପାଟନମ୍-ଟାଟା ଏକ୍ସପ୍ରେସ୍ ଏଲଏଚବି କୋଚ ସହିତ ଚଳାଚଳ କରିବ :

18567/18568 ବିଶାଖାପାଟନମ୍-କୋଲାମ-ବିଶାଖାପାଟନମ୍ ଏକ୍ସପ୍ରେସ ବିଶାଖାପାଟନମ୍ ରୁ 11.08.2022 ଠାରୁ ଏବଂ କୋଲାମରୁ 12.08.2022 ଠାରୁ ଆଧୁନିକ ଏଲଏଚବି କୋଚ୍ ସହିତ ଚଳାଚଳ କରିବ |

ସେହିପରି, 20816/20815 ବିଶାଖାପାଟନମ୍-ଟାଟା-ବିଶାଖାପାଟନମ୍ ଏକ୍ସପ୍ରେସ୍ ବିଶାଖାପାଟନମ୍ ରୁ 14.08.2022 ଠାରୁ ଏବଂ ଟାଟାରୁ 15.08.2022 ଠାରୁ ଆଧୁନିକ ଏଲଏଚବି କୋଚ୍ ସହିତ ଚଳାଚଳ କରିବ |

Nalco
Leave A Reply