Odisha news

ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ସହ ଅନ୍ୟ ଦୁଇଟି ସ୍ୱତନ୍ତ୍ର ଟ୍ରେନ ସେବା ଅଗଷ୍ଟ ମାସ ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି

0

ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ସେବାକୁ ଅଗଷ୍ଟ ମାସ ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କାଯିବାକୁ ନିଷ୍ପତ୍ତି ନିଆଯାଇଅଛି l
 
 ଏହି ଟ୍ରେନ ଅଗଷ୍ଟ ମାସ ୩ ତାରିଖ ରୁ ୧୨ ତାରିଖ ମଧ୍ୟରେ ଶନିବାର ଓ ରବିବାର ବ୍ୟତୀତ ରାଉରକେଲା ଠାରୁ ପ୍ରତିଦିନ ଭୋର ୫ଘ.୧୦ମି.ରେ ଛାଡିବାକୁ ଥିବା ବେଳେ ଭୁବନେଶ୍ୱର ଠାରୁ ଏହା ଅପରାହ୍ନ ୨ଘ.୧୦ମି.ରେ ଛାଡିବ l  

 ଏହି ଟ୍ରେନ ରାଉରକେଲା ଓ ଭୁବନେଶ୍ୱର ମଧ୍ୟରେ ଉଭୟ ଦିଗରୁ ରାଜଗାଙ୍ଗପୁର, ବାମରା, ଝାରସୁଗୁଡା, ରେଙ୍ଗାଲି, ସମ୍ବଲପୁର ସିଟି, ରେଢ଼ାଖୋଲ, ବଇଣ୍ଡା, ଅନୁଗୁଳ, ତାଳଚେର ରୋଡ଼, ଢେଙ୍କାନାଳ ଏବଂ ନାରାଜ ମାର୍ଥାପୁର ଷ୍ଟେସନ ମାନଙ୍କରେ ରହଣି କରିବ l  

 ଏହା ବ୍ୟତୀତ, ଅନ୍ୟ ଦୁଇଟି ଅନ୍ତଃ ରାଜ୍ୟ ସ୍ୱତନ୍ତ୍ର ଟ୍ରେନ ସେବାକୁ ମଧ୍ୟ ନିମ୍ନ ଅନୁଯାୟୀ ଅଗଷ୍ଟ ମାସ ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି 

 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ (୦୮୪୯୩/୦୮୪୯୪)

 ଅଗଷ୍ଟ ମାସ ପହିଲା ଠାରୁ ୧୨ ତାରିଖ ମଧ୍ୟରେ ଶନିବାର ଓ ରବିବାର ବ୍ୟତୀତ ଅନ୍ୟ ଦିନମାନଙ୍କରେ ଭୁବନେଶ୍ୱର ଠାରୁ ସକାଳ ୬ଘ.୩୦ମି.ରେ ଏବଂ ବଲାଙ୍ଗୀର ଠାରୁ ଅପରାହ୍ନ ୨ଘ.୪୫ମି.ରେ ଛାଡିବ l  

 ରହଣି _ ଭୁବନେଶ୍ୱର ଓ ବଲାଙ୍ଗୀର ମଧ୍ୟରେ ମଞ୍ଚେଶ୍ୱର, ନରାଜମାର୍ଥାପୁର, ଢେଙ୍କାନାଳ, ମେରାମଣ୍ଡଳୀ, ତାଳଚେର ରୋଡ଼, ଅନୁଗୁଳ, ବୋଇଣ୍ଡା, ବାମୁର, ରେଢ଼ାଖୋଲ, ସମ୍ବଲପୁର, ହୀରାକୁଦ, ବରଗଡ଼ ରୋଡ଼, ବରପାଲି ଏବଂ ଲୋଇସିଂହା ଷ୍ଟେସନ ମାନଙ୍କଠାରେ ରହଣି କରିବ 
ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା ସମ୍ବଲପୁର (୦୮୪୪୭/୦୮୪୪୮)

 ଅଗଷ୍ଟ ମାସ ପହିଲା ଠାରୁ ୧୨ ତାରିଖ ମଧ୍ୟରେ ଭୁବନେଶ୍ୱର ଠାରୁ ପ୍ରତି ସୋମ, ବୁଧ ଓ ଶୁକ୍ରବାର ଦିନ ସନ୍ଧ୍ୟା ୬ଘ.୩୦ମି.ରେ ଛାଡିବାକୁ ଥିବା ବେଳେ କୋରାପୁଟ ଠାରୁ ପ୍ରତି ମଙ୍ଗଳ, ଗୁରୁ ଓ ରବିବାର ଦିନ ସନ୍ଧ୍ୟା ୫ଘ.୩୦ମି.ରେ କୋରାପୁଟ ଠାରୁ ଛାଡିବ l  

  ରହଣି _ ଭୁବନେଶ୍ୱର ଓ କୋରାପୁଟ ମଧ୍ୟରେ କଟକ, ଢେଙ୍କାନାଳ, ମେରାମଣ୍ଡଳୀ, ତାଳଚେର ରୋଡ଼, ଅନୁଗୁଳ, ବୋଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ହୀରାକୁଦ, ବରଗଡ଼ ରୋଡ଼, ବରପାଲି, ଡୁଙ୍ଗୁରିପାଲି, ଲୋଇସିଂହା, ବଲାଙ୍ଗୀର, ବଡ଼ମାଳ, ଟିଟିଲାଗଡ଼, କେସିଙ୍ଗା, ମୁନିଗୁଡା, ଥେରୁବାଲି, ରାୟଗଡା, ଟିକିରି, ଲକ୍ଷ୍ମୀପୁର, କାକିରିଗୁମା, ବାଇଗୁଡ଼ା ଏବଂ ଦାମନଯୋଡି ,   ଷ୍ଟେସନ ମାନଙ୍କଠାରେ ରହଣି କରିବ l* ରେଳବାଇ ରିଜର୍ଭେସନ କାଉଣ୍ଟର ଓ ଆଇଆରସିଟିସି ୱେବସାଇଟ ମାଧ୍ୟମରେ ଟିକେଟ ବୁକ କରିହେବ l  

* କେବଳ କନଫର୍ମ ଟିକେଟ ଥିବା ଯାତ୍ରୀ ମାନେ ଟ୍ରେନ ରେ ଯାତ୍ରା କରିପାରିବେ  

* ଅନ୍ୟ ସ୍ୱତନ୍ତ୍ର ଟ୍ରେନ ଯଥା ନୂଆଦିଲ୍ଲୀ-ଭୁବନେଶ୍ୱର, ଭୁବନେଶ୍ୱର-ମୁମ୍ବାଇ ଏବଂ ଭୁବନେଶ୍ୱର-ହାଇଦ ସ୍ୱତନ୍ତ୍ର ଟ୍ରେନ ଗୁଡିକ ପୂର୍ବ ବିଜ୍ଞପ୍ତି ଅନୁଯାଇ ଚଳାଚଳ କରିବ l

 

Leave A Reply