ଛତ୍ରପୁର ; ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି, ଶ୍ରୀରାମଚନ୍ଦ୍ରପୁର ଓ ଭିକାରିପଲ୍ଲୀ ପଂଚାୟତରେ ଅହରହ ବିଦ୍ୟୁତ କାଟ ହେଉଥିବାରୁ ଏଥିରେ ଅତିଷ୍ଠ ହୋଇ ଉକ୍ତ ୩ଟି ପଂଚାୟତର ଲୋକେ ଗୁରବାର ଛତ୍ରପୁର ସ୍ଥିତ ଟିପିଏସଓଡିଏଲ କାର୍ଯ୍ୟାଳୟ ଘେରାଉ କରିବା ସହିତ ନିିର୍ବାହୀ ଅଧିକାରୀ ଇଂ ସୁଦର୍ଶନ ବେହେରାଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଗ୍ରୀଷ୍ମ ପ୍ରବାହ ଏବଂ ପ୍ରବଳ ଗୁଳୁଗୁଳିକକୁ ଲୋକେ ସହ୍ୟ କରିପାରୁନଥିବା ବେଳେ ବାରମ୍ଭାର ବିଦ୍ୟୁତ କାଟ ହେଉଥିବାରୁ ଲୋକେ ବାଧ୍ୟ ହୋଇ ଆଜି ଟିପିଏସଓଡିଏଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଆଗାମୀ ଦିନରେ ଏହାର ସମାଧାନ ନ ହେଲେ ବାଧ୍ୟ ହୋଇ ଜାତୀୟ ରାଜପଥ ଅବରୋଧ କରାଯୀବ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ବିଜୁ ଶ୍ରମିକ ସାମ୍ମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାସ, ସିପିଆଇ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ, ସିପିଆଇ ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ୍. ଜନାର୍ଦ୍ଦନ ରେଡ୍ଡି, ଚମାଖଣ୍ଡି ସରପଂଚ ସିଏଚ୍. ମନୋଜ କୁମାର ରେଡ୍ଡୀ, ଶ୍ରୀରାମଚନ୍ଦ୍ରପୁର ସରପଂଚ ଏସ୍. ସଞ୍ଜୀବ ରେଡ୍ଡୀ. ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏନ୍. ଗିରିଜା ପ୍ରସାଦ ରେଡ୍ଡୀ, ପୋଟ୍ଟଲାମପୁର ପୂର୍ବତନ ସରପଂଚ ଭଗବାନ ନାହାକ, ଜି. ଦିଲେଶ୍ୱର ରେଡ୍ଡୀ, ଯୁବ ବିଜେଡ଼ି ଉପସଭାପତି ସହଦେବ ସାହୁ, ଏନ୍. ମୁନା ପାତ୍ରଙ୍କ ସମେତ ଶତାଧିକ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।
