Odisha news

ଆଜିର ରାଶିଫଳ

0

ମେଷ: ଆପଣଙ୍କ ଯୋଜନା ଫଳପ୍ରଦ ହେବ। ଉତ୍ତମ ବ୍ୟବହାର ଦ୍ବାରା ସବୁ କାମ ପୂରଣ କରିପାରିବେ। ଅାର୍ଥିକ ଚିନ୍ତା ଦୂର ହେବ। ନୂଆ ବାହନ କିଣିବା ଲାଗି ମନ ବଳିବ।

ବୃଷ: ଆପଣଙ୍କ ବ୍ୟକ୍ତିତ୍ବ ଲୋକଙ୍କୁ ପ୍ରଭାବିତ କରିବ। ଅଫିସରେ କୌଣସି ବିଶେଷ କାମ ଅଧୁରା ରହିପାରେ। ବନ୍ଧୁଙ୍କ ଠାରୁ ଆର୍ଥିକ ସହଯୋଗ ପାଇବେ।

ମିଥୁନ: କୌଣସି କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ବ୍ୟବସାୟରେ ଉନ୍ନତି ହେବ। ପାରିବାରିକ ଜୀବନ ଖୁବ୍‌ ଆନନ୍ଦମୟ ରହିବ ।

କର୍କଟ: ଆପଣଙ୍କର ମନ ମୁତାବକ କାମ ହେବ। ଅଚାନକ ଧନଲାଭ ହୋଇପାରେ। ପିଲା ଦିନର ସାଙ୍ଗ ସହିତ ସାକ୍ଷାତ୍‌ ହେବ। ବୈବାହିକ ଜୀବନ ଖୁସି ଭରା ରହିବ।

ସି˚ହ: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ବ୍ୟବସାୟରେ ନୂଆ ଚୁକ୍ତି ହୋଇପାରେ। ଜୀବନସାଥୀଙ୍କ ସହିତ ଉତ୍ତମ ସାମଞ୍ଜସ୍ୟ ରହିବ। ଛାତ୍ରଙ୍କ ପାଇଁ ଦିନଟି ଭଲ।

କନ୍ୟା: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଉନ୍ନତି ପାଇଁ ଭଲ ସୁଯୋଗ ରହିଛି। ବ୍ୟବସାୟରେ ପୂର୍ବ ନିଷ୍ପତ୍ତି ଲାଭପ୍ରଦ ହେବ।

ତୁଳା: ଆପଣଙ୍କୁ ଭାଗ୍ୟର ପୂରା ସାଥ ମିଳିବ। ନୂଆ ବ୍ୟବସାୟ ପାଇଁ ଯାତ୍ରା ଲାଭପ୍ରଦ ହେବ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ।

ବିଛା: ଭାଇଙ୍କ ସହଯୋଗରେ ଆୟର ନୂଆ ଉତ୍ସ ମିଳିବ। ଅଫିସରେ ଦିନଟି ଭଲରେ କଟିବ। ଜୀବନସାଥୀଙ୍କ ସହିତ ସମ୍ପର୍କରେ ନୂତନତା ଆସିବ।

ଧନୁ: ବ୍ୟବସାୟର ପ୍ରସାର ପାଇଁ ଯୋଜନା କରିବେ। ଜୀବନସାଥୀଙ୍କ ସହଯୋଗ ପାଇବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ।

ମକର: ଆର୍ଥିକ ନେଣଦେଣ ବେଳେ ସଚେତନ ରହନ୍ତୁ। ବନ୍ଧୁଙ୍କ ନିକଟରୁ ସାହାଯ୍ୟ ପାଇବେ। ଛାତ୍ରମାନେ ଅନ୍ୟମନସ୍କ ରହିବେ।

କୁମ୍ଭ: ସମସ୍ୟାର ସମାଧାନ ପାଇଁ ନୂଆ କୌଶଳ ଅବଲମ୍ବନ କରିବେ। ପରିଶ୍ରମର ଫଳ ପାଇବେ। ଛାତ୍ରଙ୍କୁ ଜ୍ୟେଷ୍ଠଙ୍କ ସହଯୋଗ ମିଳିବ।

ମୀନ: ଆପଣଙ୍କ ପାଇଁ ଦିନଟି ଶୁଭ। କୌଣସି କାର୍ଯ୍ୟ ପାଇଁ ଯାତ୍ରା ସଫଳ ହେବ। ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ନୂଆ ଦାୟିତ୍ବ ମିଳିପାରେ।

Leave A Reply

Your email address will not be published.