Odisha news

ଅକ୍ଷୟ ତୃତୀୟା ରେ ଘଟୁଛି ୩ଟି ଦୁର୍ଲଭ ସଂଯୋଗ , ରାଶି ଅନୁସାରେ କରନ୍ତୁ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ

0

ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା , ଆଜିର ଦିନଟି ପ୍ରତ୍ୟେକ ଓଡ଼ିଆ ପରିବାର ପାଇଁ ଖୁବ ମହତ୍ଵପୁର୍ଣ ଅଟେ, ଆଜିର ଦିନରେ ଚାଷୀ ଅକ୍ଷିମୁଠି ନେଇ ଚାଷ କାର୍ଯ୍ୟ ଆରମ୍ଭ କରିଥାଏ, ଏବଂ ଆଜିର ଦିନରେ ମହାପ୍ରଭୁ ଜଗନ୍ନାଥ ଙ୍କ ରଥ ତିଆରି ପାଇଁ ରଥ ଖଳାରେ ରଥ କାଠର ଅନୁକୂଳ ହୋଇଥାଏ l ଆଜିର ଦିନରେ ପ୍ରତ୍ୟେକ ଓଡ଼ିଆ ପରିବାର ରେ ଗୋଟିଏ ମହତ୍ଵପୁର୍ଣ ଦିନ ହୋଇଥାଏ l

ଅକ୍ଷୟ ତୃତୀୟା ଦିନ ମାତା ଲକ୍ଷ୍ମୀଙ୍କ ନିକଟରେ ଅକ୍ଷୟ ଘଟ ସ୍ଥାପନ କରିବା ଦ୍ୱାରା ବର୍ଷ ସାରା ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l ଚଳିତ ବର୍ଷ ଅକ୍ଷୟ ତୃତୀୟା ରେ ଘଟୁଛି ୩ଟି ଦୁର୍ଲଭ ସଂଯୋଗ, ତାହା ହେଉଛି ସର୍ବାର୍ଥ ସିଦ୍ଧି ଯୋଗ, ଶୋଭନ ଯୋଗ ଓ ରବି ଯୋଗ l ଏହି ଦୁର୍ଲଭ ସଂଯୋଗ ଏହିଦିନ କୁ ମହତ୍ଵପୁର୍ଣ କରିଥାଏ ଏବଂ ଜୀବନ ରେ ସୁଖ, ସମୃଦ୍ଧି ଓ ଶାନ୍ତି ର ରାସ୍ତା ମିଳିଥାଏ l

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଅକ୍ଷୟ ତୃତୀୟା ଦିନ ରାଶି ଅନୁସାରେ ମାତା ଲକ୍ଷ୍ମୀଙ୍କୁ ଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛିନା କିଛି କରିବା ଜରୁରୀ l ଯାହାକି ଜୀବନରେ ସୁଖ ସମୃଦ୍ଧି ଆଗମନ ହୋଇଥାଏ l

– ମେଷ ରାଶି –
ଅକ୍ଷୟ ତୃତୀୟା ଦିନ ନାଲି ବସ୍ତ୍ର ଧାରଣ କରନ୍ତୁ ଓ ମା ଲକ୍ଷ୍ମୀ ଙ୍କୁ ନାଲି ପୁଷ୍ପ ଅର୍ପଣ କରନ୍ତୁ, ଗୁଡ଼ ଓ ମସୁର ଡାଲି ଦାନ କରନ୍ତୁ, ଏବଂ ଓଂ ମହାଲକ୍ଷ୍ମୀ ନମଃ ମନ୍ତ୍ର ପାଠ କରନ୍ତୁ l

– ବୃଷ ରାଶି –
ବୃଷ ରାଶିର ବ୍ୟକ୍ତି ଆଜିର ଦିନରେ ଧଳା ବସ୍ତ୍ର ଧାରଣ କରନ୍ତୁ, ଏବଂ ଲକ୍ଷ୍ମୀଙ୍କୁ ଗୋଲାପ ଫୁଲ ଅର୍ପଣ କରନ୍ତୁ, ଚାଉଳ ସହିତ ମିଶ୍ରି ଦାନ କରନ୍ତୁ, ଓଂ ହୃଙ୍ଗ ଶ୍ରୀଙ୍ଗ ମହାଲକ୍ଷ୍ମୀ ନମଃ ମନ୍ତ୍ର ଜପ କରନ୍ତୁ l

– ମିଥୁନ ରାଶି –
ମିଥୁନ ରାଶିର ବ୍ୟକ୍ତି ସବୁଜ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ, ଏବଂ ମା ଲକ୍ଷ୍ମୀ ଙ୍କ ନିକଟରେ ସବୁଜ ରଙ୍ଗର ଗୁଜୁରାତି ଓ ଲବଙ୍ଗ ଅର୍ପଣ କରନ୍ତୁ l ଏବଂ ମୁଗ ଡାଲି ସହିତ ଫଳ ଦାନ କରନ୍ତୁ, ଓଂ ଶ୍ରୀଙ୍ଗ ନମଃ ମନ୍ତ୍ର ପାଠ କରନ୍ତୁ l

– କର୍କଟ ରାଶି –
କର୍କଟ ରାଶିର ବ୍ୟକ୍ତି ଆପଣ ଧଳା ଓ କ୍ରିମ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ, ଏବଂ ମାଙ୍କ ନିକଟରେ ରୁପା ର ଆଭୂଷଣ ଅର୍ପଣ କରନ୍ତୁ l  ଦୁଗ୍ଧ ଓ ଚାଉଳ ରେ କ୍ଷୀରି ଅର୍ପଣ କରନ୍ତୁ l  ଏବଂ ମାତା ଲକ୍ଷ୍ମୀଙ୍କ ନାମ ପାଠ କରନ୍ତୁ l

– ସିଂହ ରାଶି –
ସିଂହ ରାଶିର ବ୍ୟକ୍ତି ଆଜିର ଦିନରେ ଗୋଲାପୀ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ, ଏବଂ ମା ଲକ୍ଷ୍ମୀ ଙ୍କୁ ପଦ୍ମ ଫୁଲ ଅର୍ପଣ କରନ୍ତୁ, ଗହମ ସହିତ ଗୁଡ଼ ଦାନ କରନ୍ତୁ, ଓଂ ଶ୍ରୀ ଲକ୍ଷ୍ମୟେ ନମଃ ମନ୍ତ୍ର ପାଠ କରନ୍ତୁ l

– କନ୍ୟା ରାଶି –
କନ୍ୟା ରାଶିର ବ୍ୟକ୍ତି ସବୁଜ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ, ଏବଂ ଲକ୍ଷ୍ମୀଙ୍କୁ ତୁଳସୀ ଅର୍ପଣ କରନ୍ତୁ, କନ୍ୟା ମାନଙ୍କୁ ଭୋଜନ କରନ୍ତୁ, ଓଂ ଶ୍ରୀଙ୍ଗ କ୍ଳିଙ୍ଗ ଏଂ ସୋ ଓଂ ହୃଙ୍ଗ ଶ୍ରୀଙ୍ଗ କ୍ଳିଙ୍ଗ ପାଠ କରନ୍ତୁ l

– ତୁଳା ରାଶି –
ଧଳା କିମ୍ବା ହାଲୁକା ରଙ୍ଗର କୌଣସି ବସ୍ତ୍ର ଧାରଣ କରନ୍ତୁ, ମା ଲକ୍ଷ୍ମୀ ଙ୍କୁ ସୁଗନ୍ଧିତ ଫୁଲ ଅର୍ପଣ କରନ୍ତୁ, ଚିନି ସହିତ ଧଳା ବସ୍ତ୍ର ଦାନ କରନ୍ତୁ, ଏବଂ ଶ୍ରୀଙ୍ଗ ଶ୍ରୀଏ ନମଃ ପାଠ କରନ୍ତୁ l

– ବିଛା ରାଶି –
ଆଜିର ଦିନରେ ଆପଣ ନାଲି ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ଏବଂ ନାଲି ରଙ୍ଗର ଫୁଲ ଅର୍ପଣ କରନ୍ତୁ l ଗୁଡ଼ ସହିତ ତମ୍ବା ପାତ୍ର ଅର୍ପଣ କରନ୍ତୁ, ଏବଂ ମା ଲକ୍ଷ୍ମୀ ଙ୍କ ନାମ ପାଠ କରନ୍ତୁ l

– ଧନୁ ରାଶି –
ଧନୁ ରାଶିର ବ୍ୟକ୍ତି ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ, ଚଣା ଡାଲି ସହିତ ହଳଦୀ ଦାନ କରନ୍ତୁ, ଓଂ ଶ୍ରୀଙ୍ଗ କ୍ଳିଙ୍ଗ ସୌଭାଗ୍ୟୟା ମହାଲକ୍ଷ୍ମୀ ନମଃ ପାଠ କରନ୍ତୁ l

– ମକର ରାଶି –
ମକର ରାଶିର ବ୍ୟକ୍ତି ନୀଳ କିମ୍ବା କଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ, ଏବଂ ମା ଲକ୍ଷ୍ମୀ ଙ୍କୁ ପଦ୍ମ ଅର୍ପଣ କରନ୍ତୁ, ଏବଂ ଅପରାଜିତା ଫୁଲ ଅର୍ପଣ କରନ୍ତୁ l  ବିରି ଡାଲି ଓ ତେଲ ଦାନ କରନ୍ତୁ l

– କୁମ୍ଭ ରାଶି –
ନୀଳ କିମ୍ବା ଆକାଶ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ, ଏବଂ ମା ଲକ୍ଷ୍ମୀ ଙ୍କୁ ନୀଳ ରଙ୍ଗର ଫୁଲ ଅର୍ପଣ କରନ୍ତୁ, କଳା ରାଶି ସହିତ ବସ୍ତ୍ର ଦାନ କରନ୍ତୁ l

– ମୀନ ରାଶି –
ମୀନ ରାଶିର ବ୍ୟକ୍ତି ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ, ଏବଂ ମା ଲକ୍ଷ୍ମୀଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ, ବେସନ ଲଡୁ ପ୍ରସାଦ ଭାବରେ ମଲକ୍ଷ୍ମୀ ଙ୍କ ନିକଟରେ ଅର୍ପଣ କରନ୍ତୁ l

Leave A Reply