ବର୍ତମାନ ସାରା ଭାରତରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ତେଣୁ ଆମ ସମସ୍ତଙ୍କୁ ଅଧିକ ଶୋଷ ଲାଗିଥାଏ, ଏବଂ ଖାଇବାକୁ କୌଣସି ଜିନିଷ ଇଛା ହୋଇନଥାଏ , ଏବଂ ଅନେକ ସମୟରେ ହଠାତ କି ଭୋକ ଲାଗିବା ଦ୍ୱାରା ଆମେ ଏପରି କିଛି ଜିନିଷ ଖାଇ ଦେଇଥାଉ ଯାହା ଆମକୁ ରୋଗରେ ଗ୍ରାସିତ କରି ଦେଇଥାଏ l ତେଣୁ କିଛିଟା ଜିନିଷ ଖାଇବା ଉଚିତ ନୁହେଁ l
– ଯେତେବେଳେ ଅଧିକ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ହୋଇଥାଏ ସେତେବେଳେ ଆମକୁ ଚା କଫି ଭଳି ଗରମ ପାନୀୟ ଠାରୁ ଦୁରେଇ ରହିବା ଜରୁରୀ, ଚା ଓ କଫି ରେ ଥିବା କାଫିନ ଡି ହାଇଡ୍ରେସନ ସମସ୍ୟା ବୃଦ୍ଧି କରିଦେଇ ଥାଏ, ଏବଂ ଖାଦ୍ୟ ହଜମ ହେବାରେ ଅସୁବିଧା ହୋଇଥାଏ l
– ଗରମ ଦିନରେ ଆମିଷ ଖାଦ୍ୟ ଖାଇବା ଉଚିତ ନୁହେଁ, କାହିଁକି ନା ଆମିଷ ଖାଦ୍ୟ ହଜମ ହୋଇ ନଥାଏ, ଏବଂ ଶରୀରରେ ଉତ୍ତାପ ବୃଦ୍ଧି ହୋଇଥାଏ, ଏବଂ ଶରୀର ରୁ ଅଧିକ ଝାଳ ନିର୍ଗତ ହୋଇଥାଏ l
– ନିଜର ପାଚକ ଗୁଣ ପାଇଁ ଅଦା ପ୍ରସିଦ୍ଧ ଅଟେ, ଅଦା ଖାଇବା ଅଧିକ ଗରମ ରେ କ୍ଷତିକାରକ ହୋଇପାରେ, ଅଦା ସେବନ ଦ୍ୱାରା ଶରୀର ଭିତରେ ଅଧିକ ଉତ୍ତାପ ବୃଦ୍ଧି ହୋଇଥାଏ, ଏବଂ ଅନେକ ସମସ୍ୟା ଦେଖାଯାଏ l
– ଗ୍ରୀଷ୍ମ ଋତୁରେ ମସଲା ଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ , ଏଭଳି ଖାଦ୍ୟ ଡାଇଜେସନ ସିଷ୍ଟମ କୁ କ୍ଷତି କରିଥାଏ, ଏବଂ ଶରୀର କୁ ଗରମ କରିଦେଇଥାଏ l
– ଗରମ ଦିନରେ ଜଙ୍କ ଫୁଡ ଶରୀର ପାଇଁ ଖୁବ କ୍ଷତିକାରକ , ଅଧିକ ତୈଳ ଯୁକ୍ତ ଖାଦ୍ୟ ବିଭିନ୍ନ ରୋଗର କାରଣ ହୋଇଥାଏ, ଏବଂ ଆମେ ଏହାକୁ ଖାଇବା ଦ୍ୱାରା ଆମ ଖାଦ୍ୟ ସହଜ ରେ ହଜମ ହୋଇ ନଥାଏ ଯାହାକି ଶରୀର କୁ ଭିତରୁ ଅଧିକ ଗରମ କରିଦେଇ ଥାଏ l