କେନ୍ଦ୍ରାପଡ଼ା :୨୨/ କେନ୍ଦ୍ରାପଡା ଜିଲ୍ଲାକୁ ଶୁକ୍ରବାର ଦିନ ସଂନ୍ଧ୍ୟା ସୁଦ୍ଧା ୮୬୨ ଜଣ ପ୍ରବାସୀ ବିଭିନ୍ନ ରାଜ୍ୟ ରୁ ଫେରିଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ୧୫,୧୭୯ ଜଣ ପ୍ରବାସୀ ବାହାରୁ ରାଜ୍ୟରୁ ଜିଲ୍ଲାକୁ ଫେରିଥିବାର ସୂଚନା ମିଳିଛି । ଜିଲ୍ଲାକୁ ଫେରିବା ପରେ ନିଜ ନିଜ ପଂଚାୟତରେ ସଂଗରୋଧ ଶିବିରରେ ଆଶ୍ରୟ ନେଇଛନ୍ତି । ଶୁକ୍ରବାର ଦିନ ଫେରିଥିବା ୮୬୨ ଜଣ ପ୍ରବାସୀଙ୍କ ମଧ୍ୟରେ କେନ୍ଦ୍ରାପଡା ବ୍ଲକ-୯୪, ମାର୍ଶାଘାଇ-୧୬୧, ପଟ୍ଟାମୁଣ୍ଡାଇ-୯୯, ରାଜନଗର-୨୧୦, ଡେରାବିଶ-୩୦, ମହାକାଳପଡା-୧୨୧, ରାଜକନିକା-୮୮, ଗରଦପୁର-୫୯ ଜଣ ପ୍ରବାସୀ ରହିଥିବା ସୂଚନା ଓ ଲୋକ ସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକଙ୍କ ସୂତ୍ରରୁ ଜଣା ପଡିଛି ।