Odisha news

ନିମେଇଁପୁର ଗ୍ରାମରେ ଝାଡାବାନ୍ତି ବୃଦ୍ଧି ପାଉଛି

0

ଭୁବନ,୨୨ / ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ପଂଚାୟତର ନିମେଇଁପୁର ଗ୍ରାମରେ ଗତ ସପ୍ତାହେ ହେଲା ଝାଡାବାନ୍ତି ରୋଗରେ ୬୦ ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି । ଗତ ୧୭ ତାରିଖ ରୁ ଝାଡାବାନ୍ତି ଆରମ୍ଭ ହୋଇ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଗ୍ରାମବାସୀ ଛାନିଆ ହୋଇପଡିଛନ୍ତି । ପ୍ରତିଦିନ ୫/୧୦ ଜଣ ଲେଖାଏଁ ଆକ୍ରାନ୍ତ ହୋଇ ମହୁଲପାଳ ପ୍ରାଥମିକ ସ୍ୱସ୍ଥ୍ୟଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଛନ୍ତି ଓ ଚିକିତ୍ସିତ ହୋଇ ଘରକୁ ଫେରୁଛନ୍ତି । ସ୍ୱାସ୍ଥ୍ୟକର୍ମୀ ମାନେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ କଥା ପଚାରି ବୁଝିବା ସହିତ ନଳକୂପ ଚତୁପାଶ୍ୱର୍ ଓ ଡ୍ରେନରେ ବ୍ଲିଚିଙ୍ଗ ପାଉଡର ପକାଉଛନ୍ତି । ମହାମାରୀ କରୋନା ପାଇଁ ଲୋକେ ସତର୍କତା ଅବଲମ୍ବନ କରୁଥିବା ବେଳେ ଝାଡାବାନ୍ତି ଯୋଗୁ ଗ୍ରାମରେ ଆତଙ୍କ ସୃଷ୍ଟି ହୋଇଛି । ଝାଡାବାନ୍ତିର ପ୍ରକୃତ କାରଣ ଜଣାପଡିନଥିଲେ ହେଁ ଦୁଷିତ ପାନୀୟଜଳ ମୁଖ୍ୟ କାରଣ ବୋଲି କୁହାଯାଉଛି ।

Leave A Reply