Odisha news

‘ତମାଖୁ ମୁକ୍ତ ଶୈଶବ’ : ଏକ ଅନୁଶୀଳନ

0

ସୌଭାଗ୍ୟ ରଂଜନ ମହାନ୍ତି(ରାଜା) : ଯୁବପିଢିର ଅଗ୍ରଗତି ଏକ ବିକଶିତ ରାଷ୍ଟ୍ରର ସୁସଜ୍ଜିତ ଲକ୍ଷଣ । ଯୁବମାନଙ୍କର ଅବଦାନ ଅତୁଳନୀୟ । ଭାରତ ଭଳି ଏକ ବିକଶିତ ରାଷ୍ଟ୍ରରେ ପାଖାପାଖି ୫୦ କୋଟିରୁ ଉଦ୍ଧ୍ୱର୍ ଯୁବକ ଓ ଯୁବକତୀଙ୍କର ଉପସ୍ଥିତି ଏକ ନୂତନ ଦିଗଦର୍ଶନ ଓ ଉଜ୍ଜଳ ଭବିଷ୍ୟତ ସୁଷ୍ଟି କରିବା ପାଇଁ ଉପଯୁକ୍ତ ଅନୁକୂଳ ପରିସ୍ଥିତି ସୃଷ୍ଟି କରିପାରିଛି । ସମଗ୍ର ବିଶ୍ୱର ଯୁବପିଢିଙ୍କ ତୁଳନାରେ ଭାରତର ପ୍ରାୟ ଦୁଇ ତୃତୀୟାଂଶ ଯୁବ ଗୋଷ୍ଠି ବିକାଶମୁଖୀ ରାଷ୍ଟ୍ରପାଇଁ ଏବେ ବି ସଂକଳ୍ପ ବଦ୍ଧ । ଯୁବପିଢିଙ୍କ ଉନ୍ନତି ପାଇଁ ରୋଜଗାରକ୍ଷମ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସହିତ ଉଭୟେ ସାମାଜିକ ଓ ମାନସିକ ପରିସ୍ଥିତିକୁ ଅଗ୍ରାଧିକାର ଭିତିରେ ଗଢି ତୋଳିବା ଅତ୍ୟନ୍ତ ଜରୁରୀ ।

ପ୍ରାକୃତିକ ଓ ମନୁଷ୍ୟକୃତ ଦୂର୍ବିପାକ ସହିତ ବେକାରୀ, ବିଭିନ୍ନ ରୋଗ ବୈରାଗ ଏବଂ ଏହିପରି ଅନେକ ସମସ୍ୟା ଯୁବପିଢି ଏବଂ ଶିଶୁମାନଙ୍କ ପାଇଁ ଏକ ବଡ ଧରଣର ଆହ୍ୱାନ ସୃଷ୍ଟି କରିଛି । ସଦା ସର୍ବଦା ମୁଣ୍ଡ ଟେକୁଥିବା ବେକାରୀ ଭଳି ସମସ୍ୟାକୁ ବର୍ତମାନ ପର୍ଯ୍ୟନ୍ତ ଶିଳ୍ପୀକରଣ ଓ ଜଗତିକରଣ ମାଧ୍ୟମରେ ସମାଧାନ କରାଯାଇପାରିନାହିଁ । ଶିଳ୍ପ କ୍ଷେତ୍ରକୁ ଅଧିକ ପୁଞ୍ଜି ଆଗମନ ଫଳରେ, କେତେକ ବିନାଶକାରୀ ନିଶାଦ୍ରବ୍ୟ ପ୍ରସ୍ତୁତ କାରୀ ଶିଳ୍ପ ମଧ୍ୟ ଉତ୍ଥାନ ହୋଇଛି । ‘ତମାଖୁ’ ବ୍ୟବସାୟର ଇତିହାସକୁ ଆଲୋଚନା କଲେ ଜଣେ ସହଜରେ ଜାଣିପାରିବ ଯେ ବିଶେଷ କରି ଶିଶୁ ଓ ଯୁବଗୋଷ୍ଠୀ ହିଁ ବ୍ୟବସାୟରେ ମୁଖ୍ୟ ଗ୍ରାହକ ଭାବେ ରହି ଆସିଛନ୍ତି । ଏଥିରେ ଦ୍ୱିମତ ହେବାର ନାହିଁ ।

ଏହି ପରିପ୍ରେକ୍ଷୀରେ ଅତୀତ ଠାରୁ ବର୍ତମାନ ପରିସ୍ଥିତିରେ କୌଣସି ପରିବର୍ତନ ଦେଖାଯାଉନାହିଁ । ଗୁଟଖା, ତମାଖୁ ର ମାନ୍ୟତା ପାଇସାରିଲାଣି । ଯଦିଓ କେତେକ ତମାଖୁ ବିରୋଧି କର୍ମୀ ତମାଖୁ ଦ୍ରବ୍ୟର ନିବାରଣ କରିବାର ଲକ୍ଷ୍ୟକୁ କେନ୍ଦ୍ରିଭୂତ କରି ଆସୁଛନ୍ତି, ତଥାପି ଏମାନଙ୍କ ମଧ୍ୟରୁ ଅଧିକାଂଶ ଗୁଟଖା ଛଡା ସିଗାରେଟ୍, ବିଡି ପରି ଧୁମପାନ ସାମଗ୍ରୀ ଗୁଡାକ ଉପରେ ଅଧିକ ଧ୍ୟାନକେନ୍ଦ୍ରୀଭୂତ କରିଛନ୍ତି । ଓଡିଶା ସମେତ ଅନେକ ରାଜ୍ୟ ଗୁଟଖା ବନ୍ଦ କରିବା ସତ୍ୱେ ସବୁଆଡେ ବେଆଇନ୍ ଭାବରେ ଚାଲୁଛି ଗୁଟଖାର ଅବାଧ କାରବାର । ସଭ୍ୟ ସମାଜ କିମ୍ବା ସାଧାରଣ ଜନତା । ଏଥିପ୍ରତି ଧ୍ୟାନ ଦେଉନାହାନ୍ତି । ତମାଖୁ ବ୍ୟବହାରର ଖରାପ ପ୍ରଭାବ ଯୋଗୁ ଭାରତ ତା’ର ଜନସଂଖ୍ୟାର ଏକ ମୁଖ୍ୟ୍ୟ ଅଂଶ ହରାଇବ ଏକଥା ମଧ୍ୟ ନିଶ୍ଚିତ । ତମାଖୁରେ ଅଲକାଲ ଉଡ୍ ଓ ନିକୋଟିନ୍ ପରି ଦୁଇଟି ବିଷାକ୍ତ ଓ ଉଦ୍ଦୀପକ ପଦାର୍ଥ ଥାଏ ଯାହା ତମାଖୁ ସେବନକାରୀଙ୍କୁ ଅଭ୍ୟାସରେ ପକାଇବା ପାଇଁ ମୁଖ୍ୟ ପ୍ରତିନିଧି ଭାବେ କାର୍ଯ୍ୟ କରେ ।

ଫଳରେ ଜଣେ ତମାଖୁ ସେବନ କରି ଶାରରିକ ଓ ମାନସିକ ରୂପେ ତମାଖୁ ଉପରେ ନିର୍ଭରଶୀଳ ହୋଇଯାନ୍ତି । ଅଧିକ ପରିମାଣର ନିକୋଟିନ୍ ଏକ ମାରାତ୍ମକ ବିଷ । ଏହାର ଏକ ବୁନ୍ଦା ୭୦ ମିଗ୍ରା । ଜଣେ ପୂର୍ଣ୍ଣ ବୟସ୍କ ମଣିଷ ପାଇଁ ମଧ୍ୟ ଘାତକ ହୋଇପାରେ । ସାଧାରଣତଃ ଗୁଟଖା, ଖଇନୀ, ପାନ ମସଲା ଇତ୍ୟାଦି ତମାଖୁ ଅନ୍ତର୍ଭୁକ୍ତ । ତମାଖୁ ମଧ୍ୟ ଧୂମପାନ ଭାବେ ଗ୍ରହଣ କରାଯାଏ । ଯେପରିକି ସିଗାରେଟ୍, ବିଡି, ପିକା, ହୁକ୍କା ଇତ୍ୟାଦି । ଏ ସବୁ ଛଡା ତମାଖୁକୁ ଦନ୍ତ ମଂଜନ ପରି ଦାନ୍ତରେ ଘସି ସେବନ କରାଯାଏ । ଗ୍ଲୋବାଲ ଏଡଲ୍ଟ ଟୋବାକୋ ସର୍ଭେର ଏକ ରିପୋର୍ଟ ଅନୁଯାୟୀ ଓଡିଶାର ୪୬ ପ୍ରତିଶତ ଲୋକ କୌଣସି ନା କୌଣସି ପ୍ରକାର ତମାଖୁ ବ୍ୟବହାର କରନ୍ତି ଆମ ଦେଶରେ ପ୍ରାୟ ୫୪% ଲୋକ ତମାଖୁ ସେବନ ଉପରେ ଅନେକ ପ୍ରାବଧାନ ନଥିଲେ ବି ଭାରତରେ ପ୍ରତିଦିନ ଅନେକ ନାବାଳକ ସିଗାରେଟ୍ ସେବନ କରୁଛନ୍ତି । ବର୍ତମାନର ଟୋବାକୋ ଆଟଲାସ୍ ସର୍ଭେ ଅନୁଯାୟୀ ଭାରତରେ ପ୍ରତିଦିନ ୬.୨୫ ଲକ୍ଷ ନାବାଳକ ସିଗାରେଟ୍ ସେବନ କରନ୍ତି । ସେମାନଙ୍କ ବୟସ ୧୦ରୁ ୧୪ ବର୍ଷ ମଧ୍ୟରେ । ଗୁଟଖା ପ୍ୟାକେଟ୍ ଗୁଡିକ ସ୍ୱଳ୍ପ ମୂଲ୍ୟ ବିଶିଷ୍ଟ ।

ରଙ୍ଗୀନ ଏବଂ ଆକର୍ଷଣୀୟ କେତେକ ଗୁଟଖା ଚକଲେଟ୍ ଭଳି । ଛୋଟ ବୟସରେ ଥରେ ଏହି ଅଭ୍ୟାସ ହୋଇଗଲା ପରେ ତରୁଣ ବୟସରେ ପହଂଚିବା ବେଳକୁ ସାରା ଜୀବନ ସେହି ଅଭ୍ୟାସରେ ସେ ପଡିଯାଏ । ବୟସ, ଲିଙ୍ଗ, ସାମାଜିକ, ଅର୍ଥନୈତିକ, ଶିକ୍ଷାଗତ ଏବଂ ସାଂସ୍କୃତିକ ସ୍ୱର ଭେଦରେ ସିଗାରେଟ୍ ଗ୍ରାହକ ଏବଂ ଗୁଟଖା ଗ୍ରାହକଙ୍କୁ ବିଭିନ୍ନ ଶ୍ରେଣୀଭୁକ୍ତ କରାଯାଇପାରେ । କେତେକ ତମାଖୁ ଜାତ ଦ୍ରବ୍ୟ ଯୋଗୁ ଭାରତ ମୁଖ-କର୍କଟର ରାଜଧାନୀ ବୋଲି ଗବେଷଣା ଦ୍ୱାରା ପ୍ରମାଣିତ ହୋଇଛି । ଗୁଟଖାର ଏହି ଭୟାବହ ସମସ୍ୟାକୁ ସମାଜ କି ସରକାର କେହି ମଧ୍ୟ ଗୁରୁତ୍ୱ ଦେଉନାହାଁନ୍ତି । ଗୁଟଖାର ବ୍ୟବସାୟ ଆଇନ ଆଢୁଆଳରେ ବେଶ୍ ଆଗଉଛି । ମାନବ ସମ୍ବଳକୁ ବୀପର୍ଯ୍ୟାୟ କରିବା ପାଇଁ ଏଭଳି ଏକ ବୃହତର ସାମାଜିକ ବିପତିକୁ ବିଶ୍ଲେଷଣ କରିବା ସକାଶେ ଯଥେଷ୍ଟ ଗବେଷଣା କରାଯାଉନାହିଁ । ।

ଭାରତରେ ତଥା ସମଗ୍ର ବିଶ୍ୱରେ ମହିଳାମାନଙ୍କ ତୁଳନାରେ ପୁରୁଷମାନେ ଅଧିକ ପରିମାଣରେ ଗୁଟଖା ନିଶାରେ କବଳିତ ବୋଲି ପ୍ରମାଣିତ ହୋଇଛି । ଛୋଟ ପିଲାମାନେ ସହଜରେ ଗୁଟଖା ଦ୍ୱାରା କବଳିତ ହୋଇଥାନ୍ତି । ତେଣୁ ସେମାନଙ୍କୁ ଆଧାର କରି ଗୁଟଖା ଅଭ୍ୟାସ ପଡିଯାଉଛନ୍ତି । ଗୃହ ନିର୍ମାଣ କ୍ଷେତ୍ରରେ ନିୟୋଜିତ ହେଉଥିବା ଶ୍ରମିକ ପ୍ରତ୍ୟେକ ଦିନ କାମ କରିବା ସମୟରେ ହାରାହାରି ୧୦ କିମ୍ବା ତା’ଠାରୁ ଅଧିକ ସଂଖ୍ୟକ ଗୁଟଖା ସେବନ କରିଥାନ୍ତି । ସେମାନେ ତାଙ୍କ ଉପରିସ୍ଥ ମଜୁରିଆ ଠାରୁ ଏହା ଶିଖିଥାଆନ୍ତି । ସେମାନେ ଭାବିଥାନ୍ତି ଯେ ଗୁଟଖା ଖାଇବା ଫଳରେ ତାଙ୍କୁ ମାନସିକ ପ୍ରଫୁଲତା ମିଳିବା ସଙ୍ଗେ ସଙ୍ଗେ ଭୋକ ମଧ୍ୟ କମି ଯିବ ଓ ଶ୍ରମିକଙ୍କ କ୍ଲାନ୍ତି ମେଂଟିଯିବ ।

ଛୋଟ ଛୁଆଟିର ରୋଜଗାର ଉପରେ ପରିବାରର ଲୋକ ନିର୍ଭରଶୀଳ । ଏହି ରୋଜଗାର ମଧ୍ୟ ଦୁଇ ଓଳି ପୁରା ଖାଇବାକୁ ସକ୍ଷମ ନୁହେଁ । ତେଣୁ ସେହି ପିଲାଟି ଭୋକଲାଗିବା ବେଳେ ତମାଖୁ ଖାଇଥାଏ । ପୁନଶ୍ଚ ଗୁଟଖା ଚୋବେଇବା ସମୟରେ କାମ କରିବା ଖୁବ୍ ମଜାଦାର୍ ଲାଗେ ବୋଲି ଅନୁଭବ କରିଥାଏ । ନୁଆ କରି କାର୍ଯ୍ୟ କରିବାକୁ ଆସୁଥିବା ଶିଶୁ ଶ୍ରମିକଙ୍କୁ ମଧ୍ୟ ଏହା ପ୍ରଭାବିତ କରିଥାଏ । ସେମାନେ ମଧ୍ୟ ତାଙ୍କ ଉପରିସ୍ଥଙ୍କ ଠାରୁ ଗୁଟଖା ଖାଇବା ପାଇଁ ପ୍ରେରଣା ପାଇଥାନ୍ତି । ଶିକ୍ଷକ, ଅଭିଭାବକ ଏବଂ ବୟୋଜ୍ୟେଷ୍ଠ ମାନଙ୍କର ଅବହେଳା ମାଧ୍ୟମିକ ସ୍କୁଲ ଛାତ୍ରମାନଙ୍କ ମଧ୍ୟରେ ଗୁଟଖା ବ୍ୟବହାର ଏବଂ ଏହାର ପ୍ରଭାବ ଶୀର୍ଷକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଗୁଟଖା ସେବନକାରୀ ଛାତ୍ରଙ୍କ ମଧ୍ୟରେ ୫୪% ଉଚ୍ଚ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀ ଛାତ୍ର, ୩୪.୫% ନିମ୍ନ ମଧ୍ୟବିତ ଶ୍ରେଣୀ ଛାତ୍ର, ୧୧.୫ ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ର ।

ବିଦ୍ୟାଳୟରେ ଆମେ ଗୁଟଖାର ବ୍ୟବହାର ଅଧିକା ଦେଖିବାକୁ ପାଉଛେ । ତେଣୁ ସମାଜ ଲାଗି ଗୁଟ୍ଖା ବିରୋଧରେ ଶିକ୍ଷକମାନେ ଯନôବାନ ହେବା ଉଚିତ୍ । ଆମ ଦେଶରେ ଆଇନ ପ୍ରଣୟନ କରିବା ଏକ ସମସ୍ୟା ନୁହଁ କିନ୍ତୁ ଏହାକୁ କାର୍ଯ୍ୟକ୍ଷମ କରିବା ଏକ ବଡ ସମସ୍ୟା ସର୍ବସାଧାରଣ ସ୍ଥାନରେ ଧୂମପାନ ବିରୋଧରେ କଡା ଆଇନ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏହା କେତେଦୂର କାର୍ଯ୍ୟକାରୀ ହେଉଛି? କେବଳ ଆଇନ ପ୍ରଣୟନ କରିଦେଲେ ହେବ ନାହିଁ, ଆଇନକୁ କାର୍ଯ୍ୟକାରୀ କରିବା ସହିତ ‘ତମାଖୁ’ ବିରୋଧରେ ସଚେତନତା ଅଭିଯାନ କରିବା ଦରକାର । ବିଭିନ୍ନ ସରକାରୀ ଅନୁଷ୍ଠାନ, ଶିକ୍ଷକ, ସମାଜସେବୀ ନେତୃବୃନ୍ଦ, କ୍ରୀଡା ଓ ସିନେମା ଜଗତର ଲୋକପ୍ରିୟ ତାରକା, ଅଭିନେତା ଓ ଅଭିନେତ୍ରୀ, ଖେଳାଳୀଙ୍କ ମାଧ୍ୟମରେ ତମାଖୁ ବିରୋଧି ବାର୍ତା ପ୍ରସାରିତ ହେବା ଉଚିତ୍ । ଗୁଟ୍ଖା କମ୍ପାନୀର ଆକର୍ଷଣୀୟ ବିଜ୍ଞାପନ ଉପରେ ତୁରନ୍ତ ନିଷେଧାଜ୍ଞ ଜାରି କରିବା ଉଚିତ ।
ତମାଖୁ ସମେତ ସମସ୍ତ ପ୍ରକାର ନିଶା ଦ୍ରବ୍ୟର ଉତ୍ପାଦନକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯିବା ଆବଶ୍ୟକ । ମୂଖ୍ୟତଃ ଯେଉଁ ମହିଳାମାନେ ଟାଣ ଖରାରେ ଗୃହ ନିର୍ମାଣ ପରି କଠିନ କାମ କରିଥାନ୍ତି ସେମାନେ ଭାବନ୍ତି, ଗୁଟ୍ଖା ଖାଇଲେ ସେମାନଙ୍କୁ ଶକ୍ତି ମିଳିଥାଏ । ଗୁଟ୍ଖା ଶସ୍ତା ଓ ସୁଲଭ ହୋଇଥିବାରୁ ଶ୍ରମଜୀବି ମହିଳାଙ୍କ ମଧ୍ୟରେ ଏହା ଅଧିକ ଗ୍ରହଣୀୟ ।

ଏହା ବ୍ୟତୀତ ଗୁଟ୍ଖା ସବୁଠି ମିଳୁଥିବାରୁ କିଣିବାରେ ଅସୁବିଧା ହୋଇନଥାଏ । ପାର୍କ, ଚିକିସôାଳୟ, କ୍ଲବ, ଅଫିସ୍ ପ୍ରତ୍ୟେକ ଜାଗାରେ ଏହି କିସମ କିସମ ଜରି ବିକ୍ଷିପ୍ତ ଭାବେ ପଡ଼ିଥିବାର ଦେଖିବାକୁ ମିଳିଥାଏ । ଗୁଟ୍ଖା ନେଇ ଆଜି ବି ଭ୍ରାନ୍ତ ଧାରଣା ରହିଛି ଯେ ଏହା ଦାନ୍ତ ଓ ମାଡିର କଷ୍ଟ ନିବାରଣ କରେ । ଗାଁ ଗହଳିରେ କେତେକ ଲୋକ ଭାବନ୍ତି ଗୁଟ୍ଖା ସେବନ ଦ୍ୱାରା ମଳତ୍ୟାଗ କରିବା ସଜହ ହୁଏ । ଗୁଟ୍ଖା କେବଳ ସ୍ୱାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି କରେନାହିଁ ବରଂ ଏହା ଅନେକ ପ୍ରକାର ରୋଗ ସୃଷ୍ଟିର କାରଣ ପାଲଟି ଥାଏ । ଦାନ୍ତ ଓ ମାଢିର ଅବକ୍ଷୟ ସାଙ୍ଗକୁ ମୁଖ ଗହ୍ୱରେ କର୍କଟ ରୋଗର ମୂଖ୍ୟ କାରଣ ପାଲଟିଥାଏ । ସମାଜ ରୂପକ ଯନ୍ତ୍ରଟି ଅନେକ ଗୁଡିଏ ଯନ୍ତ୍ରାଂଶର ସମାହାର ତେଣୁ ସମାଜରେ ଯେକୌଣସି ଦିଗରେ ଏକ ଛୋଟ ପରିବର୍ତନ ଅନ୍ୟାନ୍ୟ ଦିଗରେ କ୍ରମାଗତ ପରିବର୍ତନର ଧାରା ସୃଷ୍ଟି କରିଥାଏ ।

ତମାଖୁ ସେବନକାରୀଙ୍କ ମଧ୍ୟରେ ସଂସ୍କାରହୀନ ପ୍ରବୃତିର ବୃଦ୍ଧି ପାଇଥାଏ । ଅଶ୍ଳିଳତା ବୃଦ୍ଧି ପାଏ । ନିଜର ସାମାଜିକ ପ୍ରତିଷ୍ଠା ହ୍ରାସ ମୂଖ୍ୟ କାରଣ ତମାଖୁ ସେବନ । ତମାଖୁ ସେବନ ମାଦକ ଦ୍ରବ୍ୟ ବ୍ୟବହାର ଆଡକୁ ଯିବାର ପ୍ରଥମ ସୋପାନ । ଗୁଟ୍ଖା ସେବନ ନିବାରଣରେ ପରିବାରର ଭୂମିକା କୁ ମଧ୍ୟ ଏଡାଇ ଦିଆଯାଇନପାରେ । ପିଲାମାନଙ୍କର ବାହ୍ୟ ଓ ଆଭ୍ୟନ୍ତରୀଣ ଚାଲିଚଳନ ଉପରେ ଅଭିଭାବକ ମାନେ ସତର୍କ ଦୃଷ୍ଟି ରଖିବା ଉଚିତ୍ । କେତେକ କ୍ଷେତ୍ରରେ ଦେଖିବାକୁ ମିଳୁଛି ଯେ ଅଭିଭାବକମାନେ ତମାଖୁ ପ୍ରତି ଆକର୍ଷିତ ହୋଇଥାନ୍ତି, ସେହି କ୍ଷେତ୍ରରେ ପିଲାମାନÿଙ୍କ କଥା କଣ ଅବା କହିବା? ପିଲାମାନେ ମଧ୍ୟ ତମାଖୁ ପ୍ରତି ଆକର୍ଷିତ ହେବା ସ୍ୱାଭାବିକ । ସବୁଠାରୁ ଲଜ୍ଜାକର କଥା ହେଲା କେତେକ ଅଭିଭାବକ ଛୋଟ ଛୋଟ ପିଲାଙ୍କୁ ତମାଖୁ କିଣି ଆଣିବା ପାଇଁ ପଇସା ଦେଇ ଦୋକାନକୁ ପଠାଇଥାନ୍ତି । ଯଦ୍ୱାରା ଛୋଟ ପିଲାଟି ତମାଖୁ ପ୍ରତି ଆସ୍ତେ ଆସ୍ତେ ଆକର୍ଷିତ ହୋଇଥାଏ । ଏହିଭଳିଆ କାର୍ଯ୍ୟ ଅଭିଭାବକ ଆଦୌ କରିବା ଉଚିତ୍ ନୁହଁ ।

Har Ghar Tiranga

Leave A Reply