Odisha news

ରଣବୀରଙ୍କୁ ଜୀବନସାଥୀ କରିବାକୁ ଚାହାନ୍ତି ସାରା

0

ରଣବୀର କପୁରଙ୍କ କ୍ରେଜ୍‌ ଅନେକ ଯୁବତୀ ଆକର୍ଷିତ ହେଉଛନ୍ତି । ଆଲିୟା ଭଟ୍ଟଙ୍କ ପରେ ସାରା ଅଲୀ ଖାନ୍‌ ରଣବୀରଙ୍କୁ ବାହା ହେବାର ଇଚ୍ଛା ପ୍ରକାଶ କରିଛନ୍ତି । ସାରା କରଣ ଜୋହରଙ୍କ ଚାଟ୍‌ ଶୋ’ରେ ଏହାର ଖୁଲାସା କରିଛନ୍ତି । ଶୋ’ରେ ତାଙ୍କ ବାପା ସୈଫ ଅଲୀ ଖାନ୍‌ ମଧ୍ୟ ଉପସ୍ଥିତ ଥିଲେ । ଆଲିୟା ନିଜ ରିଲେସନଶିପ୍‌କୁ ସ୍ୱୀକାର କରିବା ପରେ ଫ୍ୟାନ୍‌ମାନେ ଖୁସି ଖବରକୁ ଅପେକ୍ଷା କରି ରହିଛନ୍ତି । ହେଲେ ସେମାନଙ୍କ ବାହାଘର ଚର୍ଚ୍ଚା ମଧ୍ୟରେ ଅନ୍ୟଜଣେ ଅଭିନେତ୍ରୀ ଏଣ୍ଟ୍ରି ମାରିଛନ୍ତି । ସାରା କହିଛନ୍ତି, କାଶ୍‌ ମୋ ବାହାଘର ରଣବୀରଙ୍କ ସହ ହୋଇଯାଉ । ସାରାଙ୍କୁ ପ୍ରଶ୍ନ କରାଯାଇଥିଲା କାର୍ତ୍ତିକ ଆର୍ୟନ ଓ ରଣବୀର କପୁରଙ୍କ ମଧ୍ୟରେ ବାହାଘର ପାଇଁ କିଏ ତାଙ୍କର ପ୍ରଥମ ପସନ୍ଦ ? ସେ ରଣବୀରଙ୍କ ନାମ ନେଇଥିଲେ । ହେଲେ ଡେଟ୍‌ ପାଇଁ କାର୍ତିକଙ୍କୁ ଚୟନ କରିଥିଲେ ।

Leave A Reply

Your email address will not be published.