ନୂଆଦିଲ୍ଳୀ, ୩୦/୦୫ : ଆଗାମୀ ଦିନ ମାନଙ୍କରେ ଭାରତୀୟ ମହିଳା ମାନଙ୍କର ଭାରତୀୟ ଅର୍ଥନୀତିରେ ବଡ଼ ଭୂମିକା ରହିବ ବୋଲି ଫେଡ଼େରେସନ ଓ ଇଣ୍ଡିଆନ ଚାମ୍ବରର୍ସ ଅଫା କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ମହିଳା ଶାଖାର ଏକ ଅନଲାଇନ ଆଲୋଚନା ଚକ୍ରରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଡିଜିଟାଲ ଯୁଗର ସଠିକ୍ ଅନୁଭବ କରୋନା ମହାମାରୀ ସମୟରେ ସାରା ବିଶ୍ୱ ଏବଂ ଦେଶ କରୁଛି । ଦେଶର ବର୍ତମାନର ପରିସ୍ଥିତିରେ ମହିଳାମାନଙ୍କ ପରିଶ୍ରମ ଓ ଯୋଗଦାନରୁ ଆର୍ଥିକ ଆକଳନ ହେଉନଥିଲା । ମାତ୍ର ଏବେ ଏହାର ଆକଳନ ହେବ ଏବଂ ମହିଳା ମାନଙ୍କର ଆର୍ଥିକ ବିକାଶରେଯୋଗଦାନରେ ସଠିକ୍ ମୂଲ୍ୟାଙ୍କନ ହେବ ।
ଶ୍ରୀ ପ୍ରଧାନ କରିଛନ୍ତି ପୁରୁଷ କୈନ୍ଦ୍ରିକ ଅର୍ଥ ବ୍ୟବସ୍ଥାର ଅର୍ଥ ଖର୍ଚ୍ଚର ବ୍ୟବସ୍ଥା ତୁଳନାରେ ମହିଳା ହାତକୁ ଅଧିକ ଆର୍ଥିକ କ୍ଷମତା ଆସିଲେ ପାଂଚ ଥର ଚିନ୍ତା କରି ମହିଳା କର୍ଚ୍ଚ କରିବ । ଏହା ଭାରତୀୟ ଅର୍ଥ ବ୍ୟବସ୍ଥା ପାଇଁ ଶୁଭଙ୍କର ହେବ ।କରୋନା ମହାମାରୀ ସମୟରେ ମହିଳାଙ୍କ ଖାତାକୁ ଜନଧନ ଓ ଅନ୍ୟାନ୍ୟ ଅର୍ଥ ତଥା ଏଲପିଜି ସବସିଡ଼ି ଯାଇଛ ।
Prev Post