Odisha news

ଲକଡାଉନର ସୁଯୋଗ ନେଇ ଚାଲିଛ କ୍ରୋମାଇଟି ଚୋରୀ:କ୍ରୋମ ସାଗର ପ୍ଲାଣ୍ଟରେ ଖଣି ବିଭାଗ ର ଚଢାଉ ଜାରି

0

ଭୁବନ  ( ପୂର୍ଣ୍ଣଚନ୍ଦ୍ର ସାହୁ ) – କ୍ରୋମାଇଟି ଚୋରୀ ଭୁବନ ଅଚଂଳରେ ନୁଆ କଥା ନୁହେଁ  । ଲକଡାଉନର ସୁଯୋଗ ନେଇ ଚାଲିଛି ଚୋରା ବେପାରୀ  । କାମାକ୍ଷାନଗର  ବିଧାୟକ ତଥା ବର୍ତମାନର ଖଣି ମନ୍ତ୍ରୀ ଙ୍କ ଅଚଂଳରେ  ହେଉଛି ଖଣି ଚୋରୀ  । ଏହି ଘଟଣା  ପଛରେ କିଏ ତାର ଖିଅ ପାଉନି ପୋଲିସ । ଅନ୍ଧାରରେ ବାଡି ବୁଲାଉଛି ପୋଲିସ  । ଏହା ସତ୍ୟାସତ୍ୟ ପରଖିବା ପାଇଁ ସାରା ଦିନ କସରତ କରିବାକୁ ପଡିଛି ଖଣି  ବିଭାଗର ଅଧିକାରୀ ମାନଙ୍କୁ  । ତାଳଚେର ଖଣି ବିଭାଗର ଅଧିକାରୀ ଓ ଯାଜପୁର ଖଣି ବିଭଗର ଅଦରକାରୀ ସମସ୍ତେ ତତ୍ପର ହୋଇ ଉଠିଛନ୍ତି . । କିଭଳି ଧରିବେ ଚେରକୁ  ।  ସହେଯାଗ କରୁଛନ୍ତି କାମାଯାନଗର ପୋଲିସ  ଉପଖଣ୍ଡ ଅଧିକାରୀ   ।

ଗୁରୁବାରଦିନ ଏ ସଂର୍ପକରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ  ଢେଙ୍କାନାଳ ପୋଲିସ ଯାଜପୁର- ଢେଙ୍କାନାଳ  ସୀମାନ୍ତରୁ  ଜବତ କରିଥିଲେ ୨ଟି ଟ୍ରକ ଗିରଫ କରିଥିଲେ ୬ ଜଣ ବ୍ୟକ୍ତିଙ୍କୁ  । ଖବର ନେବାରେ ଜଣାଯାଏ ୍େୟ ଢେଙ୍କାନାଳ ଜିଲ୍ଲା ଭୁବନ ଥାନାରେ ନୂତନ ଭାବେ କାର୍ଯ୍ୟରେ ଯୋଗଦେବାର ୨୪ ଘଣ୍ଟା ନପୁରୁଣୁ ଭୁବନ ଥାନାଧିକାରୀ ଜିତେନ୍ଦ୍ର ସାହୁ ଙ୍କୁ ମିଳିଛି ବଡ ସଫଳତା  ।  ବାଲିବୋ ପଚାଂୟତ   କାନଖାଇ ଗ୍ରାମର ସୀମାନ୍ତରେ ଅବସ୍ଥିତ ଯାଜପୁର ଜିଲ୍ଲାର  ପୁବଳ ଗ୍ରାମରେ ରହିଛି କ୍ରୋମ ସାଗର  କ୍ରୋମ ବିଶୋଧନ ପ୍ଲାଣ୍ଟ  ।

ଏହି ପ୍ଟାଣ୍ଟରୁ ୨ଟି ଟ୍ରକ  ନଂ ଓଆର୧୧ଡି ୦୩୮୦   ଏବଂ ଓଆର ୦୭ ଏଲ ୫୦୬୬  । ଯାହାକି ଜାମସେଦପୁର ସାକିଚି ଅଚଂଳର ଏସି ଗୁଡ୍ସ ଏଣ୍ଡ କ୍ୟାରିଅର  ଟ୍ରାନ୍ସପୋଟିଙ୍ଗି କଂପାନୀ ଜରିଆରେ  କ୍ରୋମ ମନୋଲିଥିକ  ଲୋଡ କରି  ଝାରଖଣ୍ଡର ଜାସେଦପୁର  ଚାଲାଣ କ୍ରାମ ପ୍ରାଇଭେଟ ଲିଃ କୁ ଯାଉଥିଲା  । ଏହି ଗାଡି ଦୁଇଟି ମଙ୍ଗଳପୁରରୁ ଜାମସେଦପୁର ଯିବା କଥା  । କିନ୍ତୁ ବାଟ ଭାଙ୍ଗି ଢେଙ୍କାନାଳ ଜଲ୍ଲା ସୀମାନ୍ତକୁ ଚାଲି ଆସିଥିଲା  । ଖବର ପାଇଥିଲେ  କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ  ଅଧିକ୍ଷକ ସୁପ୍ରସନ୍ନ ମଲିକ  । ଭୁବନରେ ପହଁଚି  ଏଏସଆଇ ରମେଶ ସ୍ୱାଇଁଙ୍କୁ ପଠାଇ ଗାଡି ଦୁଇଟିର ଗତିବିଧି ସଂର୍ପକରେ ନଜର ରଖିଥିଲେ  ।  ଢେଙ୍କାନାଳ ଜିଲ୍ଲରେ ପ୍ରବେଶ କରିବା କ୍ଷଣି  ପୋଲିସ କାବୁ କରିନେଇଥିଲେ  ।

ଚାଳକ ସମେତ ୬ ଜଣଙ୍କୁ ଥାନାକୁ ଆଣିଥିଲେ  । ପରେ ୪ ଜଣଙ୍କୁ ଛାଡିଦିଆଯାଇଛି  । ଗାଡିଗୁଡିକ ଇ ୱେ ବିଲ ଜରିଆରେ ଚାଲାଣ ହେଉଥିଲା  । ଯାହାକି ୪.୧୭ ମିନିଟରେ  ବାହାର କରାଯାଇଛି  । ୨୮ ତାରିଖରୁ ବାହାରି ୩୧ ତାରିଖ ମଧ୍ୟରେ ନିଦ୍ଦାରିତ ସ୍ଥାନରେ ପହଁଚିବା କଥା  । କିନ୍ତୁ ପୋଲିସ ଜାଲରେ ପଶିଯାଇଥିରୁ ଗାଡି ଓ ଡ୍ରାଇଭର ଅଟକି ରହିଛନ୍ତି  ।  କ୍ରୋମାଇଟି  ଚାଲାଣ  ଆଗରୁ ହେଉଥିଲା ନା ଏବେ ନୁଆ କରିହେଉଛି  । ପୋଲିସ ଆଗରୁ ଜାଣିଥିଲା  ନା ନୁତନ ଥାନାଧିକାରୀଙ୍କର ଏହା ପ୍ରଥମ ଦମନ ଅଭିଯାନ  ।  ଦୃଢ ହସ୍ତରେ ଦମନ କରିବାକୁ  ହେଉଥିବା  ପ୍ରୟାସ ପସର ଫାଟିଯିବନି ତ ?  ସମସ୍ତ କାଗଜାତ ତଦନ୍ତ ପରେ ପ୍ଲାଣ୍ଟ ପରିସରରେ ହୋଇଛି ତଦାରଖ  । ସଂଗ୍ରହ କରାଯାଇଛି ସାମ୍ପୁଲ  ।

ନମୁନା ପରୀକ୍ଷା ପରେ ଜଣାପଡିବ ତାହା ନକଲ କି ଅସଲ  । ପ୍ଲାଣ୍ଟ ପ୍ରଶାସନ ପକ୍ଷରୁ ସଫେଇ ଦିଆଯାଉଛି ତାଙ୍କର  ଟ୍ରକ ରେ ୧୮ ଟନ  ଲେଖାଏଁ ମିଶ୍ରିତ ବିଶୋଧିତ  କ୍ରୋମ ରହିଛି  । ତେବେ ଗ୍ରାଉଣ୍ଡ ଜିରୋ ରିପୋଟ ଅନୁଯାୟୀ ଏହି ସ୍ଥାନରେ କ୍ରୋମ ସାଗର ପ୍ଳାଣ୍ଟ ଆରମ୍ଭ ହେବା ସମୟରେ ବହୁଳ ମାତ୍ରାରେ କ୍ରୋମାଇଟିର ଚୋରା ଚାଳାଣ ହେଉଥିଲା  । ଗତ ବର୍ଷ ନୟାନିଳକଣ୍ଠପୁର ଉ.ପ୍ରା ବିଦ୍ୟାଳୟ ପରିସରରେ ୩ଟି ଟ୍ରକକୁ ଜବତ କରିଥିଲା ଭୁବନ ପୋଲିସ  ।  ସେହିଦିନରୁ  ମାଫିଆଙ୍କ ଦ୍ୱାରା କ୍ରୋମ ଅପମିଶ୍ରଣ ବନ୍ଦ ହୋଇଛି  । ଚୋରା କାର୍ଯ୍ୟ କରୁଥିବାରୁ  କାନଖାଇର କେତେକ ଯୁବକଙ୍କୁ ମାଫିଆମାନେ ହାତ ଗୁଜ୍ଞା ଦେଇ କାମ କରୁଥିଲେ  । ବର୍ତମାନ ସେହି ପକେଟ ମନି ମିଳୁନଥିବାରୁ କେତେଜଣ ବିରୋଧିଙ୍କ ଏହି କାମ  । ଯାହାକି ପୋଲିସ ପ୍ରଶାସନକୁ  ଗୁମୁରା କରାଯାଉନାହିଁ ତ ?

Leave A Reply