ନାଲକୋନଗର: ଶନିବାର ସକାଳେ ତାଳଚେର କୋଇଲା ଖଣିରୁ ନାଲକୋ ସିପିପି ପ୍ଲାଟଂକୁ ଆସିଥିବା କୋଇଲା ବୋଝେଇ ଟ୍ରେନରେ ଏକ ଶବ ଆସିଥିବା ଘଟଣା ସମଗ୍ର ଅନୁଗୁଳ ଜିଲ୍ଲାରେ ଚାଚଂଲ୍ୟ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଯେ,ତାଳଚେର କୋଇଲା ଖଣିରୁ ଏକ କୋଇଲା ବୋଝେଇ ଟ୍ରେନ ଶନିବାର ସକାଳେ ନାଲକୋ ସିପିପି ପ୍ଲାଟଂକୁ କୋଇଲା ନେଇ ଆସିଥିଲା ।
କୋଇଲା ବୋଝେଇ ଟ୍ରେନଟି ନାଲକୋ ସିପିପି ପ୍ଲାଟଂରେ ପହଚିଂବା ପରେ ନାଲକୋର ଶ୍ରମିକ ମାନେ କୋଇଲା ଖାଲି କରିବା ଆରମ୍ଭ କରିଥିଲେ । ଶ୍ରମିକ ମାନେ କୋଇଲା ବୋଝେଇ ଟ୍ରେନର ୧୪ ନମ୍ବର ହପର ୩୧ ନମ୍ବର ୱାଗନରୁ କୋଇଲା ଖାଲି କରୁଥିବା ସମୟରେ ଏକ ଅଜଣା ବ୍ୟକ୍ତିଙ୍କର ଶବ ଦେଖିବାକୁ ପାଇଥିଲେ । ଏହା ଦେଖି ଶ୍ରମିକ ମାନେ ଏ ବିଷୟରେ ନାଲକୋ କର୍ତୃପକ୍ଷଙ୍କୁ ଜଣାଇବା ପରେ ପୁଲିସକୁ ଖବର ଦେଇଥିଲେ ।
ଖବର ପାଇ ପୁଲିସ ସେଠାରେ ପହଚିଂ ଶବଟିକୁ କୋଇଲା ବୋଝେଇ ଟ୍ରେନରୁ ବାହାର କରି ଜବତ କରିପାରିବା ପରେ ଉକ୍ତଶବଟି କାହାର ବୋଲି ତଦନ୍ତ କରିଥିଲେ । ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ, ମୃତ ବ୍ୟକ୍ତି ଜଣକ ତାଳଚେର ବଡଯୋରଡା ଗ୍ରାମର ଲକ୍ଷ୍ମୀଧର ସାହୁ (୩୪)ଙ୍କର । ତେବେ ଲକ୍ଷ୍ମୀଧରକୁ କେହି ହତ୍ୟାକରି କୋଇଲା ଡିପୋରେ ପକାଇ ଦେଇଥାରେ ବୋଲି ସାଧାରଣରେ ଆଲୋଚନା ହେଉଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି ।