Odisha news

ଅନୁଗୁଳ : କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ

0

ଅନୁଗୁଳ: ସଂମ୍ପ୍ରତି କରୋନା ଭୂତାଣୁ ସାରା ବିଶ୍ୱରେ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଏହାର ପ୍ରତିରୋଧ ନିମନ୍ତେ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଜନସାଧାରଣଙ୍କ ସହଯୋଗରେ ଅନୁଷ୍ଠିତ ହେଉଛି । ବିଗତ ୨ ମାସ ଧରି ଏହି ମହାମାରୀ ରୋଗ ବ୍ୟାପୁଥିବାରୁ ଅନେକ ଲୋକ ସେମାନଙ୍କର ଜୀବନ ଜୀବିକା ହରାଇଥିବା ବେଳେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ସରପଚଂ ଓ ସରକାରୀ କର୍ମଚାରୀ ମାନେ ଜୀବନକୁ ବାଜି ଲଗାଇ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଆମ ରାଜ୍ୟ ଅନ୍ୟ ରାଜ୍ୟ ଗୁଡିକ ତୁଳନାରେ ଅପେକ୍ଷାକୃତ କମ୍ ସଂକ୍ରମଣ ସଂଖ୍ୟା ଥିବାରୁ ମୁଖ୍ୟମନ୍ତ୍ରୀ କରୋନା ଯୋଦ୍ଧା ମାନଙ୍କ ସମ୍ମାର୍ନାେ“ବନ୍ଦେ ଉତ୍କଳ ଜନନୀ”’ସମସ୍ତ ଓଡିଆ ମାନେ ଗାନ କରିବାକୁ ଆହ୍ୱାନ କରିଥିଲେ । ଏହି ସଙ୍ଗୀତ ଗାନ ନିମନ୍ତେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସହରର ୪୦ଟି ପୂଜା କମିଟି ଓ ଅନ୍ୟାନ୍ୟ ଅନୁଷ୍ଠାନର କର୍ମକର୍ତା ମାନଙ୍କ ସହିତ ‘ବନେ୍ଦ ଉକ୍ରଳ ଜନନୀ’ ସଙ୍ଗୀତ ଗାନ କରିବା ସମ୍ପର୍କରେ ଆଲୋଚନା କରିଥିଲେ ।

ଆମ ଜିଲ୍ଲାରେ କୋଭିଡ ହସ୍ପିଟାଲ, ଅସ୍ଥାୟୀ ମେଡିକାଲ କ୍ୟାମ୍ପ ପ୍ରତିଷ୍ଠା ସହ ପ୍ରାକ୍ ପ୍ରସ୍ତୁତ ପାଇଁ ଜିଲ୍ଲାର କରୋନା ପଜିଟିଭ ୨୬ରେ ଥିବା ବେଳେ ଏଥିରୁ ୧୫ ଜଣ ସୁସ୍ଥ ହେଲେଣି । ଯାହାକି ଆମ ସମସ୍ତଙ୍କ ଏକ ସଫଳତା । ଏହି ଘଡିସନ୍ଧି ମୁହୁର୍ତରେ କରୋନା ମଧ୍ୟରେ ଜୀବନ କଟାଇବାକୁ ପଡିବ । ଆଗାମୀ ଦିନରେ ଜୀବନ ଓ ଜୀବିକାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଚାଲିବ । ତଥାପି ଆମକୁ କରୋନା ପ୍ରତି ସତର୍କ ଓ ସଚେତନ ରହି ସଂଗ୍ରାମ ଜାରି ରଖିବାକୁ ପଡିବ । ତେବେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଅନୁଯାୟୀ ଶନିବାର ଅପରାହ୍ନ ଠିକ୍ ୫ଟା୩୦ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି,ଉପଜିଲ୍ଲାପାଳ ବାସୁଦେବ ଶତପଥି, ପିଡି ଅତୁଲ୍ୟ କୁମାର ଚମ୍ପତିରାୟ ଏବଂ ଡିଆଇପିଆରଓ ଶରତ ଚନ୍ଦ୍ର ସେଠୀଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀ ମାନେ ମାସ୍କ ପିନ୍ଧି, ସାମାଜିକ ଦୂରତା ରଖି ‘ବନେ୍ଦ ଉକ୍ରଳ ଜନନୀ’ ସଙ୍ଗୀତ ଗାନ କରିଥିଲେ । ସେହିପରି ଏସ.ପି ଅଫିସ ସମ୍ମୁଖରେ ଏସ.ପି ଜଗମୋହନ ମିନାଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ରହି ‘ବନେ୍ଦ ଉକ୍ରଳ ଜନନୀ ସଙ୍ଗୀତ ଗାନ କରିଥିଲେ ।

ସେହିପରି ଅନୁଗୁଳ ମସଜିଦ୍ ଠାରେ ଶେଖ୍ ଅବଦୁଲାଙ୍କ ନେତୃତ୍ୱରେ ମୁସଲମାନ ଭାଇ ମାନେ ସାମାଜିକ ଦୂରତ୍ୱ ରଖି  ସନମାନର ସହ କରୋନା ଯୋଦ୍ଧାଙ୍କ ଉଦେ୍ଦଶ୍ୟରେ ‘ବନେ୍ଦ ଉକ୍ରଳ ଜନନୀ’ ସଙ୍ଗୀତ ଗାନ କରିଥିଲେ । ସେହିପରି କୁଲାଡ ଠାରେ ଜୟ ସନ୍ତୋଷୀମା ଫିଲିଙ୍ଗ ଷ୍ଟେସନ ପକ୍ଷରୁ ଲାୟନ ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ନେତୃତ୍ୱରେ “ବନ୍ଦେ ଉତ୍କଳ ଜନନୀ”ସଙ୍ଗୀତ ଗାନ କରାଯାଇଥିଲା । ସେହିପରି ଜିଲ୍ଲା ବିଜେଡି, ଶିତଲପ୍ଲାଜା, ଜମୁନା ବାଜାଜ୍, ସହରର ସମସ୍ତ ପୂଜା କମିଟି, ବଣିକ ସଂଘ,ଅନୁଗୁଳ ନାଗରିକ ମଚଂ, ଅନୁଗୁଳ ବାର ଆସୋସିଏସନ, ମା ବାସନ୍ତୀ ଦୂର୍ଗା ପୁଜା କମିଟି ପକ୍ଷରୁ ଆଡଭୋକେଟ ପ୍ରଦିପ ଦେବତାଙ୍କ ନେତୃତ୍ୱରେ ଏବଂ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଏବଂ ଶିଳ୍ପ ସଂସ୍ଥା ଗୁଡିକ ପକ୍ଷରୁ ସାମାଜିକ ଦୂରତା ଓ ମାସ୍କ ପିନ୍ଧି ‘ବନେ୍ଦ ଉକ୍ରଳ ଜନନୀ’ ସଙ୍ଗୀତ ଗାନ କରାଯାଇଥିଲା ।

Nalco

Leave A Reply