ବାଲିଗୁଡା : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଏ.ଏମ.ସି.ଏସ ମହାବିଦ୍ୟାଳୟ ରେ ପିଜି ଦ୍ୱିତୀୟ ବର୍ଷର କଳା ଓ ବିଜ୍ଞାନ ଛାତ୍ର ଛାତ୍ରୀ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କୁ ଭାବପୂର୍ଣ୍ଣ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି l ସଭାରେ ଅଧ୍ୟାପକ ବନମାଳୀ ବେହେରା, ବିରୁପାକ୍ଷ ତ୍ରିପାଠୀ, କବି ମନୋଜ ଭୋଇ, ଅମୂଲ୍ୟ ସାବତ, ସନ୍ତୋଷ କୁମାର ରଥ, ଶଙ୍କର ପାଢ଼ୀ, ରତନ ଦିଗାଲ, ଆକାଶ ଶତପଥୀ,ତୁଷାର ପଣ୍ଡା, ମନୋଜ ମହାରଣା, ରାହୁଲ ଦିଗାଲ, ଅଧ୍ୟାପିକା ସଂଘମିତ୍ରା ଦାଶ, ଶିବାନୀ କହଁର, ମୀରାମ୍ବିକା, ସ୍ମିତାରାଣୀ ସାହୁ, ସନ୍ଧ୍ୟାରାଣୀ କହଁର, ଶ୍ରାବଣୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ଅଧ୍ୟକ୍ଷ ମହାନ୍ତିଙ୍କ ସହ ବିତେଇଥିବା ଦୁଇବର୍ଷର ସ୍ମୃତିକୁ ମନେ ପକାଇ ଭାବ ବିହ୍ଵଳ ହୋଇ ପଡ଼ିଥିଲେ l କିଛି ଛାତ୍ର ଛାତ୍ରୀ ଅଧ୍ୟକ୍ଷ ଙ୍କ ଜୀବନ ଶୈଳୀ ଓ ପ୍ରଶାସନିକ ବ୍ୟବସ୍ଥା ର ସୁ ପରିଚାଳନା ବିଷୟରେ କହିଲା ବେଳେ କିଛି ଛାତ୍ର ଛାତ୍ରୀ ପ୍ରିୟ ଅଧ୍ୟକ୍ଷ ଆମ ସ୍ମୃତିର ଆଇନାରେ ସର୍ବଦା ସ୍ମୃତିହୋଇ ରହିଥିବେ ବୋଲି କହିଥିଲେ ଛାତ୍ର ବଳରାମ ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ଛାତ୍ରୀ ଆଦ୍ୟାଶl ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l