ନୂଆଦିଲ୍ଲୀ : ଜାମୁ କଶ୍ମୀର ର ସୋପିୟାଂ ରେ ଆତଙ୍କବାଦୀ ମାନେ ୨ଜଣ କାଶ୍ମୀର ପଣ୍ଡିତଙ୍କ ଉପରେ ଆକ୍ରମଣ କରିଛି l ଏହାଦ୍ୱାରା ସୁନୀଲ ଭଟ୍ଟ ଙ୍କର ମୃତ୍ୟୁ ହୋଇଛି ଓ କାଶ୍ମୀର ପଣ୍ଡିତ ପିନ୍ଟୁ କୁମାର ଙ୍କୁ ଡାକରାଖାନା ରେ ଭର୍ତି କରାଯାଇଛି l ଏହି ଆକ୍ରମଣ ର ଦୋଷ କାଶ୍ମୀର ଫ୍ରିଡମ ଫାଇଟର ନିଜ ଉପରକୁ ନେଇଛି l ଆତଙ୍କବାଦୀ ସଂଗଠନ ପକ୍ଷରୁ କୁହାଯାଇଛି ଯେ ସୁନୀଲ ଭଟ ତୀରଙ୍ଗା ରାଲିରେ ଯାଇ ଥିବାରୁ ତାଙ୍କର ହତ୍ୟା କରାଯାଇଛି l
ଜାମୁ କାଶ୍ମୀର ରେ ସ୍ୱତନ୍ତ୍ରତା ଦିବସ ଅବସରରେ ଆତଙ୍କବାଦୀ ମାନେ ୨ଟି ସ୍ଥାନରେ ଗ୍ରେନେଡ଼ ଆକ୍ରମଣ କରିଥିଲେ l କିଛିଦିନ ପୂର୍ବରୁ ବଡ଼ଗାମ ରେ ସଂଘର୍ଷ ସମୟରେ ଆତଙ୍କବାଦୀ ଲତିଫ ରାଥର ର ମୃତ୍ୟୁ ହୋଇଥିଲା l ସୂଚନା ଯୋଗ୍ୟ ଯେ ଆତଙ୍କବାଦୀ ମାନେ ସୁନୀଲ ଉପରେ ଆକ୍ରମଣ କରିବା ପୂର୍ବରୁ ତାଙ୍କ ନାଁ ପଚାରିଥିଲେ ଓ ତାପରେ ହତ୍ୟା କରିଥିଲେ l ଏହି ଘଟଣା ପରେ ଜନସାଧାରଣଙ୍କ ମଧ୍ୟରେ ଆକ୍ରୋଶ ଦେଖା ଦେଇଛି l
ସୁନୀଲ ଙ୍କ ପଡୋଶୀ କହିଥିଲେ ଯେ ‘ ସୁନୀଲ ତାଙ୍କ ଭାଇ ପିନ୍ଟୁ ସହିତ କ୍ଷେତରେ କାମ କରୁଥିବା ସମୟରେ ଆତଙ୍କବାଦୀ ମାନେ ତାଙ୍କ ନିକଟରେ ପହଞ୍ଚି ତାଙ୍କ ନାମ ପଚାରି ଥିଲେ ଓ ଏହାପରେ ତାଙ୍କୁ ହତ୍ୟା କରିଥିଲେ l ଆହୁରି ମଧ୍ୟ ସେଥିରୁ ଗୋଟିଏ ଗୁଳି ପିନ୍ଟୁ ଲାଗିଥିଲା l ବର୍ତମାନ କାଶ୍ମୀର ରେ ଟାର୍ଗେଟ କିଲିଂ ଘଟଣା ବୃଦ୍ଧି ହେବାକୁ ଲାଗିଛି l ଦିନକୁ ଦିନ କାଶ୍ମୀର ସମସ୍ୟା ବୃଦ୍ଧି ହେଉଛି l ଅଗଷ୍ଟ ୪ ତାରିଖରେ ଧାରା ୩୭୦ ହଟିବା ର ବର୍ଷପୂର୍ତ୍ତି ର ଗୋଟିଏ ଦିନ ପୂର୍ବରୁ ପୁଲବାମା ରେ ବିହାର ର ଜଣେ ପ୍ରବାସୀ ଶ୍ରମିକ ଙ୍କୁ ହତ୍ୟା କରାଯାଇଛି l