Odisha news

ଉତ୍ତରପ୍ରଦେଶରେ ପରିବର୍ତନ ହେଲା ୮୧ ବର୍ଷ ପୁରୁଣା ଜେଲ୍ ମାନୁଆଲ

0
ନୂଆଦିଲ୍ଲୀ : ୟୁପି ରେ ଯୋଗୀ କ୍ୟାବିନେଟ ମଙ୍ଗଳବାର ଦିନ ଜେଲ ମାନୁଆଲ ରେ ପରିବର୍ତନ କରିଛନ୍ତି l ଏହି ଜେଲ ମାନୁଆଲ ୧୯୪୧ ରେ ପ୍ରସ୍ତୁତ ହୋଇଥିଲା l ଏହି ପରିବର୍ତନ ଦ୍ୱାରା ଇଂରେଜ ମାନଙ୍କ ସମୟର ଓ ରାଜାରାଜୁଡ଼ା ସମୟର ସମସ୍ତ ନିୟମ କୁ ସମାପ୍ତ କରିଦିଆ ଯାଇଛି l ଏହି ନିୟମ ଅନୁସାରେ ମହିଳା ବନ୍ଦୀ ମାନେ ଜେଲ ରେ ଶୃଙ୍ଗାର କରିପାରିବେ ଓ ମଙ୍ଗଳସୂତ୍ର ମଧ୍ୟ ପିନ୍ଧି ପାରିବେ l ସନ୍ତାନ ମାନଙ୍କ ଜନ୍ମ ହେଲେ ସେମାନଙ୍କ ନାମକରଣ ଉତ୍ସବ ମଧ୍ୟ ଧୁମ ଧାମ ରେ ପାଳନ କରାଯିବ l
ଯୋଗୀ ସରକାର ଙ୍କର ଜଣେ ସଚିବ କହିଛନ୍ତି ଯେ ଜେଲ ମାନୁଆଲ ରେ ପରିବର୍ତନ କରିବାର ମୁଖ୍ୟ ଉଦେଶ୍ୟ ହେଉଛି ବିଭୀନ୍ନ ସ୍ତରରେ ସୁଧାରିବାର ଉଦେଶ୍ୟ ରହିଛି l ଏହି ପୁରୁଣା ନିୟମ କୌଣସି କାମର ନଥିଲା l ବର୍ତମାନ ଜେଲ ର ବ୍ୟବସ୍ଥା ରେ ପରିବର୍ତନ କରି ନୂଆ ସୁବିଧା ସୁଯୋଗ ଉପଲବ୍ଧ କରାଇବେ l କେବଳ ଶୃଙ୍ଗାର ନୁହେଁ, ଶାଢ଼ୀ ଛଡା ଅନ୍ୟ ପୋଷାକ ମଧ୍ୟ ପିନ୍ଧି ପାରିବେ l
ଯଦି ଛୋଟ ପିଲାଟିଏ ଜନ୍ମ ନେବ ତେବେ ତାର ନାମକରଣ ତାର ଧର୍ମ ଅନୁସାରେ କରାଯିବ, ଏବଂ ତାର ଧର୍ମଗୁରୁ ଙ୍କ ଦ୍ୱାରା କରାଯିବ l କେବଳ ଏତିକି ନୁହେଁ, ସରକାର ଙ୍କ ପକ୍ଷରୁ ସେହି ପିଲା ମାନଙ୍କର ଶିକ୍ଷା ପାଇଁ ସହଯୋଗ କରିବେ l ଯଦି ହିନ୍ଦୁ ମାନଙ୍କର କୌଣସି ପର୍ବ ରହିବ ତେବେ କ୍ଷୀରି ପ୍ରସ୍ତୁତ କରାଯିବ, ମୁସଲମାନ ଙ୍କ ପର୍ବରେ ବିଭିନ୍ନ ପ୍ରକାର ଫଳ ଓ ଖଜୁରୀ ଦିଆଯିବ l ମା ମାନଙ୍କ ସହିତ ରହୁଥିବା ପିଲା ମାନଙ୍କ ପାଇଁ ମନୋରଞ୍ଜନ ର ବ୍ୟବସ୍ଥା କରାଯିବ l ଜେଲ ରେ କ୍ରେଚ ଓ ଚିଲଡ୍ରେନ ପାର୍କ ର ବ୍ୟବସ୍ଥା କରାଯିବ l
Leave A Reply