ତିହିଡି, ୧୦/୦୯: ଶିକ୍ଷକଙ୍କ ଦାୟିତ୍ୱହୀନତା ତଥା ଅବହେଳାରୁ ତିହିଡି ବ୍ଲକ ନୁଆସାହି ପ୍ରକଳ୍ପ ପ୍ରାଥମିକ ସ୍କୁଲରେ ମହଜୁଦ ଥିବା ୧୦ ଏମଡିଏମ୍ ଚାଉଳ ମୂଷାମାଟିରେ ମିଶି ନଷ୍ଟ ହୋଇଯାଇଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗତ ବନ୍ୟା ଛାଡିବା ପରେ ବିଦ୍ୟାଳୟ ଗୃହ ଖୋଲା ଯାଇଥିଲା । ତେବେ ସ୍କୁଲ ଘରେ ଥିବା ଭୋଜନ ପାଇଁ ଉଦ୍ଦିଷ୍ଟ ·ଉଳ ମୂଷା ମାଟିରେ ମିଶି ଯାଇଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ ।
ଏଥିପାଇଁ ସେମାନେ ଶିକ୍ଷକମାନଙ୍କୁ ଦାୟୀ କରିବା ସହିତ ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ କରାଯାଇ ସେମାନଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି । ସୂଚନା ମୁତାବକ, କରୋନା କଟକଣା ଲାଗୁ ହେବା ପରେ ପ୍ରଧାନଶିକ୍ଷକଙ୍କ ଠାରୁ ଆରମ୍ଭ କରି ଅନ୍ୟ ଶିକ୍ଷକମାନଙ୍କର ଏହି ନୂଆସାହି ପ୍ରକଳ୍ପ ବିଦ୍ୟାଳୟରେ ପାଦ ପଡିନଥିଲା ଅଭିଯୋଗ ହୋଇଛି ।
ଏପରିକି ଛାତ୍ରଛାତ୍ରୀମାନଙ୍କୁ କରୋନା ସମୟରେ ସରକାରୀ ସହାୟତା ·ଉଳ ପ୍ରଦାନ କରାଯାଇନାହିଁ । ଚଳିତ ବନ୍ୟା ପୂର୍ବରୁ ସତର୍କ ରହିବାକୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ତେଣୁ ଗ୍ରାମବାସୀ ଓ ବିଦ୍ୟାଳୟ ପରି·ଳନା କମିଟି ସଭାପତି ପ୍ରଭାତ ମଳିକ ପ୍ରମୁଖ ପ୍ରଧାନ ଶିକ୍ଷକଙ୍କୁ ଫୋନ୍କରି ବିଦ୍ୟାଳୟ ଗୃହରେ ମହଜୁଦ୍ ରହିଥିବା ମଧ୍ୟାହ୍ନ ଭୋଜନ ·ଉଳ ଉଚ୍ଚା ସ୍ଥାନରେ ରଖିବାକୁ ପରାମର୍ଶ ଦେଇଥିଲେ ।
ମାତ୍ର ସେମାନେ କେହି ନଆସିବାରୁ ବିଦ୍ୟାଳୟ ଗୃହରେ ତାଲା ପଡି ରହିଥିବା ପ୍ରାୟ ୧୦ ବସ୍ତା ·ଉଳ ବନ୍ୟା ପାଣିରେ ଭିଜିଗଲା । ପ୍ରାୟ ୪ ଦିନ ବନ୍ୟା ପାଣିରେ ରାସ୍ତା ଘାଟ ବୁଡି ରହିଥିବା ବେଳେ ଉକ୍ତ ବିଦ୍ୟାଳୟ ଗୃହ ମଧ୍ୟ ଓଦା ହୋଇଥିଲା । ଗୁରୁବାର ସକାଳେ ଶିକ୍ଷକ ସେକ୍ ଆବୁ ସାମା ବିଦ୍ୟାଳୟରେ ପହଁଞ୍ଚô ଗ୍ରାମବାସୀଙ୍କ ଉପସ୍ଥିତିରେ ·ଉଳ ବସ୍ତାଗୁଡିକୁ ଯାଞ୍ଚ କରିଥିଲେ । ମାତ୍ର ତାହା ମୂଷା ମାଟିରେ ମିଶି ଯାଇଥିବା ଦେଖିବାକୁ ମିଳିଥିଲା । ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନେବା ପୂର୍ବରୁ ଉକ୍ତ ମୂଷାମାଟି ମିଶ୍ରିତ ·ଉଳକୁ ବିଦ୍ୟାଳୟ ପରିସରରେ ଥିବା ଖାଲୁଆ ସ୍ଥାନରେ ପୋତି ପକାଇଥିଲେ ।
ଏଥିସହ ଉକ୍ତ ଗୃହରେ ଥିବା ପିଲାମାନଙ୍କ ବହିପତ୍ର ମଧ୍ୟ ଓଦା ହୋଇ ନଷ୍ଟ ହୋଇଯାଇଛି । ଯାହାକୁ ବିଦ୍ୟାଳୟ ପଛପାଖ ଧାନ ବିଲରେ ପକାଇ ଦେଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି । ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ କରାଯାଇ ବିହିତ ପଦକ୍ଷେପ ନେବାକୁ ସଭାପତି ପ୍ରଭାତ ମଳିକ ସମେତ ପଣ୍ଡା ଦାସ, ହରିହର ମଳିକ, ଦୁଖିଶ୍ୟାମ ମଳିକ, ସମରେନ୍ଦ୍ର ମଳିକ, ବୈଲୋଚନ ମଳିକ, ଭକ୍ତହରି ମଳିକ, ଜଗତ ମଳିକ, ଜଟି ମଳିକ, ଦେବେନ୍ଦ୍ର ମଳିକ, ସରୋଜ ମଳିକ ପ୍ରମୁଖ ଗ୍ରାମବାସୀ ଦାବୀ କରିଛନ୍ତି । ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ବେହେରାଙ୍କୁ ପ·ରିବାରୁ ବନ୍ୟା ସମୟରେ ଜଣେ ଶିକ୍ଷକ ବିଦ୍ୟାଳୟକୁ ଯାଇଥିଲେ ମାତ୍ର ରାସ୍ତାରେ ପାଣି ଅତ୍ୟଧିକ ଥିବାରୁ ବାଟରୁ ଫେରି ଆସିଥିବା କହିଛନ୍ତି ।