ଭୁବନେଶ୍ୱର,(ନି.ପ୍ର): ଇନଫୋସିଟି ଥାନା ଅଞ୍ଚଳରେ ହୋଇଥିବା ନାବାଳିକା ଗଣବଳକ୍ରାର ମାମଲାରେ ଅଭିଯୋଗ ହେବାର ଦଶ ଦିନି ବିତିଯାଇଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରିବାରୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସପିସିଆର)ର କମିଶନର ଖୋର୍ଦ୍ଧା ଜିଲ୍ଲାପାଳ ଓ ଦ୍ୱୈତନଗରୀ ପୋଲିସ କମିଶନରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଗୁରୁବାର ନିଦେ୍ର୍ଦଶ କରିଛନ୍ତି ।

ଘଟଣାରେ ସମ୍ପୃକ୍ତ ଘରୋଇ ଚ୍ୟାନେଲ୍ କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ସହ ପୀଡିତା ପରିବାରକୁ ସୁରକ୍ଷା ଦେବାପାଇଁ ସ୍ପଷ୍ଟ ଭାବେ ତାଙ୍କ ନିଦେ୍ର୍ଦଶରେ କହିଛନ୍ତି । ବଳକ୍ରାର ଘଟଣାକୁ ନେଇ ଘରୋଇ ଟିଭି ଚ୍ୟାନେଲ୍ ସେକ୍ସୁଆଲ୍ ହାରାସ୍ମେଣ୍ଟ କମିଟିରେ ଆଲୋଚନା ହୋଇଥିଲା ।

ଆଲୋଚନା ବେଳେ ଅଭିଯୋଗର ବିଳମ୍ବତାକୁ ନେଇ ଚର୍ଚ୍ଚା ହେବାସହ ଥାନାରେ ଅଭିଯୋଗ କରିବାକୁ କୁହାଯାଇଥିଲା । ବିଳମ୍ବରେ ହେଉ ପଛେ ଗତ ମାସ ୩୦ ତାରିଖ ଦିନ ପୀଡିତା ଓ ତାଙ୍କ ମା’ କିଛି ସ୍ୱେଚ୍ଛାସେବୀଙ୍କ ସହାୟତାରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗର ଦଶ ଦିନି ବିତିଯାଇଥିଲେ ମଧ୍ୟ ତଦନ୍ତକୁ ତ୍ୱରାନ୍ୱିତ କରାଯାଇ ନାହିଁ କିମ୍ବା କୌଣସି ପଦକ୍ଷେପ ନିଆଗଲା ନାହିଁ । ଯଦ୍ୱାରା ପୀଡିତା ପରିବାର ଶିଶୁ ସୁରକ୍ଷା ଅଧିକାର କମିଶନ ଅଭିଯୋଗ କରିବାପରେ କାର୍ଯ୍ୟନୁଷ୍ଠାନ ପାଇଁ ନିଦେ୍ର୍ଦଶ କରାଯାଇଥିବା ସୂଚନା ମିଳିଛି ।

କେବଳ ଶିଶୁ ସୁରକ୍ଷା ଅଧିକାର କମିଶନ ନୁହେଁ ମହିଳା କମିଶନଙ୍କ ନିକଟରେ ମଧ୍ୟ ଏ ସଂକ୍ରାନ୍ତରେ ଅଭିଯୋଗ କରାଯାଇଛି । ଅଭିଯୋଗ ଆଧାରରେ ମହିଳା କମିଶନ ପୋଲିସକିୁ ରିପୋର୍ଟ ତଲବ କରିଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ନାବାଳିକା ଗଣଦୁଷ୍କର୍ମ ମାମଲାକୁ ଗମ୍ଭୀରତାର ସହ ପୋଲିସ ତଦନ୍ତ କରୁଛି । ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବିଭିନ୍ନ ତଥ୍ୟ ସଂଗ୍ରହ କରୁଥିବାବେଳେ ତଦନ୍ତ ଜାରି ରହିଛି ବୋଲି ଡିସିପି ଉମାଶଙ୍କର ଦାଶ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here