Odisha news

ଶତାୟୁ ସାରସ୍ୱତ ସାଧକଙ୍କୁ ନାଗରିକ ସମ୍ବର୍ଦ୍ଧନା

0

ତିହିଡି, ୦୬/୦୯( ଯଦୁମଣି ପାଣିଗ୍ରାହୀ ): ତିହିଡି ବ୍ଲକର ଶତାୟୁ ସାରସ୍ୱତ ସାଧକ ସୁଧାଂଶୁ ଶେଖର ବେହେରାଙ୍କୁ ପବିତ୍ର ଗୁରୁଦିବସ ଅବସରରେ ତିହିଡ଼ି ନାଗରିକ ସମ୍ବର୍ଦ୍ଧନା ମଞ୍ଚ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆରୁହାସ୍ଥିତ ସିନେ୍ଦାଳ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ କଥାକାର ଉମାକାନ୍ତ ମିଶ୍ରଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ଶିକ୍ଷାବିତ୍ ନିରଞ୍ଜନ ନାୟକ, ସମ୍ମାନିତ ଅତିଥିଭାବେ ସରପଞ୍ଚ ବୈକୁଣ୍ଠ ପାଣି, ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ବିଶ୍ୱନାଥ ପଣ୍ଡା ଯୋଗ ଦେଇ ଶ୍ରୀଯୁକ୍ତ ବେହେରାଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କବି ସଞ୍ଜିତ୍ କୁମାର ବଳ, ନିର୍ମଳ ସେନାପତି, ରବିନ୍ଦ୍ର ସେନାପତି, ବିଭୂତି ଭୂଷଣ ସେନାପତି, ମଥୁରା ମୋହନ ବେହେରା, ଶୀତଳ କୁମାର ବେହେରା, ସୁରେନ୍ଦ୍ର ସେନାପତି, କଳ୍ପତରୁ ସେଠୀ, ରବିକୁମାର ମହାନ୍ତି, ବିପ୍ଳବ ନାୟକ, ଆଶୁତୋଷ କରଣ, ବିଜୟିନୀ ମହାରଣା, ଭାସ୍କର ଚନ୍ଦ୍ର ସେଠୀ, ଦୈତାରୀ ଜେନା, ସୁରେନ୍ଦ୍ର କୁମାର ନାୟକ, ନିତ୍ୟାନନ୍ଦ ଦାସ, ଗଣେଶ ବିଶ୍ୱାଳ, ଦେବେନ୍ଦ୍ର ମହାଳିକ ପ୍ରମୁଖ ଯୋଗଦେଇ କବି ଶ୍ରୀ ବେହେରାଙ୍କ ସୃଷ୍ଟି ଓ ଜୀବନୀ ଉପରେ ଆଲୋକପାତ କରିଥିଲେ । ଗୀତିକାର ପଞ୍ଚାନନ ନାୟକ ସ୍ୱାଗତ ଭାଷଣ, ଶିକ୍ଷକ ତଥା କବି ସୁବାସ ଚନ୍ଦ୍ର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବି ସୁନୀଲ କୁମାର ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Nalco
Leave A Reply