Odisha news

ଦୁର୍ଘଟଣାଗ୍ରସ୍ତ ହେଲା ଗୋରୁ ବୋଝେଇ ଗାଡି, ୧୦ ଗୋରୁ ଉଦ୍ଧାର

0

ତିହିଡି, ୨୬/୦୯(ଯଦୁମଣି ପାଣିଗ୍ରାହୀ): ପୀରହାଟ ଥାନା ପୁରୁଣାବଜାର ଅଞ୍ଚଳରେ ଆଜି ଏକ ବେଆଇନ ଗୋରୁ ଚାଲାଣ ପିକଅପ୍ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଅତି ନୃଶଂସ ଓ ଅମାନୁଷିକ ଭାବେ ବୋଝେଇ କରାଯାଇଥିବା ୧୦ଟି ଗୋରୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ପୋଲିସ ଗାଡିର ଚାଳକକୁ ଅଟକ ରଖିଛି । ପ୍ରକାଶ ଯେ, ଆଜି ସକାଳେ ଏକ ଗୋରୁ ବୋଝେଇ ଗାଡି ଚାନ୍ଦବାଲି ଆଡୁ ଭଦ୍ରକ ଅଭିମୁଖେ ଯାଉଥିଲା । ତେବେ କୌଣସି କାରଣରୁ ତିହିଡି ବଜାର ନିକଟରୁ ଏହା ପୁଣି ଚାନ୍ଦବାଲି ଆଡକୁ ଅତି ଦ୍ରୁତଗତିରେ ଫେରୁଥିଲା ବେଳେ ପୀରହାଟ ପୁରୁଣାବଜାର ନିକଟରେ ରାସ୍ତା ପାଶ୍ୱର୍ସ୍ଥ ଏକ ଗ୍ୟାରେଜରେ ମରାମତି ପାଇଁ ରହିଥିବା ଏକ କାରକୁ ଧକ୍କା ଦେଇଥିଲା । ଫଳରେ କାରଟି ଭାଙ୍ଗିରୁଜି ଯାଇଥିବା ବେଳେ ଉକ୍ତ ଗାଡି ଧକ୍କାରେ ସ୍ଥାନୀୟ ଜଣେ ଛାତ୍ର ଗୁରୁତର ହୋଇଥିବା ଜଣାଯାଇଛି । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଗାଡିରେ ଥିବା ୧୦ ଗୋରୁଙ୍କୁ ଉଦ୍ଧାର କରିବା ସହିତ ଗାଡି ଚାଳକକୁ ପୋଲିସର ଜିମା ଦେଇଥିଲେ । ପୋଲିସ ଘଟଣା ତଦନ୍ତ କରୁଥିବା ବେଳେ ଗୋରୁ ଗୁଡିକୁ ସୟାସ୍ଥିତ ଗୋଶାଳାରେ ଛାଡିଥିବା ଜଣାଯାଇଛି । ଏଠାରେ ସୂଚନା ଥାଉକି ଭଦ୍ରକ-ଚାନ୍ଦବାଲି ରାସ୍ତା ଦେଇ ଦୈନିକ ବେଆଇନ ଭାବେ ଗୋରୁ ଚାଲାଣ କରାଯାଉଥିବା ବେଳେ ପୋଲିସ ପକ୍ଷରୁ ଏହାକୁ ରୋକିବା ଦିଗରେ ସେମିତିକିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।

Leave A Reply