Odisha news

ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ଗଣଧାରଣା

0

ତିହିଡି, ୨୩/୦୯(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଳକର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ସିଆରପି, ଏମବିକେ ଓ ବ୍ୟାଙ୍କମିତ୍ର ପ୍ରମୁଖ ବିଭିନ୍ନ ଦାବିରେ ଆଜି ବ୍ଲକ ପରିସରରେ ଗଣଧାରଣାରେ ବସିଥିବା ଜଣାଯାଇଛି । ପୂର୍ବପରି ସ୍ଥାୟୀ ଦରମା ଓ ନିଯୁକ୍ତି ପ୍ରଦାନ, ଗତ ୬ମାସର ବକେୟା ଦରମା ପ୍ରଦାନ, ପରଫରମାନ୍ସ ବୋନସ ପ୍ରଦାନ ଆଦି ବିଭିନ୍ନ ଦାବିରେ ଏହି ଗଣଧାରଣା ଅନୁଷ୍ଠିତ ହୋଇଥିବା ଜଣାଯାଇଛି । ତିହିଡି ବ୍ଲକ ଏମବିକେ ସଂଘର ସଭାପତି ଅନିମା ସାମଲ ଓ ସମ୍ପାଦିକା ମିନତି ନାଥ, ସଦସ୍ୟା ସୁଜାତା ମହାନ୍ତି, ଇଭିନିଙ୍ଗ ସ୍ୱାଇଁ, କବିତା ବାରିକ, ଇତିଶ୍ରୀ ଦାସ, ଜୟଶ୍ରୀ ଯେନା, ସୁଦୟା ମଲ୍ଲିକ, ଲୀଳାବତୀ ଦାସ, ପ୍ରଭାତୀ ନାୟକ, ଲଳିତାମଞ୍ଜଳୀ ଶତପଥି ଓ ଲୀଳାବତୀ ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଏହି ଗଣାଧାରଣା ଅନୁଷ୍ଠିତ ହୋଇଥିବା ବେଳେ ବ୍ଲକରେ କାର୍ଯ୍ୟରତ ସମସ୍ତ ଗୋଷ୍ଠୀ ସହାୟକ କର୍ମଚାରୀ ମାନେ ଏଥିରେ ସାମିଲ ହୋଇଥିବା ଜଣାଯାଇଛି । ଗତକାଲି ସଂଘ ପକ୍ଷରୁ ଏଥିନେଇ ଏକ ଦାବିପତ୍ର ବିଡିଓ ନିରଞ୍ଜନ ବାରିକଙ୍କୁ ପ୍ରଦାନ କରାଯାଇଥିଲା ।

Leave A Reply