ତିହିଡିÿ, ୧୩/୦୨(ଯଦୁମଣି ପାଣିଗ୍ରାହୀ) : ତିହିଡ଼ି ବିଜେପିର ସାହାଡାସୁନ୍ଦରୀ ମଣ୍ଡଳ ପକ୍ଷର ଭାରତୀୟ ଜନସଂଘର ସହ ସଂସ୍ଥାପକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ତିରୋଧାନ ଦିବସକୁ ସମର୍ପଣ ଦିବସ ଭାବେ ପାଳନ କରାଯାଇଛିି । ଏହି ଉପଲକ୍ଷେ ତିହିଡି ଦୀନଦୟାଲ ଭବନ ଠାରେ ଆୟୋଜିତ ଅଲୋଚନା ସଭାରେ ଯୁବନେତା ସୀତାକାନ୍ତ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ନେତା ରଘୁନାଥ ପାତ୍ର, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଳିକ, ଉମାକାନ୍ତ ଦାସ, ଅମୂଲ୍ୟ ସେନାପତି, ଯଦୁମଣି ପାଣିଗ୍ରାହୀ, ରାମନାରାୟଣ ନାୟକ, ଅଲୋକ ପ୍ରିୟଦର୍ଶୀ ସାହୁ ଓ ମଣ୍ଡଳ ସଭାପତି କେଶବ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରଥିଲେ । ଏକାତ୍ମ ମାନବବାଦ ଓ ଅନ୍ତଦ୍ୟୋୟ ଦର୍ଶନର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସେବା ଓ ସମର୍ପଣକୁ ଉଜ୍ଜିବୀତ କରି ରଖିବା ପାଇଁ ବିଜେପି କର୍ମୀ ମାନେ ସମାଜର ସବା ଶେଷ ପାହାଚରେ ଥିବା ଲୋକଙ୍କୁ ସେବା ଯୋଗାଇ ନେବା ସହିତ ସେମାନଙ୍କ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ବକ୍ତାମାନେ ପରାମର୍ଶ ଦେଇଥିଲେ । ଶେଷରେ ଯୁବନେତା କାହ୍ନୁଚରଣ ଶତପଥି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରାରମ୍ଭରେ ଅତିଥି ମାନେ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରୁ ବହୁ ସଂଖ୍ୟାରେ ବିଜେପି କର୍ମୀ ଓ କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।