Odisha news

ଚତୁର୍ଥ ଦିନ ରେ ଯୁବ କଂଗ୍ରେସ୍ ଆନ୍ଦୋଳନ : ଦୁର୍ନୀତି ରେ ଲିପ୍ତ ବ୍ଲକ ଅଧ୍ୟକ୍ଷା ହଟାଓ 

0
ନୂଆପଡା – ୧୩/୨ (ସୁରେନ୍ଦ୍ର ତିୱାରୀ)  ନୂଆପଡା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅମିତ ଅହୀର ଙ୍କ ନେତୃତ୍ୱ ରେ କୋମନା ବ୍ଲକ ପଞ୍ଚାୟତ ସମିତି ଅଧକ୍ଷା ଅନୁସୁୟା କୁମ୍ଭାର ଦୁର୍ନୀତି ରେ ସମ୍ପୃକ୍ତ ଥିବା ନେଇ ବିଗତ ଦିନେ ଜିଲ୍ଲାପାଳ ଙ୍କୁ  ଅଧକ୍ଷାଙ୍କ ବିରୁଦ୍ଧରେ  ମାନପତ୍ର ଦିଆଯାଇଥିଲା କିନ୍ତୁ ଦୁର୍ଭାଗ୍ୟ ର କଥା ଯେ ଆଜିଯାଏ ଜିଲ୍ଲା ପ୍ରଶାସନ କୌଣସି ପ୍ରକାର ତଦନ୍ତ  ଟିମ ବସାଇ ନାହାନ୍ତି କି କୌଣସି ଜବାବ ଦେଇନାହାନ୍ତି ବୋଲି  ବାଧ୍ୟ ହୋଇ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ , ନୂଆପଡା ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପଯ୍ୟନ୍ତ ଜିଲ୍ଲା ଯୁବ କଂଗ୍ରେସ ପକ୍ଷ ରୁ ଗଣଧାରଣା ଦିଆଯାଇଛି । ଆଜି ଧାରଣା ର ଚତୁର୍ଥ ଦିନ । ଗତ କାଲି ତୃତୀୟ ଦିନ ରେ ଉପ ଜିଲ୍ଲାପାଳ ଧାରଣା ସ୍ଥଳକୁ ଆସି ଯୁବ କଂଗ୍ରେସ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଥିଲେ ହେଁ  ଦାବୀ ପୂରଣ ନହେବା ରୁ ଆଲୋଚନା ବିଫଳ ହୋଇଛି। କୋମନା ବ୍ଲକ ରେ ଉନ୍ନୟନ କାମ ରେ ବ୍ୟାପକ ଦୁର୍ନୀତି ହେବା ଓ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର ଦୁର୍ନୀତି ଲିପ୍ତ ଥିବା ଯୁବ କଂଗ୍ରେସ୍ ଅଭିଯୋଗ କରି ଆନ୍ଦୋଳନ ଜାରି ରଖିଛି। ଦୁର୍ନୀତି ରେ ସଂପୃକ୍ତ ତିନି ଜଣ କନିଷ୍ଠ ଯନ୍ତ୍ରୀ ଓ କୁରେଶ୍ୱର୍ ପଞ୍ଚାୟତ ପିଇଓ ନିଲମ୍ବନ ହୋଇଥିବା ବେଳେ ଆହୁରି ସରକାରି ଅଧିକାରି ଓ ସରପଞ୍ଚ ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଜିଲ୍ଲା ପ୍ରଶାସନ ର ତଦନ୍ତ ରେ ଶିଥିଳତା ଆନ୍ଦୋଳନକାରୀଙ୍କୁ ନିରାଶ କରିବା ସହ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଖୋରାକ ଯୋଗାଉଛି। ଆଜି  ଧାରଣା ରେ ନୂଆପଡା ଜିଲ୍ଲା ପରିଷଦ ତଥା ଆରଜିପିଆରଏସ ଜିଲ୍ଲା ସଂଯୋଜକ ଭରତ ଲାଲ ରାଉତ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅମିତ ଅହୀର, ରାଜ୍ୟ ସମ୍ପାଦକ ପାଶା ମହାନନ୍ଦ, ରାଜ୍ୟ ସମ୍ପାଦକ ଶାହରୁଖ ଖାନ, ଜିଲ୍ଲା ସମ୍ପାଦକ ସୌରଭ ଚନ୍ଦ୍ରକାର, ସଭାପତି ନରେନ୍ଦ୍ର ନାଗ,ଭୀମ ଯାଦବ, ବିରାଟ ତାଣ୍ଡି, ଛବି ପାଣ୍ଡେ, ଜିତୁ ସାହୁ, ଜଗନ୍ନାଥ ନାୟକ, ମୁରଲୀ ଦୀପ, ଅଶୋକ ଦଣ୍ଡସେନା, ଚୁନୁଲାଲ ଶବର ବ୍ଲକ ସଭାପତି, ଉମା ବନଛୋର, ଅମୃତ ଶବର, କିଶନ ମହାର, ପପୁ ମହାରା, ଶୁଭମ ସେଠି, ଟୁଲୁ ସାହୁ,ମାନୁ ଚନ୍ଦ୍ରକାର, ରାମସିଂ ମାଝୀ, ହରକ ପାଣ୍ଡେ, ରାମଲାଲ ସାହୁ, ଟୁନା ନାଇକ, ବିନୋଦ ରାଉତ, ସଦାନନ୍ଦ ମାଝୀ,ମନୋଜ ନାଇକ, ଭୋଳା ଶବର, ମେହେନ ସାହୁ ପ୍ରମୁଖ ଧାରଣା ରେ ବସିଛନ୍ତି।
Leave A Reply