ନୂଆପଡା – ୧୩/୨(ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ସଦଭାବନା ସଭା ଗୃହ ରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ମିଳିତ ଆନୁକୂଲ୍ୟରେ ଯୁଭେନାଇଲ ଜଷ୍ଟିସ ଆକ୍ଟ ରୁଲ୍ ପିଶିପିଏନଡିଟି ୨୦୧୫ ଆକ୍ଟ୍ ଓ ପୋସକୋ ଆଇନ ଉପରେ ଏକ ସଚେତନତା ଓ ଆଇନ ଶିବିର ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୁଦନ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବନିତା ଦାସ , ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ଡ.ଫଣିନ୍ଦମ ସିଂ ଦେଓ , ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ସଦସ୍ୟ ଆଇନଜିବୀ କୁମୁଦ ହୋତା, ଅଶ୍ଵିନୀ ବାଗ,ନାରାୟଣ ଯୋଷୀ, ଅହଲ୍ୟା ପୁଝାରୀ, ବବିତା ପୁରୋହିତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବଳିଆର ସିଂ, ଜିଲ୍ଲା ର ବିଭିନ୍ନ ପୋଲିସ ଷ୍ଟେସନ ରୁ ଆସିଥିବା ଇନ୍ସପେକ୍ଟର ତଥା ଆରକ୍ଷୀ ବାହିନୀମାନେ ଯୋଗ ଦେଇଥିଲେ । ଉପରୋକ୍ତ ଶିବିର ରେ ପିସିପିଏନଡିଟି ଆକ୍ଟ ଓ ପୋସକୋ ଆଇନ ର ସଦଉପଯୋଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ ସହ ଯୁଭେନାଇଲ ଜଷ୍ଟିସ ଆକ୍ଟ ନିୟମ ୨୦୧୫ ଉପରେ ସମସ୍ତଙ୍କୁ ସଚେତନ କରାଯାଇଥିଲା