ତିହିଡି ୧୩/୦୨(ଯଦୁମଣି ପାଣିଗ୍ରାହୀ) : ତିହିଡ଼ି ଡିଗ୍ରୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ଏକ ସାତଦିନିଆ ସ୍ୱତନ୍ତ୍ର ସେବା ଶିବିର ଅନୁଷ୍ଠିତ ହେଉଛି । ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦେବେନ୍ଦ୍ର ପ୍ରସାଦ ସମାଲ ଉଦ୍ଘାଟନ କରି ଶିବିରର ଆଭିମୁଖ୍ୟ ଓ ଏଥିରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜାତୀୟ ସେବା ଯୋଜନାର ଜିଲା ସଂଯୋଜକ ଅଧ୍ୟାପକ କମଳାକାନ୍ତ ଓଝା, ମହାବିଦ୍ୟାଳୟର ବାଳିକା ବିଭାଗର ସଂଯୋଜିକା ଅଧ୍ୟାପିକା ସୁନିତା ପ୍ରିୟଦର୍ଶିନୀ ତ୍ରିପାଠୀ, ବାଳକ ବିଭାଗର ସଂଯୋଜକ ଅଧ୍ୟାପକ ସମର ମାଝୀ, ବରିଷ୍ଠ ଅଧ୍ୟାପକ ନାରାୟଣ ପୃଷ୍ଟି, ଅଧ୍ୟାପକ ଡ. ବଂଶୀଧର ବେହେରା, ଦେବେନ୍ଦ୍ର ଉଦ୍ଗାତା । ସୂର୍ଯ୍ୟସାରଥି ବାରିକ୍ ପ୍ରମୁଖ ଯୋଗ ଦେଇ ଶିବିରାର୍ଥୀମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଦ୍ୱିତୀୟ ଦିବସରେ ପୋଷ୍ୟଗ୍ରାମ ନିଶ୍ଚନ୍ତପୁର ଓ ଫତେପୁର ଗ୍ରାମ ସଫେଇ କରାଯାଇଥିଲା । ତୃତୀୟ ଦିନରେ ତିହିଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରକୁ ଶିବିରଥିମାନେ ସଫେଇ କରିଥିଲେ । ପରେ ତିହିଡ଼ି ଅଗ୍ନିଶମ ବାହିନୀ ପକ୍ଷରୁ ଶିବିରାର୍ଥୀମାନଙ୍କୁ ପ୍ରକୃତିକ ବିପର୍ଯ୍ୟୟ ମୁକାବିଲାର ବିଭିନ୍ନ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷାକର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।