Odisha news

ଅଗ୍ନିକାଣ୍ଡରେ ୫ ବଖରା ଘର ପୋଡି ପାଉଁଶ

0

ତିହିଡି, ୦୧/୦୨(ଯଦୁମଣି ପାଣିଗ୍ରାହୀ): ତିହିଡ଼ି ତହସିଲ ଅନ୍ତର୍ଗତ ଫତେପୁର ପଞ୍ଚାୟତ ଅଧିନ ବଡଗାଲୋ ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ପୋଡି ପାଉଁଶ ହୋଇଯାଇଥିବା ଜଣାଯାଇଛି । ପ୍ରକାଶ ଯେ, ଶୁକ୍ରବାର ରାତି ପ୍ରାୟ ୧୨ଟା ସମୟରେ ଏହି ଗାଁର ରାମଚନ୍ଦ୍ର ଖୁଣ୍ଟିଆ, ଲକ୍ଷ୍ମଣ ଖୁଣ୍ଟିଆ ଓ ରବିନ୍ଦ୍ର ଖୁଣ୍ଟିଆଙ୍କ ଘରେ ଆକସ୍ମିକ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ନିଆଁ ଘରର ମଥାନ ଧରି ନେଇଥିଲା । ପରିବାର ଓ ଗାଁ ଲୋକେ ନିଆଁ ଲିଭାଇବାକୁ ଆପ୍ରାଣ ଉଦ୍ୟମ କରିବା ସହ ତିହିଡି ଦମକଳ ବାହିନୀକୁ ଖବର ଦେଇଥିଲେ । ଖବରପାଇ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇ ପାରିନଥିଲେ । ଏହି ଅଗ୍ନିକାଣ୍ଡରେ ଉକ୍ତ ପରିବାରର ଝିଅ ବାହାଘର ଲାଗି ରଖାଯାଇଥିବା ଲକ୍ଷାଧିକ ଟଙ୍କାର ଆସବାବ ପତ୍ର, ଧାନ, ଚାଉଳ, ଲୁଗାପଟା ଓ ଟଙ୍କା ପଇସା ଆଦି ପୋଡି ଯାଇଥିବା ଜଣାଯାଇଛି । ବିଦୁ୍ୟତ ସଟ ସର୍କିଟରୁ ଏଭଳି ଅଗ୍ନିକାଣ୍ଡ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି । ଖବର ପାଇ କୋହ୍ଲ ଆରଆଇ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତି ଆକଳନ କରି ଫେରିଥିବା ବେଳେ ଫତେପୁର ସରପଞ୍ଚ ପ୍ରଦୀପ ବଳ ବି ବିପନ୍ନ ପରିବାର ଲୋକଙ୍କୁ ସାକ୍ଷାତ କରି ସେମାନଙ୍କୁ ସମବେଦନା ଜଣାଇଛନ୍ତି ।

Leave A Reply