Odisha news

ନାଳ ପାଣିରେ ପଡି ୫ ବର୍ଷର ଶିଶୁପୁତ୍ର ମୃତ

0

ତିହିଡି,୨୮/୦୧(ଯଦୁମଣି ପାଣିଗ୍ରାହୀ): ପୀରହାଟ ଥାନା ଅନ୍ତର୍ଗତ ସାହାପୁର ପଞ୍ଚାୟତର ସାନଲହୁଣିପାଳ ଗାଁରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଘଟଣାକ୍ରମରେ ପାଣିରେ ପଡି ଜଣେ ୫ ବର୍ଷର ଶିଶୁ ପୁତ୍ରର ମୃତୁ୍ୟ ଘଟିଛି । ମୃତ ଶିଶୁପୁତ୍ରର ନାଁ ହେଉଛି ପ୍ରିତମ ଦାସ । ପ୍ରକାଶ ଯେ, ଘଟପୁର ପଞ୍ଚାୟତର ମହାନ୍ତିସାହି ଗାଁର ଚିତ୍ତରଞ୍ଜନ ଦାସଙ୍କ ପୁଅ ପ୍ରିତମ ନିଜ ମାଆଙ୍କ ସହିତ ସାନଲହୁଣିପାଳରେ ମାମୁଁ ଘରେ ରହୁଥିଲା । ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ପ୍ରିତମ ବାହାରେ ଖେଳାଖେଳି କରୁଥିଲା । ପରେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାକୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ । ତେବେ ପାଖରେ ଥିବା ଏକ ନାଳ ପାଶ୍ୱର୍ରେ ପ୍ରିତମର ପ୍ୟାଣ୍ଟପଡିଥିବାର ଦେଖି ପରିବାର ଲୋକେ ସନେ୍ଦହ ପ୍ରକଟ କରିବା ସହ ନାଳର ପାଣି ଭିତରୁ ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ତିହିଡି ମେଡିକାଲକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ପ୍ରିତମ ଶୌଚ ହେବାକୁ ଯାଇ ପାଣିରେ ପଡି ଯାଇଥିବା ଅନୁମାନ କରାଯାଉଛି । ପ୍ରିତମଙ୍କ ମୃତୁ୍ୟରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

Leave A Reply