Odisha news

ଉକ୍ରଳ କଳାକାର ସଂଘର ବାର୍ଷିକ ବନ୍ଧୁମିଳନ ଉତ୍ସବ

0

ତିହିଡି, ୦୧/୦୧(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଉକ୍ରଳ କଳାକାର ସଂଘର ବାର୍ଷିକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ତିହିଡି ଦୀନଦୟାଲ ଭବନ ଠାରେ ଆୟୋଜିତ ସଭାରେ ସଂଘର ସଭାପତି ଜୟନ୍ତ କୁମାର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା, ମୁଖ୍ୟବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା କଳା ଓ ସାଂସ୍କୃତିକ ସଂଘର ଉପସଭାପତି ତ୍ରିଲୋଚନ ପଣ୍ଡା ଓ ତିହିଡି ବ୍ଲକ କଳା ଓ ସାଂସ୍କୃତିକ ସଂଘର ଉପସଭାପତି ଭାଗିରଥି ଦତ୍ତ ପ୍ରମୁଖ ମଞ୍ଚାସୀନ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହିି ସଭାରେ ଉମାକାନ୍ତ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉକ୍ରଳ କଳାକାର ସଂଘର ସମ୍ପାଦକ ସଞ୍ଜୟ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ବୀଣାପାଣି ସଙ୍ଗୀତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭରେ ବନେ୍ଦ ଉକ୍ରଳ ଜନନୀ ସଙ୍ଗୀତ ପରିବେଷଣ କରିଥିଲେ । ଶେଷରେ ସମ୍ପାଦକ ଶ୍ରୀ ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରମାକାନ୍ତ ବଳ, ନାରଣ ଚନ୍ଦ୍ର ସାହୁ, ସତ୍ୟସୁନ୍ଦର ପତି, ଲକ୍ଷ୍ମୀଧର ମଳିକ, ସୁଚିତ୍ରା ମଳିକ, ଅଭିମନୁ୍ୟ ମଳିକ, କୋଷାଧ୍ୟକ୍ଷ ମନୋରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ମଧ୍ୟାହ୍ନରେ ବ୍ଲକର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାର ମାନେ ତିହିଡି ପୁରୁଣାହାଟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଲୋକ କଳା ପ୍ରଦର୍ଶନ କରିବା ସହିତ ସଭାସ୍ଥଳରେ ଉପସ୍ଥିତ ହୋଇଥିଲେ ।

Leave A Reply