Odisha news

ମଙ୍ଗଳପୁର ସେବା ସମବାୟ ସମିତି ଓ ସିଏସପିରୁ ତାଲା ଭାଙ୍ଗି ଲୁଟ୍

0

ତିହିଡି(ଯଦୁମଣି ପାଣିଗ୍ରାହୀ): ତିହିଡ଼ି ବ୍ଲକ କୋହ୍ଲ ପଞ୍ଚାୟତ କାର୍ଯ୍ୟାଳୟ ସରିସରରେ ଅବସ୍ଥାପିତ ମଙ୍ଗଳପୁର ସେବା ସମବାୟ ସମିତି ଓ ସିଏସପିରୁ ତାଲା ଭାଙ୍ଗି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ୩୦ ତାରିଖ ରାତି ପ୍ରାୟ ୧୦ ଘଟିକା ସମୟରେ କର୍ମ·ରୀମାନେ ଘରକୁ ଯିବା ପରେ ବିଳମ୍ବିତ ରାତିରେ ଏପରି ଚୋରି ହୋଇଥିବା ଅନୁମାନ କରାଯାଉଛି । ଚୋର ମାନେ ପ୍ରଥମେ ଦୁଇଟି ମୁଖ୍ୟ ଫାଟକର ତାଲା ଭାଙ୍ଗି ସେବା ସମବାୟ ସମିତିର ମୁଖ୍ୟ ଦ୍ୱାରରେ ଥିବା ଦୁଇଟି ତାଲା ଭାଙ୍ଗିଥିବା ଜଣାଯାଇଛି । ଏହି କାର୍ଯ୍ୟାଳୟରେ ମିନି ବ୍ୟାଙ୍କ କାର୍ଯ୍ୟ କରେ । ସେଥିରେ ସେମାନେ ଏକାଧିକ ତାଲା ଭାଙ୍ଗି ଭିତରେ ପଶିବା ସହିତ ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା କରିଛନ୍ତି । ସେହିପରି ସେମାନେ ଏଲସିଡି ଟିଭି ଓ ସିସି କ୍ୟାମେରା ଭଙ୍ଗାରୁଜା କରିବା ସହ ସହିତ ହାର୍ଡ ଡିସ୍କକୁ ମଧ୍ୟ ନେଇ ଯାଇଛନ୍ତି । ଏଥିସହ ନଗଦ୍ ୨ ଲକ୍ଷ ୧୦ ହଜାର ୫୩୨ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି । ସେହିପରି ଏହି ପରିସରରେ ଥିବା ମିନି ବ୍ୟାଙ୍କ ସିଏସପିର ତାଲା ଭାଙ୍ଗି ଲାପ୍ଟପ୍ ଓ ସିସି କ୍ୟାମେରାର ହାର୍ଡ ଡିସ୍କକୁ ମଧ୍ୟ ଚୋରମାନେ ନେଇ ଯାଇଛନ୍ତି । ମଙ୍ଗଳବାର ସକାଳେ ଏହି ଖବର ଜଣାପଡିବା ପରେ ସମ୍ପାଦକ ଶଙ୍କର୍ଷଣ ମାଝୀ ଥାନାରେ ଏତଲା ଦେଇଥିଲେ । ପୋଲିସ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଁଞ୍ଚô ଅନୁସନ୍ଧାନ ଚଳାଇଛି ।

Nalco
Leave A Reply