Odisha news

ଅଜଣା ଗାଡି ଧକ୍କାରେ ସାଇକେଲ ଦୋକାନୀ ମୃତ

0

ତିହିଡି, ୨୯/୦୮(ଯଦୁମଣି ପାଣିଗ୍ରାହୀ ) : ଭଦ୍ରକ-·ନ୍ଦବାଲି ରାଜ୍ୟ ରାଜପଥରେ ଏକ ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଦୋକନୀଙ୍କର ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ମୃତକ ତିହିଡି ବ୍ଲକ ଅନ୍ତର୍ଗତ ରାଣୀପୁର ଗ୍ରାମର ବିରେନ୍ଦ୍ର ଭାଟ୍ଟରାୟ(୬୪) ବୋଲି ଜଣାଯାଇଛି । ଶ୍ରୀ ଭାଟ୍ଟରାୟ ଶୁକ୍ରବାର ସଂଧ୍ୟାରେ ତାଙ୍କର ସ୍ଥାନୀୟ ନନ୍ଦପୁର ବଜାରରେ ଥିବା ସାଇକେଲ ଦୋକାନ ବନ୍ଦକରି ଘରକୁ ଫେରୁଥିଲେ । ଏହି ସମୟରେ ଭଦ୍ରକ ଚାନ୍ଦବାଲି ରାସ୍ତା ଉପରେ ତାଙ୍କୁ ପଛପଟରୁ ଏକ ଅଜଣା ଗାଡି ଧକ୍କାଦେବାରୁ ଘଟଣାସ୍ଥଳରେ ଗୁରୁତର ଆହତ ହୋଇ ପଡିଯାଇଥିଲେ ।

ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ତିହିଡି ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଚିକିସôାଧିନ ଅବସ୍ଥାରେ ସେଠାରେ ତାଙ୍କ ମୃତ୍ୟୁ ହୋଇଛି । ବିଗତ ୪୦ ବର୍ଷ ହେଲା ସେ ନନ୍ଦପୁର ବଜାରରେ ସାଇକେଲ ଦୋକାନ କରିବା ସହିତ ସ୍ୱାବଲମ୍ବୀ କାରିଗର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ । ବିରେନ୍ଦ୍ରଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply