ତିହିଡି,୨୯/୦୮(ଯଦୁମଣି ପାଣିଗ୍ରାହୀ ) : ଲଘୁ·ପ ଜନିତ ଲଗାଣ ବର୍ଷା ଯୋଗୁଁ ଶୁକ୍ରବାର ଦିନ ତିହିଡି ବ୍ଲକ ଅନ୍ତର୍ଗତ କାଁପଡା ପଞ୍ଚାୟତର ବିଭିନ୍ନ ଗାଁରେ ବନ୍ୟା ପାଣି ପ୍ରବେଶ କରିଛି । ଏମିତିକି ଏହିସବୁ ଗାଁ ଦାଣ୍ଡରେ ପାଣି ପ୍ରବାହିତ ହେବା ସହିତ କେତେକ ଲୋକଙ୍କ ଘରେ ମଧ୍ୟ ବନ୍ୟା ପାଣି ପ୍ରବାହିତ ହୋଇଛି । ଫଳରେ ସେସବୁ ପରିବାରର ଲୋକେ ନାନାଦି ଦୁର୍ଦ୍ଦଶା ଭୋଗ କରୁଛନ୍ତି ।
ଏପରିସ୍ଥିତିରେ ବ୍ଲକ ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନିଆଯାଇ ନଥିବା ବେଳେ ଏହି ପଞ୍ଚାୟତର ରୁବିଲତା ଦାସ ନାମ୍ନୀ ଜଣେ ସ୍ୱେଚ୍ଛାସେବିକା ୨୦ଟି ପରିବାରକୁ ଆଣି ଏକ ଘରୋଇ ସ୍କୁଲ କୋଠାରେ ଥଇଥାନ କରିବା ସହିତ ଶୁକ୍ରବାର ଠାରୁ ସେମାନଙ୍କ ଖାଇବା ପିିଇବାର ସମସ୍ତ ବ୍ୟବସ୍ଥା କରିଥିବା ଜଣାଯାଇଛି ।
ଶ୍ରୀମତୀ ଦାସ ନିଜସ୍ୱ ଉଦ୍ୟମରେ ସେମାନଙ୍କ ଲାଗି ଚୁଡା, ବିସ୍କୁଟ, ମୁଢି, ଚିନି ଓ ୱାରସ ପାଉଡର ଆଦିର ବନେ୍ଦାବସ୍ତ କରାଇଥିବା ଜଣାଯାଇଛି । ତୁରନ୍ତ ବ୍ଲକ ପ୍ରଶାସନ ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଶ୍ରୀମତୀ ଦାସ ଦାବି କରିଛନ୍ତି ।
